ଏତେ ଧୂଳି ଆସିଲା କେଉଁଠୁ? ସନ୍ଦେହ ଘେରରେ ପ୍ରିୟଙ୍କାଙ୍କ ଝାଡୁ ମରା

ନୂଆଦିଲ୍ଲୀ: ଭିଭିଆଇପି ଗେଷ୍ଟ ହାଉସକୁ ଏତେ ଧୂଳି ଆସିଲା କେଉଁଠୁ? କିଏ ଦେଲା ଝାଡୁ? କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ଏ ଝାଡୁ ମରା ଲୋକ ଦେଖାଣିଆ ଥିଲା କି? ତାକୁ ନେଇ ଏବେ ଉଠିଛି ପ୍ରଶ୍ନ।
ଲଖିମପୁର ଖେରି ଯିବା ସମୟରେ ପୁଲିସ ପ୍ରିୟଙ୍କା ଗାନ୍ଧିଙ୍କୁ ପିଏସି ଗେଷ୍ଟ ହାଉସରେ ଅଟକ ରଖିଥିଲା। ତେବେ ଏହି ଗେଷ୍ଟ ହାଉସରେ ରହିବା ବେଳେ ପ୍ରିୟଙ୍କା ଝାଡୁ ମାରିଥିଲେ। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ସହ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଥିଲା। ତେବେ ପ୍ରିୟଙ୍କାଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ଏବେ ଆରମ୍ଭ ହୋଇଛି ତଦନ୍ତ।
ଭିଭିଆଇପି ଗେଷ୍ଟ ହାଉସରେ ତାଙ୍କୁ କିଏ ଛାଡୁ ଦେଲା ଏବଂ ଧୂଳି ଆସିଲା କେଉଁଠୁ। ତାଙ୍କୁ ନେଇ ଯାଂଚ ଆରମ୍ଭ ହୋଇଛି। ଯେଉଁ ଝାଡୁରେ ପ୍ରିୟଙ୍କା ଗାନ୍ଧି ଝାଡୁ କରିଥିଲେ ତାକୁ ତାଙ୍କର ଜଣେ ଷ୍ଟାଫ ଦେଇଥିଲେ। ପ୍ରିୟଙ୍କା ଝାଡୁ ମାଗିବା ପରେ ତାଙ୍କ ଷ୍ଟାଫ ଗେଷ୍ଟ ହାଉସର ଜଣେ କର୍ମଚାରୀଙ୍କ ଠାରୁ ଆଣିଥିଲେ।
ଏହି ମାମଲାରେ ଏବେ ପିଏସି ଅଧିକାରୀମାନେ ଗେଷ୍ଟ ହାଉସର କର୍ମଚାରୀଙ୍କୁ ପଚରାଉଚରା କରିବା ପରେ ଏକ ରିପୋର୍ଟ ତିଆରି କରିଛନ୍ତି। ଦ୍ୱିତୀୟ ବାହିନୀ ପିଏସିର ସେନାନାୟକ ଯାଦବେନ୍ଦ୍ର ସିଂହ କହିଛନ୍ତି, ଜାଣିଶୁଣି ଏ ନାଟକ ହୋଇଛି। ଗେଷ୍ଟ ହାଉସ କର୍ମଚାରୀଙ୍କ ଠାରୁ ଝାଡୁ ମାଗି ପ୍ରିୟଙ୍କା ଝାଡୁ କରିଛନ୍ତି। ଏହାପରେ ନିଜେ ହିଁ ସେ ଏହାକୁ ଭାଇରାଲ କରିଥିବା ସେ ଦାବି କରିଛନ୍ତି।
ଯେଉଁ ଗେଷ୍ଟ ହାଉସରେ ପ୍ରିୟଙ୍କା ଗାନ୍ଧି ରହିଥିଲେ, ସେଠି ୪ଟି ରୁମ୍ ଅଛି। ସବୁ ରୁମ୍ରେ ଏସିର ମଧ୍ୟ ବ୍ୟବସ୍ଥା ହୋଇଛି। ଏହି ୪ଟି ରୁମକୁ ସଫାସୁତୁରା ପାଇଁ କର୍ମଚାରୀ ମଧ୍ୟ ନିୟୋଜିତ ଅଛନ୍ତି। ରୁମ୍ ବୁକ୍ ହେଉ ଅବା ନହେଉ ପ୍ରତିଦିନ ଏହି ଭିଭିପିଆଇ ଗେଷ୍ଟ ହାଉସର ରୁମ୍ଗୁଡିକୁ ସଫା କରାଯାଏ। ପ୍ରିୟଙ୍କା ଗାନ୍ଧିଙ୍କୁ ମଧ୍ୟ ଭିଭିଆଇପି ପ୍ରୋଟୋକଲ ଅନୁସାରେ ଏଠି ରଖାଯାଇଥିଲା। କିନ୍ତୁ ପ୍ରତିଦିନ ସଫା ହେଉଥିବା ରୁମ୍ ଭିତରକୁ ହଠାତ ଏତେ ପରିମାଣର ଧୂଳି ଆସିଲା କେଉଁଠୁ? ତାଙ୍କୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Detained, Priyanka Gandhi Vadra cleans the PAC Guest House in Sitapur district, UP. Live updates: https://t.co/IkRQNnKygP pic.twitter.com/HWbChifUws
— The Indian Express (@IndianExpress) October 4, 2021
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।