ନୂଆଦିଲ୍ଲୀ: ଦେଶରେ କୋଭିଡ କେସ୍ ହ୍ରାସ ପାଉଥିବାରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବଡ଼ ନିଷ୍ପତ୍ତି ନେଇଛି। କୋଭିଡ୍ ମହାମାରୀ ଯୋଗୁ ବିମାନରେ ଯାତ୍ରୀ ଚଳାଚଳକୁ ନେଇ ଥିବା କଟକଣାକୁ ହଟାଇ ଦେଇଛି ମନ୍ତ୍ରଣାଳୟ। ଅକ୍ଟୋବର ୧୮ରୁ ସମସ୍ତ ଘରୋଇ ବିମାନ ନିଜର କ୍ଷମତା ଅନୁଯାୟୀ ଯାତ୍ରୀଙ୍କୁ ନେଇପାରିବେ। କୋଭିଡ୍ ଯୋଗୁ ଘରୋଇ ବିମାନ ପାଇଁ ୮୫ ପ୍ରତିଶତ କଟକଣା ଲାଗୁ ହୋଇଥିଲା।
ତେବେ ଅକ୍ଟୋବର ୧୮ରୁ ଏହି କଟକଣା ରହିବ ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଘରୋଇ ବିମାନ ଗୁଡ଼ିକ ସେମାନଙ୍କ କ୍ଷମତା ଅନୁଯାୟୀ ଯାତ୍ରୀ ନେଇପାରିବେ ବୋଲି କୁହାଯାଇଛି।
ତେବେ କୋଭିଡ୍ ଗାଇଡଲଲାଇନକୁ ମାନିବାକୁ ବିମାନ ଅପରେଟରମାନଙ୍କୁ କୁହାଯାଇଛି। ବିଶେଷ କରି ଜୁଲାଇ ୫ରୁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ଏହି କେପାସିଟି ୬୫ ପ୍ରତିଶତ ଥିଲା। ଜୁନ୍ ୧ରୁ ଜୁଲାଇ ୫ମଧ୍ୟରେ ଏହି କେପାସିଟି ୫୦ ପ୍ରତିଶତ ଥିଲା। ଡିସେମ୍ବର ୨୦୨୦ରୁ ଏହି କ୍ଷମତାକୁ ଧିରେ ଧିରେ ୮୦ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପୁଣି ବଢ଼ିବ ବିୟର ଦାମ, ଖୁବଶୀଘ୍ର ଘୋଷଣା କରିବେ ସରକାର
ସରକାର ୨୦୨୪ ଅଗଷ୍ଟରେ ଷ୍ଟ୍ରଙ୍ଗ ବିୟର ବୋତଲ ଗୁଡ଼ିକ ଉପରେ ଅତିରିକ୍ତ ଅବକାରୀ ଟିକସ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ।
National
ରୋକୋ-ଟୋକୋ ଅଭିଯାନ ବେଳେ ବାଇକରେ ଚାଲିଥିବା ବେଆଇନ ମଦ ଚାଲାଣର ପର୍ଦ୍ଦାଫାସ
ଆଗକୁ ସାଧାରଣତନ୍ତ୍ର ଦିବସ ଓ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଦକ୍ଷିଣ ଦିଲ୍ଲୀର ପୁଲିସ୍ କଡ଼ାକଡ଼ି ଯାଞ୍ଚ କରୁଛି।
National
ଇଟାଲୀ ପିଏମ ମେଲୋନିଙ୍କ ସହ ଭାଇରାଲ ମେମ୍ସ: ଏମିତି କହିଲେ ମୋଦି
ରେଳ ଷ୍ଟେସନରେ ଚା’ ବିକିବା ବେଳେ ମୋଦି କେମିତି ହିନ୍ଦୀ ଶିଖିଥିଲେ, ସେକଥା ମଧ୍ୟ କହିଛନ୍ତି।
National
ମୋଦିଙ୍କ ପୋଡକାଷ୍ଟ ଡେବ୍ୟୁ: କହିଲେ- ମୁଁ ମଣିଷ, ଭଗବାନ ନୁହେଁ
୨ ଘଣ୍ଟାର ପୋଡକାଷ୍ଟରେ ପ୍ରଧାନମନ୍ତ୍ରୀ ନିଜର ପିଲା ବେଳ ଠାରୁ ଆରମ୍ଭ କରି ସଂଘର୍ଷ ଓ ସରକାର ଚଳାଇବାର କୌଶଳ ସମ୍ପର୍କରେ ମତ ରଖିଛନ୍ତି।
National
ସର୍ଜରୀ ପାଇଁ ଏମ୍ସରେ ଭର୍ତ୍ତି ହେଲା ଜେଲରେ ଥିବା ଛୋଟା ରାଜନ
ଏକଦା ଦାଉଦ ଇବ୍ରାହିମର ସହଯୋଗୀ ଭାବେ କାମ କରୁଥିବା ରାଜନକୁ ୨୦୨୪ରେ ହୋଟେଲ ମାଲିକ ଜୟା ସେଟ୍ଟୀଙ୍କ ହତ୍ୟା ଘଟଣାରେ ଆଜୀବନ ଜେଲଦଣ୍ତ ମିଳିଥିଲା।