୧୫ରୁ ୧୮ ବର୍ଷ ପିଲା ନେବେ କୋଭାକ୍ସିନ୍‌

ନୂଆଦିଲ୍ଲୀ: ଆସନ୍ତା ବର୍ଷ ତଥା ଜାନୁଆରୀ ୧ରୁ ଛୋଟ ପିଲାମାନଙ୍କ ଟିକାକରଣ ପାଇଁ ଆରମ୍ଭ ହେବ ପଞ୍ଜୀକରଣ। ଜାନୁଆରୀ ୩ରୁ ଦେଶରେ ୧୫ରୁ ୧୮ ବର୍ଷ ବର୍ଗରେ ଥିବା ପିଲାମାନଙ୍କୁ କରୋନା ବିରୋଧୀ ଟିକା ଦିଆଯିବ। ଏହି ଟିକାକରଣ ପାଇଁ ଗାଇଡ ଲାଇନ୍‌ ଜାରି କରିଛନ୍ତି କେନ୍ଦ୍ର ସରକାର। ୧୫ରୁ ୧୮ ବର୍ଷ ପିଲାଙ୍କୁ କେବଳ କୋଭାକ୍ସିନ ଟିକା ଦିଆଯିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ଗାଇଡ୍‌ଲାଇନ୍‌ରେ କୁହାଯାଇଛି। କୋୱିନ୍‌ ପୋର୍ଟାଲରେ ପଞ୍ଜୀକରଣ କରି ପିଲା […]

corona vaccine

corona vaccine

Madhupriya Mistry
  • Published: Monday, 27 December 2021
  • Updated: 27 December 2021, 07:06 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ବର୍ଷ ତଥା ଜାନୁଆରୀ ୧ରୁ ଛୋଟ ପିଲାମାନଙ୍କ ଟିକାକରଣ ପାଇଁ ଆରମ୍ଭ ହେବ ପଞ୍ଜୀକରଣ। ଜାନୁଆରୀ ୩ରୁ ଦେଶରେ ୧୫ରୁ ୧୮ ବର୍ଷ ବର୍ଗରେ ଥିବା ପିଲାମାନଙ୍କୁ କରୋନା ବିରୋଧୀ ଟିକା ଦିଆଯିବ। ଏହି ଟିକାକରଣ ପାଇଁ ଗାଇଡ ଲାଇନ୍‌ ଜାରି କରିଛନ୍ତି କେନ୍ଦ୍ର ସରକାର।

୧୫ରୁ ୧୮ ବର୍ଷ ପିଲାଙ୍କୁ କେବଳ କୋଭାକ୍ସିନ ଟିକା ଦିଆଯିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ଗାଇଡ୍‌ଲାଇନ୍‌ରେ କୁହାଯାଇଛି। କୋୱିନ୍‌ ପୋର୍ଟାଲରେ ପଞ୍ଜୀକରଣ କରି ପିଲା ଟିକା ନେଇପାରିବେ। ଯେଉଁ ପିଲାମାନେ ୨୦୦୭ କିମ୍ବା ତା ପୂର୍ବରୁ ଜନ୍ମଗ୍ରହଣ କରିଛନ୍ତି ସେମାନେ ଟିକା ନେବା ପାଇଁ ଯୋଗ୍ୟ ହେବେ। ଟିକା ନେବା ପାଇଁ ଅନ୍‌ଲାଇନ୍‌ କିମ୍ବା ଓ୍ୱାକ୍-ଇନ୍‌ରେ ବୁକିଂ କରିହେବ।

ଏଥିଲାଗି ପିଲାଙ୍କ ପାଇଁ ବିଶେଷ ବ୍ୟବସ୍ଥା ହୋଇଛି। ଯଦି କୌଣସି ୧୫ରୁ ୧୮ ବର୍ଷର ପିଲାଙ୍କ ପାଖରେ ଆଧାର କାର୍ଡ ନାହିଁ ତେବେ ୧୦ମ ଷ୍ଟୁଡେଣ୍ଟ ଆଇଡି କାର୍ଡ ଦେଖାଇ ରେଜିଷ୍ଟ୍ରସନ କରିପାରିବେ। କେବଳ ସେତିକି ନୁହେଁ ଜନ୍ମ ପ୍ରମାଣ ପତ୍ର ଆଧାରରେ ମଧ୍ୟ ପଞ୍ଜିକରଣ ହୋଇପାରିବ। ୧୫ରୁ ୧୮ ବର୍ଷ ବର୍ଗ ମଧ୍ୟରେ ପ୍ରାୟ ୬ରୁ ୭ କୋଟି ପିଲା ରହିଛନ୍ତି। ସେମାନଙ୍କ ଟିକାକରଣ ଯଥାଶୀଘ୍ର ସାରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି।

ସେହିପରି ସ୍ୱାସ୍ଥ୍ୟ କର୍ମୀ, ସମ୍ମୁଖ ଯୋଦ୍ଧା ଓ ବହୁବିଧ ରୋଗରେ ପୀଡ଼ିତ ୬୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କ ପ୍ରିକସ୍ନାରୀ ଡୋଜ୍ ପାଇଁ ବି ଗାଇଡ୍ଲାଇନ୍ ଜାରି ହୋଇଛି। ସ୍ୱାସ୍ଥ୍ୟ କର୍ମୀ ଓ ବରିଷ୍ଠଙ୍କୁ ଟିକାର ୯ ମାସ ପରେ ମିଳିବ ପ୍ରିକସ୍ନାରୀ ଡୋଜ୍ ବା ବୁଷ୍ଟର ଡୋଜ୍। ଉଭୟ ଡୋଜ୍‌ର ୯ ମାସ ବା ୩୯ ସପ୍ତାହ ପରେ ବୁଷ୍ଟର ଡୋଜ୍ ଦିଆଯିବ। କୋ-ଓ୍ୱିନ୍‌ରେ ଦ୍ୱିତୀୟ ଡୋଜ୍ ନେବାର ଯେଉଁ ତାରିଖ ପଞ୍ଜୀକୃତ ଥିବ ସେବେଠାରୁ ୯ ମାସ ଗଣତି ହେବ। ବୁଷ୍ଟର ଡୋଜ୍ ନେବାର ସମୟ ଆସିଲେ ସଂପୃକ୍ତ ବ୍ୟକ୍ତିଙ୍କୁ SMS ମାଧ୍ୟମରେ ସୂଚିତ କରାଯିବ।  ୬୦ ବର୍ଷରୁ ଅଧିକ ବହୁବିଧ ରୋଗାକ୍ରାନ୍ତଙ୍କୁ ମଧ୍ୟ ବୁଷ୍ଟର ଡୋଜ୍ ଦିଆଯିବ। କେବଳ ଡାକ୍ତରଙ୍କ ପରାମର୍ଶକ୍ରମେ ବୁଷ୍ଟର ଡୋଜ୍ ଦିଆଯାଇପାରିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଗାଇଡ ଲାଇନ୍‌ରେ କୁହାଯାଇଛି। ଜାନୁଆରୀ ୧୦ ତାରିଖରୁ ବୁଷ୍ଟର ଡୋଜ୍ ଟିକାକରଣ ଆରମ୍ଭ ହେବ।

https://twitter.com/ANI/status/1475450502154375170?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos