ବିଚ୍‌ ରାସ୍ତାରେ ସ୍ତ୍ରୀ ଓ ଝିଅକୁ ଗୁଳି କରି ନିଜେ ବି କଲା ଆତ୍ମହତ୍ୟା

ପାଟନା: ଦିନ ଦ୍ୱିପହରେ ବିଚ୍‌ ରାସ୍ତାରେ ସ୍ତ୍ରୀକୁ ଓ ଝିଅକୁ ଗୁଳି କରି ହତ୍ୟା। କେବଳ ସେତିକି ନୁହେଁ କିଏ କିଛି ବୁଝିବା ପୂର୍ବରୁ ନିଜେ ବି ନିଜକୁ କଲା ଗୁଳି। ଏଭଳି ଏକ ଲୋମହର୍ଷଣକାରୀ ଭିଡିଓ ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ବିହାରର ରାଜଧାନୀ ପାଟନାରେ ଘଟିଛି ଏଭଳି ଘଟଣା। ଯାହାର ସିସିଟିଭି ଫୁଟେଜ୍‌ ଏବେ ସାମ୍ନାକୁ ଆସିଛି। ରାଜଧାନୀ ପାଟନାର ରାଜୀବ ନାମକ ଜଣେ ବ୍ୟକ୍ତି ବିଚ୍‌ ରାସ୍ତାରେ ନିଜ […]

husband-shoots-wife-and-daughter

husband-shoots-wife-and-daughter

Madhupriya Mistry
  • Published: Thursday, 28 April 2022
  • Updated: 28 April 2022, 05:08 PM IST

Sports

Latest News

ପାଟନା: ଦିନ ଦ୍ୱିପହରେ ବିଚ୍‌ ରାସ୍ତାରେ ସ୍ତ୍ରୀକୁ ଓ ଝିଅକୁ ଗୁଳି କରି ହତ୍ୟା। କେବଳ ସେତିକି ନୁହେଁ କିଏ କିଛି ବୁଝିବା ପୂର୍ବରୁ ନିଜେ ବି ନିଜକୁ କଲା ଗୁଳି। ଏଭଳି ଏକ ଲୋମହର୍ଷଣକାରୀ ଭିଡିଓ ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି।

ବିହାରର ରାଜଧାନୀ ପାଟନାରେ ଘଟିଛି ଏଭଳି ଘଟଣା। ଯାହାର ସିସିଟିଭି ଫୁଟେଜ୍‌ ଏବେ ସାମ୍ନାକୁ ଆସିଛି। ରାଜଧାନୀ ପାଟନାର ରାଜୀବ ନାମକ ଜଣେ ବ୍ୟକ୍ତି ବିଚ୍‌ ରାସ୍ତାରେ ନିଜ ପତ୍ନୀ ଓ ଝିଅର ମୁଣ୍ଡକୁ ଗୁଳି କରିଥିଲେ। ଏହାପରେ ସେ ନିଜକୁ ମଧ୍ୟ ଗୁଳି ମାରିଥିଲେ। ଘଟଣାସ୍ଥଳରେ ହିଁ ଟଳିପଡିଥିଲେ ତିନି ଜଣ। ସେହି ସମୟରେ ଜଣେ ମହିଳା ଉପସ୍ଥିତ ରହିଥିଲେ ମଧ୍ୟ ରାଜୀବ ତାଙ୍କର କୌଣସି ପ୍ରକାରର କ୍ଷତି କରିନଥିଲେ। ତେବେ ଆଖି ଆଗରେ ତିନି ଜଣଙ୍କ ମୃତ୍ୟୁକୁ ଦେଖି ମହିଳା ଜଣକ ପୂରା ସ୍ତବ୍ଧ ହୋଇଯାଇଛି।   ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁକୁ ନେଇ ଆଖପାଖର ଲୋକେ ମଧ୍ୟ ଚକିତ ହୋଇପଡିଛନ୍ତି। ପାଟନାର ଅନିସାବାଦ ପୁଲିସ କଲୋନୀରେ ଏହି ଘଟଣା ଘଟିଛି।

କୁହାଯାଉଛି ଯେ, ଏହି ପରିବାର ପୂର୍ବତନ ଆଇଜିଙ୍କ ଘରେ ଭଡାରେ ରହୁଥିଲେ। ତେବେ କାହିଁକି ରାଜୀବ ପତ୍ନୀ ଝିଅକୁ ଗୁଳି କରି ନିଜେ ଆତ୍ମହତ୍ୟା କରିଛନ୍ତି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।

ସୂଚନା ମୁତାବକ, ରାଜୀବ କୁମାର ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ ନିଜ ଶାଳି ଶଶି ପ୍ରଭାଙ୍କୁ ବିବାହ କରିଥିଲେ। ଝିଅ ସଂସ୍କୃତି ସହ ରାଜୀବଙ୍କ ସମ୍ପର୍କ ଭଲ ନଥିଲା। ଝିଅ ନିଜ ବାପା ସହ ରହିବାକୁ ଚାହୁଁନଥିଲା। ପାରିବାରିକ କଳହକୁ ନେଇ ରାଜୀବ ଏଭଳି ହତ୍ୟାକାଣ୍ଡ ଘଟାଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି।

ପାଟନା ଏଏସ୍‌ପିଙ୍କ କହିବା ମୁତାବକ, ଗୁରୁବାର ମଧ୍ୟାହ୍ଣରେ ଏହି ଘଟଣା ଘଟିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। କାହିଁକି ରାଜୀବ ଏଭଳି ହତ୍ୟାକାଣ୍ଡ ଘଟାଇଲା ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos