ଯୋଗୀ ସରକାରଙ୍କ ଉପରେ ବର୍ଷିଲେ ପ୍ରିୟଙ୍କା ଗାନ୍ଧି

ଲକ୍ଷ୍ନୌ: ଯୋଗୀ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରା। ଲଖିମପୁରର ଖେରୀ ହିଂସା ମାମଲାକୁ ଉଠାଇ ଯୋଗୀ ସରକାରଙ୍କୁ ପୁଣି ଟାର୍ଗେଟ କରିଥିଲେ ପ୍ରିୟଙ୍କା। କହିଥିଲେ ଗାଡ଼ି ଚଢ଼ାଇ ଚାଷୀମାନଙ୍କୁ ହତ୍ୟା କରିଥିବା କେନ୍ଦ୍ରମନ୍ତ୍ରୀଙ୍କ ପୁଅକୁ ଉତ୍ତରପ୍ରଦେଶ ସରକାର ବଞ୍ଚାଇବା ପାଇଁ ପ୍ରାଣପ୍ରଣେ ଉଦମ୍ୟ କରିଥିଲେ। ଏହି ସରକାରଠାରୁ ନ୍ୟାୟ ଆଶା କରାଯାଇ ପାରେନା।  ଆଜି ଉତ୍ତରପ୍ରଦେଶର ବାରଣାସିରେ କୃଷକମାନଙ୍କ ପାଇଁ ନ୍ୟାୟ ସମାବେଶରେ ଯୋଗ ଦେଇ ଏକଥା କହିଛନ୍ତି ପ୍ରିୟଙ୍କା […]

priyanka

priyanka

Tapas Behera
  • Published: Sunday, 10 October 2021
  • Updated: 10 October 2021, 06:25 PM IST

Sports

Latest News

ଲକ୍ଷ୍ନୌ: ଯୋଗୀ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରା। ଲଖିମପୁରର ଖେରୀ ହିଂସା ମାମଲାକୁ ଉଠାଇ ଯୋଗୀ ସରକାରଙ୍କୁ ପୁଣି ଟାର୍ଗେଟ କରିଥିଲେ ପ୍ରିୟଙ୍କା। କହିଥିଲେ ଗାଡ଼ି ଚଢ଼ାଇ ଚାଷୀମାନଙ୍କୁ ହତ୍ୟା କରିଥିବା କେନ୍ଦ୍ରମନ୍ତ୍ରୀଙ୍କ ପୁଅକୁ ଉତ୍ତରପ୍ରଦେଶ ସରକାର ବଞ୍ଚାଇବା ପାଇଁ ପ୍ରାଣପ୍ରଣେ ଉଦମ୍ୟ କରିଥିଲେ। ଏହି ସରକାରଠାରୁ ନ୍ୟାୟ ଆଶା କରାଯାଇ ପାରେନା।  ଆଜି ଉତ୍ତରପ୍ରଦେଶର ବାରଣାସିରେ କୃଷକମାନଙ୍କ ପାଇଁ ନ୍ୟାୟ ସମାବେଶରେ ଯୋଗ ଦେଇ ଏକଥା କହିଛନ୍ତି ପ୍ରିୟଙ୍କା ଗାନ୍ଧି ।

ପ୍ରିୟଙ୍କା ଗାନ୍ଧି ଅଭିଯୋଗ କରିଛନ୍ତି ଯେ, ଶାସକ ବିଜେପି ସରକାର କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ଏବଂ ତାଙ୍କ ପୁଅ ଆଶିଷଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଦେଇଥିଲେ। ଲଖିପୁର ଖେରୀ ହିଂସାକୁ ବିରୋଧ କରି ଏହି ରାଲି ଆୟୋଜିତ କରାଯାଥଥିଲା।  ପ୍ରିୟଙ୍କା ଗାନ୍ଧି ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ଉତ୍ତମପ୍ରଦେଶ ଦେଖିବା ପାଇଁ ଲକ୍ଷ୍ନୌ ଆସିଥିଲେ। ହେଲେ  କିନ୍ତୁ ପୀଡ଼ିତଙ୍କ ପରିବାରକୁ ଭେଟିବା ପାଇଁ ତାଙ୍କ ପାଖରେ ସମୟ ନଥିଲା। ସେ ଆହୁରି କହିଛନ୍ତି ଯେ, ୩୦୦ ଦିନରୁ ଅଧିକ ସମୟ ଧରି ଚାଷୀ ଆନ୍ଦୋଳନ କରିଆସୁଛନ୍ତି।  ଯେଉଁଥିରେ ୬୦୦ରୁ ଅଧିକ ଚାଷୀଙ୍କ ମୃତ୍ୟୁ ଘଟିଲାଣି । ଏଥିପ୍ରତି ସରକାରଙ୍କ ଧ୍ୟାନ ନାହିଁ ବୋଲି ପ୍ରିୟଙ୍କା କହିଛନ୍ତି। ସେପଟେ

ଲଖିମପୁର ଖେରି ଘଟଣା ସଂପର୍କରେ ଚାଲିଥିବା ତଦନ୍ତରେ ଅସନ୍ତୋଷ ପ୍ରକାଶ କରିଛି କଂଗ୍ରେସ। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଗଠିତ ଏକ ୭ ଜଣିଆ ପ୍ରତିନିଧି ମଣ୍ଡଳୀ ଏନେଇ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ସାକ୍ଷାତ କରି ତାଙ୍କ ସହ ଏସଂପର୍କରେ ଆଲୋଚନା କରିବା ସହ ତାଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିବା ପାଇଁ ରାଷ୍ଟ୍ରପତିଙ୍କର ଅନୁମତି ମାଗିଛନ୍ତି। ଏହି ଘଟଣାରେ କେନ୍ଦ୍ର ମନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଗିରଫ ହେବାର ଗୋଟିଏ ଦିନ ପରେ ଏପରି ନିଷ୍ପତ୍ତି ନେଇଛି କଂଗ୍ରେସ।

ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ସକ୍ଷାତ ପାଇଁ ରାଷ୍ଟ୍ରପତି ଭବନକୁ ପଠାଯାଇଥିବା ଚିଠି ଅନୁଯାୟୀ ରାହୁଲ ଗାନ୍ଧୀଙ୍କ ବ୍ୟତୀତ କଂଗ୍ରେସର ଏହି ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏ.କେ ଆଣ୍ଟୋନି, କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ, ଗୁଲାମ ନବୀ ଆଜାଦ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, କେ ସି ଭେନୁଗୋପାଲ ଏବଂ ଆଧୀର ରଂଜନ ଚୌଧୁରୀଙ୍କ ନାମ ସାମିଲ ରହିଛି। ଲଖିମପୁର ଖେରୀ ଘଟଣାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଚିଠିରେ ଦର୍ଶାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos