ମଶା ରୋକିବ ଡେଙ୍ଗୁ

ନୂଆଦିଲ୍ଲୀ: ଏଣିକି ମଶାରୁ ଉତ୍ପନ୍ନ ହେଉଥିବା ରୋଗକୁ ମଶା ହିଁ ମାତ୍ ଦେବ। ମଶା ରୋକିବ ଡେଙ୍ଗୁ। ଡେଙ୍ଗୁ ଓ ଚିକନଗୁନିଆ ନିୟନ୍ତ୍ରଣ ପାଇଁ ଚାଲିଥିବା ଗବେଷଣାରେ ବଡ଼ ସଫଳତା ମିଳିଛି। ଏକ ନୂଆ ପ୍ରଜାତିର ମାଇ ମଶା ଜରିଆରେ ଡେଙ୍ଗୁ ଓ ଚିକନଗୁନିଆ ରୋଗକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ସୂଚନା ଦେଇଛି ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ବା ICMR।
ପୁଡୁଚେରୀରେ ଆଇସିଏମ୍ଆରର ଭେର କଣ୍ଟ୍ରୋଲ ରିସର୍ଚ୍ଚ ସେଣ୍ଟର ଏହି ନୂଆ ପ୍ରଜାତିର ମାଈ ମଶାକୁ ଡେଭଲପ୍ କରିଥିବା ଏହାର ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ କୁମାର ସୂଚନା ଦେଇଛନ୍ତି। ଏହି ମାଈ ମଶା ପୁରୁଷ ମଶା ସହିତ ମିଶି ଲାର୍ଭା ଉତ୍ପାଦନ କରିବେ ଯାହା ଡେଙ୍ଗୁ-ଚିକୁଙ୍ଗୁନିଆକୁ ଦୂର କରିବ। ଫଳରେ ମଶା କାମୁଡିଲେ ମଣିଷମାନେ ଆଉ ସଂକ୍ରମିତ ହେବେ ନାହିଁ ବୋଲି ଆଇସିଏମ୍ଆର୍ କହିଛି।
ପୁଡୁଚେରୀ ସ୍ଥିତ ଆଇସିଏମ୍ଆର୍ ଏଡିଜ ଏଜିପ୍ଟିର ଦୁଇଟି ଉପନିବେଶ ବିକଶିତ କରିଛି। ସେମାନେ wMel ଏବଂ wAIbB Wolbachia ଷ୍ଟ୍ରେନ୍ ଦ୍ୱାରା ସଂକ୍ରମିତ କରାଯାଇଛି। ବର୍ତ୍ତମାନ ଏହି ମଶାମାନଙ୍କର ନାମ ହେଉଛି ଏଡିସ୍ ଏଜିପ୍ଟି (PUD)। ଏହି ମଶାମାନେ ଡେଙ୍ଗୁ ଏବଂ ଚିକନଗୁନିଆର ଭାଇରାଲ୍ ସଂକ୍ରମଣକୁ ବିସ୍ତାର ହେବାରେ ରୋକିବେ।
ଗଲା ୪ ବର୍ଷ ଧରି ଭେର କଣ୍ଟ୍ରୋଲ ରିସର୍ଚ୍ଚ ସେଣ୍ଟର ଏସମ୍ପର୍କରେ ଗବେଷଣା ଜାରି ରଖିଥିଲା ଏବେ ଗବେଷଣା ସରିଯାଇଛି। କିନ୍ତୁ ସରକାରଙ୍କ ଅନୁମତିକୁ ଅପେକ୍ଷା କରାଯାଇଛି। ପୁଡୁଚେରୀ ସ୍ଥିତ ଆଇସିଏମ୍ଆର୍ ନିର୍ଦ୍ଦେଶକ ଡଃ. ଅଶ୍ୱିନୀ କୁମାର କହିଛନ୍ତି, ସ୍ଥାନୀୟ ଅଞ୍ଚଳରେ ମଶାଙ୍କୁ ଛାଡିବା ପାଇଁ ଅନେକ ପ୍ରକାରର ସରକାରୀ ଅନୁମତି ଆବଶ୍ୟକ ହେବ।
ଡେଙ୍ଗୁ ଏବଂ ଚିକନଗୁନିଆକୁ ଦୂର କରିବା ଏବଂ ନିୟନ୍ତ୍ରଣ କରିବା ପାଇଁ ଆମେ ସ୍ୱତନ୍ତ୍ର ପ୍ରକାରର ମଶା ବିକଶିତ କରିଛୁ। ଆମେ ବାହାରେ ମାଇ ମଶାମାନଙ୍କୁ ଛାଡିବକୁ ଯାହା ଦ୍ୱାରା ସେମାନେ ଲାର୍ଭା ଗଠନ କରିବେ ଏବଂ ଏହି ରୋଗର ଜୀବାଣୁମୁକ୍ତ ହୋପାରିବ। ଏହି ମଶାମାନଙ୍କୁ ବାହାରେ ଛାଡିବା ପାଇଁ ଆମର ପ୍ରସ୍ତୁତି ସରିଛି, କେବଳ ସରକାରଙ୍କ ଅନୁମତିକୁ ଅପେକ୍ଷା ରହିଛି।
ICMR-VCRC develops special mosquitoes to control Dengue, Chikungunya
Read @ANI Story | https://t.co/fXdzQiSGvZ#ICMR #VCRC #Dengue #Chikungunya pic.twitter.com/3pLTjmJiwM
— ANI Digital (@ani_digital) July 7, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।