ତୈଳ ଦର ବୃଦ୍ଧିକୁ ଘେରିଲେ କଂଗ୍ରେସ ନେତ୍ରୀ , ବିମାନ ଭିତରେ ସ୍ମୃତି ଇରାନୀ ହଟହଟା
ନୂଆଦିଲ୍ଲୀ: ବିମାନ ଭିତରେ ଅକଳରେ ପଡ଼ିଗଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। ଆଜି ବିମାନରେ ଯାତ୍ରା ବେଳେ ଜଣେ କଂଗ୍ରେସ ନେତ୍ରୀ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ନେଇ ହଠାତ୍ ତାଙ୍କୁ ଘେରିଥିଲେ। ଫଳରେ ସ୍ମୃତି ଇରାନୀ ଅପ୍ରସ୍ତୁତ ହୋଇ ପଡ଼ିଥିଲେ। କଂଗ୍ରେସ ନେତ୍ରୀଙ୍କ ପ୍ରଶ୍ନରେ ହଡ଼ବଡ଼ ହୋଇ ଯାଇଥିଲେ ସ୍ମୃତି ଇରାନୀ। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି । କଂଗ୍ରେସ ମହିଳା ମୋର୍ଚ୍ଚାର ନେତ୍ରୀ ନୀତା ଡି ସୌଜା ସ୍ମୃତି ଇରାନୀଙ୍କୁ ତେଲ ଦର କଥା ପଚାରି ତାଙ୍କୁ ଅଡ଼ୁଆରେ ପକାଇ ଥିଲେ। ଦିଲ୍ଲୀ-ଗୌହାଟି ବିମାନରେ ଉଭୟ ନୀତା ଡି ସୌଜା ଏବଂ ସ୍ମୃତି ଇରାନୀ ମୁହାଁମୁହିଁ ହୋଇଥିଲେ।
गुवाहाटी की फ़्लाइट में @smritiirani जी से सामना हुआ।
रसोई गैस की लगातार बढ़ती क़ीमतों पर सुनिए उनके जवाब 👇
महँगाई का ठीकरा,वे किन-किन चीज़ों पर फोड़ रहीं हैं !
जनता पूछे सवाल, स्मृति जी दें टाल !
वीडियो के अंशों में ज़रूर देखिये, मोदी सरकार की सच्चाई ! pic.twitter.com/fyV6ossGZm— Netta D'Souza (@dnetta) April 10, 2022
ହଠାତ ତେଲ ଦର ପାଚାରିବାରୁ ସ୍ମୃତି ଇରାନୀ କିଛି ଉତ୍ତର ଦେଇ ଥିଲେ ମଧ୍ୟ ତାହା ସନ୍ତୋଷଜନକ ନଥିଲା। ଫଳରେ ନୀତା ତାଙ୍କୁ ଛାଡ଼ି ନ ଥିଲେ। ଏହି ସମୟରେ ନିଜ ମୋବାଇଲରେ ଭିଡିଓ କରି ରେକର୍ଡ଼ କରିଥିଲେ କଂଗ୍ରେସ ନେତ୍ରୀ । ଏହାକୁ ନେଇ ନିଜ ଟ୍ୱିଟର ଆକାଉଣ୍ଟରେ ଅପଲୋଡ଼ କରିଛନ୍ତି ସେ। ସେ କହିଛନ୍ତି ଯେ, ଆଜି ମୋଦିଙ୍କ ମନ୍ତ୍ରିଙ୍କ ସହ ଭେଟ ହୋଇଥିଲା । ମୁଁ ତେଲ ଓ ଗ୍ୟାସ ଦର କଥା ପଚାରିବାରୁ ସ୍ମୃତି ଇରାନୀ ମାଗଣା ଟିକା ଓ ଗରିବଙ୍କୁ ମାଗଣା ରାସନ ପ୍ରଦାନକୁ ଦାୟୀ କରିଥିଲା। ଅନ୍ୟପକ୍ଷରେ କଂଗ୍ରେସ ନେତା ତାଙ୍କ ବାଟ ଅବରୋଧ କରୁଥିବା ସ୍ମୃତି ଇରାନୀ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ପେଟ୍ରୋଲ ଲିଟର ପ୍ରତି ୧୧୫ ଟଙ୍କା ଅତିକ୍ରମ କରିଛି। ୧୬ ଦିନରେ ଲିଟର ପ୍ରତି ୧୦ ଟଙ୍କା ବୃଦ୍ଧି ପାଇଛି।
ଦିଲ୍ଲୀରେ ପେଟ୍ରୋଲ ଲିଟର ୧୦୫.୪୧ ଟଙ୍କା ଛୁଇଁଛି। ସେହିପରି ଡିଜେଲ ଦାମ ୯୬,୬୭ ଟଙ୍କା ରହିଛି। ମୁମ୍ବାଇରେ ପେଟ୍ରୋଲ ଲିଟର ୧୨୦.୫୧ ଟଙ୍କା ଏବଂ ଡିଜେଲ ୧୦୪.୭୭ ଟଙ୍କାରେ ବିକ୍ରି ହେଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।