ମୋତେ ମାରିବାକୁ ଯୋଜନା ହୋଇଥିବା କଥା ଜାଣିଥିଲି: ଇମ୍ରାନ

ଲାହୋର: ଗୁଳିମାଡ଼ରେ ଆହତ ହୋଇ ଚିକିତ୍ସାଧୀନ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଶୁକ୍ରବାର ଡାକ୍ତରଖାନାରୁ ଏକ ଭିଡିଓ ଜାରି କରିଛନ୍ତି। ସେଥିରେ ସେ ଦାବି କରିଛନ୍ତି ଯେ ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ହୋଇଥିବା ସେ ଜାଣିଥିଲେ। ଲାହୋରରେ ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଇମ୍ରାନ କହିଛନ୍ତି, ମୋ ଉପରେ ଆକ୍ରମଣ ହେବା ପୂର୍ବ ଦିନ ହିଁ ମୁଁ ଜାଣିବାକୁ ପାଇଥିଲି ଯେ ମୋତେ ହତ୍ୟା କରିବାକୁ ଯୋଜନା କରାଯାଇଛି। ୱାଜିରାବାଦ ଅବା ଗୁଜରାଟରେ […]

Imran Khan

Imran Khan

Jitendra Garnayak
  • Published: Friday, 04 November 2022
  • Updated: 04 November 2022, 09:22 PM IST

Sports

Latest News

ଲାହୋର: ଗୁଳିମାଡ଼ରେ ଆହତ ହୋଇ ଚିକିତ୍ସାଧୀନ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଶୁକ୍ରବାର ଡାକ୍ତରଖାନାରୁ ଏକ ଭିଡିଓ ଜାରି କରିଛନ୍ତି। ସେଥିରେ ସେ ଦାବି କରିଛନ୍ତି ଯେ ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ହୋଇଥିବା ସେ ଜାଣିଥିଲେ।

ଲାହୋରରେ ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଇମ୍ରାନ କହିଛନ୍ତି, ମୋ ଉପରେ ଆକ୍ରମଣ ହେବା ପୂର୍ବ ଦିନ ହିଁ ମୁଁ ଜାଣିବାକୁ ପାଇଥିଲି ଯେ ମୋତେ ହତ୍ୟା କରିବାକୁ ଯୋଜନା କରାଯାଇଛି। ୱାଜିରାବାଦ ଅବା ଗୁଜରାଟରେ ମୋତେ ମାରିବାକୁ ଷଡ଼ଯନ୍ତ୍ର କରାଯାଇଥିବା ନେଇ ମୋ ପାଖରେ ଖବର ଥିଲା। ମୋ ଶରୀରରେ ୪ଟି ଗୁଳି ବାଜିଛି।

ଏହି ଘଟଣା ପାଇଁ ଇମ୍ରାନ ଖାନ୍ ଓ ତାଙ୍କ ଦଳ ୩ ଜଣଙ୍କ ଉପରେ ଦୋଷ ଲଦିଛନ୍ତି। ସେମାନେ ହେଉଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ, ଆଭ୍ୟନ୍ତରୀଣ ସୁରକ୍ଷା ମନ୍ତ୍ରୀ ରାଣା ସାନାଉଲ୍‌ହା ଓ ଆଇଏସ୍‌ଆଇ ମୁଖ୍ୟ ଜେନେରାଲ ଫୈଜଲ ନାସୀର।

ଇମ୍ରାନ ଏବେ ବିପଦମୁକ୍ତ ଅଛନ୍ତି। ତେବେ ଗୁରୁବାର ହୋଇଥିବା ଏହି ଗୁଳିମାଡ଼ରେ ତାଙ୍କର ଜଣେ ସମର୍ଥକଙ୍କର ମୃତ୍ୟୁ ଘଟିଛି। ସେହିପରି ତାଙ୍କର ଆଉ ୧୩ ସମର୍ଥକ ଆହତ ହୋଇଛନ୍ତି।

ଇମ୍ରାନଙ୍କ ଉପରେ ହୋଇଥିବା ଆକ୍ରମଣରେ ପାକିସ୍ତାନ ସରକାର ସଫେଇ ଦେଇଛନ୍ତି। ଏଥିରେ ସରକାରଙ୍କର କିଛି ଭୂମିକା ନାହିଁ ବୋଲି କୁହାଯାଇଛି। ତା’ ସହିତ ଘଟଣାର ନିରପେକ୍ଷ ତଦନ୍ତ କରାଯିବ ବୋଲି ସରକାର କହିଛନ୍ତି।

ଇମ୍ରାନଙ୍କ ଉପରକୁ ଗୁଳି କରିଥିବା ବ୍ୟକ୍ତି ଜଣଙ୍କ ପୁଲିସ୍ ଆଗରେ ନିଜ ଦୋଷ ସ୍ୱୀକାର କରିଛନ୍ତି। ସେ କ୍ୟାମେରା ଆଗରେ ପୁଲିସ୍‌କୁ କହିଛନ୍ତି ଯେ ସେ ନିଜେ ଇମ୍ରାନଙ୍କୁ ମାରିବାକୁ ଚାହୁଁଥିଲେ। କାରଣ ଇମ୍ରାନଙ୍କ ଉପରେ ସେ ଅସନ୍ତୁଷ୍ଟ ଥିଲେ। ଇମ୍ରାନ ଲୋକଙ୍କୁ ଭୁଲ୍ ବାଟରେ ନେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story