ସୋନମଙ୍କ ଶାଶୂ ଘରୁ ଚୋରି ଗହଣା କିଣିଥିବା ଦୋକାନୀ ଗିରଫ

ନୂଆଦିଲ୍ଲୀ: ଅଭିନେତ୍ରୀ ସୋନମ କପୁରଙ୍କ ଶାଶୂଘରୁ ଚୋରି ଗହଣା କିଣିଥିବା ସୁନାଦୋକାନୀଙ୍କୁ ପୁଲିସ ଗିରଫ କରିଛି। ଦିଲ୍ଲୀ କ୍ରାଇମବ୍ରାଞ୍ଚ ଅଭିଯୁକ୍ତଙ୍କୁ  ଗିରଫ କାଛି ।  ଅଭିଯୁକ୍ତ ସୁନା ଦୋକାନୀ ହେଲେ ଦେବ ବର୍ମା। ତାଙ୍କ ଘର କାଲକାଜର ବୋଲି ଜଣାପଡ଼ିଛି। ପୁଲିସ ବର୍ମାଙ୍କଠାରୁ ଚୋରି ଗହଣା ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା ହେବ। ଏହି ଚୋରି ଗହଣା ମଧ୍ୟରେ ୧୦୦ ହୀରା, ୬ଟି ସୁନା ଚେନ୍, ହୀରା ଚୂଡ଼ି, ହୀରା […]

Sonam Kapoor

Sonam Kapoor

Tapas Behera
  • Published: Thursday, 14 April 2022
  • Updated: 14 April 2022, 09:58 PM IST

Sports

Latest News

ନୂଆଦିଲ୍ଲୀ: ଅଭିନେତ୍ରୀ ସୋନମ କପୁରଙ୍କ ଶାଶୂଘରୁ ଚୋରି ଗହଣା କିଣିଥିବା ସୁନାଦୋକାନୀଙ୍କୁ ପୁଲିସ ଗିରଫ କରିଛି। ଦିଲ୍ଲୀ କ୍ରାଇମବ୍ରାଞ୍ଚ ଅଭିଯୁକ୍ତଙ୍କୁ  ଗିରଫ କାଛି ।  ଅଭିଯୁକ୍ତ ସୁନା ଦୋକାନୀ ହେଲେ ଦେବ ବର୍ମା। ତାଙ୍କ ଘର କାଲକାଜର ବୋଲି ଜଣାପଡ଼ିଛି। ପୁଲିସ ବର୍ମାଙ୍କଠାରୁ ଚୋରି ଗହଣା ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା ହେବ।

ଏହି ଚୋରି ଗହଣା ମଧ୍ୟରେ ୧୦୦ ହୀରା, ୬ଟି ସୁନା ଚେନ୍, ହୀରା ଚୂଡ଼ି, ହୀରା ବ୍ରେସ୍‌ଲେଟ୍‌, ଦୁଇଟି ଟପ୍ସ ଏବଂ ଗୋଟିଏ ବ୍ରାସ କଏନ ରହିଛି। ସେହିପରି ଚୋରି ସାମଗ୍ରୀରେ ଅଭଯୁକ୍ତ ଏକ ଆଇ ଟେନ୍‌ କାର କିଣିଥିବା ପୁଲିସ କହିଛି। ଏହାକୁ ମଧ୍ୟ  ଜବତ କରାଯାଇଛି। ସେହିପରୀ ଅନ୍ୟ ଚୋରି ସମାଗ୍ରୀ ଜବତ ପ୍ରକ୍ରିୟାରେ ରହିଛି। ଏହି ଘଟଣାରେ ଗିରଫ ଅଭିଯୁକ୍ତ ତାଲିକାରେ  ବର୍ମା ହେଉଛନ୍ତି ୩ ନମ୍ବର । ନିକଟରେ ସୋନମ କପୁରଙ୍କ ଶଶୁରଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ସୋନମ କପୁର ଓ ଅନନ୍ଦ ଆହୁଜାଙ୍କ ଦିଲ୍ଲୀ ଘରୁ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା।

ସୋନମଙ୍କ  ଶାଶୁ ସାରଳା ଅହୁଜାଙ୍କ ବ୍ୟକ୍ତିଗତ ନର୍ସ ଥିବା ଅପର୍ଣ୍ଣା ହିଁ ଏହି ଚୋରି କରିଥିବା ଜଣାପଡିଛି। ସୋନମ କପୁର ଓ ତାଙ୍କ ସ୍ୱାମୀ ଆନନ୍ଦ ଅହୁଜାଙ୍କ ଘରୁ ଅଢ଼େଇ କୋଟି ଟଙ୍କାର ସୁନା ଅଲଙ୍କାର ଚୋରି କରି ଧରାପଡିଛନ୍ତି ଏହି ନର୍ସ। ଏହି ଚୋରି ମାମଲାରେ ପୁଲିସ ଜଣେ ଦମ୍ପତିଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ନରେଶ ଓ ଅପର୍ଣ୍ଣା। ଏଦୁହେଁ ପତି ପତ୍ନୀ। ଅପର୍ଣ୍ଣା ନର୍ସ ଭାବେ କାମ କରନ୍ତି। ସୋନମ କପୁର ଓ ଆନନ୍ଦ ଆହୁଜାଙ୍କ ଘର ଦିଲ୍ଲୀର ଅମୃତା ସେରଗିଲ୍‌ ମାର୍ଗରେ। ଏଠାରେ ଆନନ୍ଦଙ୍କ ବାପା ମାଆ ଓ ଜେଜେ ମାଆ ବି ରହନ୍ତି। ଏହି ଚୋରି ଘଟଣା ଦିଲ୍ଲୀର ମୁଗଲକ ରୋଡ୍‌ ଥାନାରେ ଅଭିଯୋଗ ହୋଇଥିଲା। ଫେବ୍ରୁଆରି ୨୨ ତାରିଖରେ ଏହି ମାମଲାକୁ ନେଇ ଦିଲ୍ଲୀ ପୁଲିସ୍‌ ଏକ ମାମଲା ଦାୟର କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos