ପୁଅକୁ ରିୟା ଚକ୍ରବର୍ତ୍ତୀ ଦଶା ହୋଇପାରେ , କ’ଣ କରିବେ ବାଦ୍‌ଶାହ ?

ମୁମ୍ବାଇ: ରାଜକୀୟ ଠାଣିରେ ରହୁଥିଲେ। ଆଲିସାନ ପ୍ରାସାଦରେ ଦିନ କଟୁଥିଲା। ହେଲେ  ବିଳାସ ବ୍ୟସନରେ ରହୁଥିବା ପୁଅ ଏବେ ଜେଲରେ ଚାରିକାନ୍ଥ ଭିତରେ ବନ୍ଦୀ। ପୁଅ କେବେ ଘରକୁ ଫେରିବ। ସବୁଦିନ ଖୁସିରେ ପୂରି ଉଠୁଥିବା ମନ୍ନତରେ ଗୁମସୁମର ମାହୋଲ। ପରିବେଶ ଗମ୍ଭୀର। ନିରବ ନିଶ୍ଚଳ। ନିଶା ଖାଇ ପୁଅ ଜେଲ ଯିବା ପରେ ଚିନ୍ତାରେ ଭାଙ୍ଗିପଡ଼ିଲେଣି ବଲିଉଡ୍‌ର ବାଦ୍‌ଶାହ  ଶାହାରୁଖ୍‌। ଜାମିନ୍‌ ଖାରଜ ହେବା ପରେ ବ୍ୟସ୍ତ ବିବ୍ରତ୍‌ ବଲିଉଡ୍‌ ବାଦ୍‌ଶାହ। ମିଳିଥିବା ସୂଚନା ଅନୁଯାୟୀ, […]

690

690

Tapas Behera
  • Published: Saturday, 09 October 2021
  • Updated: 09 October 2021, 05:33 PM IST

ମୁମ୍ବାଇ: ରାଜକୀୟ ଠାଣିରେ ରହୁଥିଲେ। ଆଲିସାନ ପ୍ରାସାଦରେ ଦିନ କଟୁଥିଲା। ହେଲେ  ବିଳାସ ବ୍ୟସନରେ ରହୁଥିବା ପୁଅ ଏବେ ଜେଲରେ ଚାରିକାନ୍ଥ ଭିତରେ ବନ୍ଦୀ। ପୁଅ କେବେ ଘରକୁ ଫେରିବ। ସବୁଦିନ ଖୁସିରେ ପୂରି ଉଠୁଥିବା ମନ୍ନତରେ ଗୁମସୁମର ମାହୋଲ। ପରିବେଶ ଗମ୍ଭୀର। ନିରବ ନିଶ୍ଚଳ। ନିଶା ଖାଇ ପୁଅ ଜେଲ ଯିବା ପରେ ଚିନ୍ତାରେ ଭାଙ୍ଗିପଡ଼ିଲେଣି ବଲିଉଡ୍‌ର ବାଦ୍‌ଶାହ  ଶାହାରୁଖ୍‌। ଜାମିନ୍‌ ଖାରଜ ହେବା ପରେ ବ୍ୟସ୍ତ ବିବ୍ରତ୍‌ ବଲିଉଡ୍‌ ବାଦ୍‌ଶାହ। ମିଳିଥିବା ସୂଚନା ଅନୁଯାୟୀ, ଶାହାରୁଖ୍‌ ଖାନଙ୍କ ପୁଅ ଆର୍ଯ୍ୟ ଖାନ୍‌ଙ୍କୁ  ଆସନ୍ତା ସପ୍ତାହ ପୂର୍ବରୁ ଜେଲରୁ ମୁକୁଳିବା ସମ୍ଭାବନା ନାହିଁ।

ମୁମ୍ବାଇର ଏସପ୍ଲାନେଡରେ ଥିବା ମାଜିଷ୍ଟ୍ରେଟ୍ କୋର୍ଟରେ ଆର୍ଯ୍ୟନ୍‌ଙ୍କ ବେଲ ଖାରଜ ହୋଇଯିବା ପରେ ଶୁକ୍ରବାର ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଶୁକ୍ରବାର ଆର୍ଯ୍ୟନଙ୍କୁ ବେଲ ମିଳିବା ନେଇ ଆଶା ଥିଲା। କିନ୍ତୁ ତାହା ହୋଇ ନଥିଲା। ଆଜି ଶନିବାର ସେକେଣ୍ଡ ସଟର ଡେ’ ଓ ଆସନ୍ତକାଲି ରବିବାର ଛୁଟି ପଡ଼ୁଥିବାରୁ କୋର୍ଟ ଖୋଲିବାର ନାହିଁ। ତେଣୁ ସୋମବାର ପୂର୍ବରୁ ଆର୍ଯ୍ୟନ୍‌ ଜେଲରୁ ମୁକୁଳିବାର ସମ୍ଭାବନା ନାହିଁ। ସେପର୍ଯ୍ୟନ୍ତ ସେ ଆର୍ଥର ଜେଲରେ ରହିବେ। ଏଥିସହ ଗତ ରବିବାର ଗିରଫ ହୋଇଥିବା ଆର୍ଯ୍ୟନଙ୍କୁ ବିଚାର ବିଭାଗୀୟ ହାଜତରେ ରହିବାର ୭ ଦିନ ମଧ୍ୟ ପୁରିବାକୁ ଯାଉଛି। ତେବେ ଆସନ୍ତା ସୋମବାର ଆର୍ଯ୍ୟନ୍‌ଙ୍କ ଓକିଲ ସତିଶ ମନସିଦ୍ଧେ ସ୍ପେସିଆଲ କୋର୍ଟରେ ବେଲ ଆବେଦନ କରିପାରନ୍ତି।

ସେ ପର୍ଯ୍ୟନ୍ତ ଆର୍ଯ୍ୟନ୍‌ଙ୍କୁ ଆର୍ଥର ରୋଡ ଜେଲରେ ରହିବାକୁ ପଡିବ। ସେ ବର୍ତ୍ତମାନ COVID ପ୍ରୋଟୋକଲ ସହ ଜେଲର କ୍ୱେରେଣ୍ଟାଇନ୍‌ରେ ଅଛନ୍ତି। କ୍ୱେରେଣ୍ଟାଇନ୍‌ ଅବଧି ସରିବା ପରେ ତାଙ୍କୁ ଜେଲର ଅନ୍ୟ କୋଠରୀକୁ ସ୍ଥାନାନ୍ତର କରାଯିବ। ପୂର୍ବରୁ ଆର୍ଯ୍ୟନ୍‌ଙ୍କ ବେଲକୁ ମାଜିଷ୍ଟ୍ରେଟ କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ। ମାମଲାର ଗୁରୁତ୍ୱ  ଏବଂ ଗମ୍ଭୀରତା ଦୃଷ୍ଟିରୁ ଏହା ତାଙ୍କ ପରିସର ବାହାର ଥିବାରୁ ଜାମିନ ଖାରଜ କରିଦେଥିଲେ କୋର୍ଟ। ଇତିମଧ୍ୟରେ ଆର୍ଯ୍ୟନଙ୍କ ସମେତ ଅନ୍ୟ ୭ ଜଣ ଅଭିଯୁକ୍ତଙ୍କRTPCR ଟେଷ୍ଟ କରିଥିଲା ଏନ୍‌ସିବି। ସେମାନଘଙ୍କ ରିପୋର୍ଟ ନେଗେଟିମ ଆସିଥିଲା। କିନ୍ତୁ ଜେଲ ଗାଇଡ୍‌ଲାଇନ୍ ଅନୁଯାୟୀ, ଅଭିଯୁକ୍ତଙ୍କୁ ପ୍ରଥମେ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି।

କୋର୍ଟରେ ଜାମିନ ଆବେଦନକୁ ବିରୋଧ କରିଥିଲ ଏନସିବି। ଆର୍ଯ୍ୟନ୍‌ ପ୍ରଭାବଶାଳୀ ପରିବାରର ହୋଇଥିବାରୁ ପ୍ରମାଣ ହେରଫେର ଓ  ସାକ୍ଷୀମାନଙ୍କୁ ପ୍ରଭାବିତ କରିବା ଆଶଙ୍କା ଥିବା ଏନ୍‌ସିବି ଯୁକ୍ତି ରଖିଥିଲା। ସେପଟେ ଯଦି ସେସନକୋର୍ଟରେ ବେଲ ନମିଳେ ତେବେ ଆର୍ଯ୍ୟନଙ୍କ ଓକଲି ବମ୍ବେ ହାଇକର୍ଟରେ ଆବେଦନ କରିବେ। ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଭଳି ଏହି ମାମଲା ମଧ୍ୟ ସମୟ  ନେଇପାରେ ବୋଲି କୁହାଯାଉଛି।

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ  ରିୟା ଚକ୍ରବର୍ତ୍ତୀଙ୍କ ଗତ ବର୍ଷ ଗିରଫ କରାଯାଇଥିଲା। ଗତ ଅକ୍ଟୋବର ୨ ରେ ଆର୍ଯ୍ୟନଙ୍କୁ ନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ପକ୍ଷରୁ ଗିରଫ କରାଯାଇଥିଲା। ଗତ ସପ୍ତାହରେ ମୁମ୍ବାଇ ଉପକୂଳର ଏକ କ୍ରୁଜ୍ ଜାହାଜରେ ଚଢ଼ାଉ କରି ଉଭୟ ଆର୍ଯ୍ୟନ୍ ଖାନ୍ ଏବଂ ଅରବାଜ୍ ମର୍ଚାଣ୍ଟଙ୍କୁ ଗିରଫ କରିଥିଲା ଏନସିବି । ଆର୍ଯ୍ୟନ୍‌ଙ୍କ ପାଖରୁ କିଛି  ମିଳିନଥିବା ବେଳେ ସେ ଡ୍ରଗ୍ ସେବନ ନେଇ ସ୍ୱୀକାର କରିଥିବା ଏନ୍‌ସିବି କହିଛି।  କିନ୍ତୁ ଆର୍ଯ୍ୟନ୍‌ଙ୍କ ସହଯୋଗୀ ଅରବାଜ୍‌ଙ୍କ ଠାରୁ ୬ ଗ୍ରାମର ଚରସ ଜବତ କରିଥିଲା ଏନ୍‌ସିବି। ତେବେ ଆର୍ଯ୍ୟନ୍‌ଙ୍କ ଫୋନରେ ଡ୍ରଗ୍ସ ବେପାରୀଙ୍କ ସହ ଅନେକ ଚାଟ୍ ହୋଇଥିବା ରେକର୍ଡ଼ ରହିଛି ବୋଲି ଏନ୍‌ସିବି କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story