ମୁମ୍ବାଇ: ଛାତରୁ ଡେଇଁ ଆତ୍ମହତ୍ୟା କଲେ ଆଇଆଇଟି ଛାତ୍ର। ମାନସିକ ଚାପରେ ଭାରାକ୍ରାନ୍ତ ହୋଇ ଶେଷରେ ଜୀବନ ହାରିଲେ ଛାତ୍ର।ସୋମବାର ଆଇଆଇଟି ବମ୍ବେର ଜଣେ ଛାତ୍ର ସପ୍ତମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ମୃତକ(୨୬) ଜଣକ ଦ୍ୱିତୀୟ ବର୍ଷ ଛାତ୍ର ଥିଲେ। ସୋମବାର ଭୋରୁ ୪ଟା ୩୦ରେ ସମ୍ପୃକ୍ତ ଛାତ୍ର ଜଣକ ଆଇଆଇଟି କ୍ୟାମ୍ପସର ୭ ମହଲାରୁ ଡେଇଁ ପଡ଼ିଥିବା ପୁଲିସ କହିଛି। ତାଙ୍କୁ ତୁରନ୍ତ ଘଟକୋପାରର ରାଜୱାଡ଼ି ହସପିଟାଲକୁ ନିଆଯାଇଥିଲା।
ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପୁଲିସ ଛାତ୍ରଙ୍କର ହଷ୍ଟେଲ ରୁମରୁ ଏକ ସୁଇସାଇଡ୍ ନୋଟ୍ ଜବତ କରିଛି। ସେଥିରେ ଛାତ୍ର ଜଣକ ମାନସିକ ରୋଗରେ ପୀଡ଼ିତ ଥିବା ଦର୍ଶାଯାଇଛି। ଡାକ୍ତରଙ୍କ ପରାମର୍ଶ ଅନୁଯାଇ ଚିକିତ୍ସିତ ହେଉଥିଲେ।
ହେଲେ ଶେଷରେ ଯନ୍ତ୍ରଣା ସହି ନପାରି ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲା ବୋଲି ସୁଇସାଇଡ୍ ନୋଟରେ ଉଲ୍ଲେଖ ରହିଛି। ତାଙ୍କ ମୃତ୍ୟୁ ପାଇଁ ସେ କାହାକୁ ଦାୟୀ କରିନାହାନ୍ତି ବୋଲି ପୁଲିସ କହିଛି। ତେବେ ପୁୱାଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ତିରୁପତିରେ ମନ୍ଦିର ବାହାରେ ଦଳାଚକଟା; ୬ ମୃତ, ଅନେକ ଆହତ
ତିରୁପତିସ୍ଥିତ ପ୍ରଭୁ ଭେଙ୍କଟେଶ୍ୱରଙ୍କ ବୈକୁଣ୍ଠ ଦ୍ୱାର ଦର୍ଶନ ପାଇଁ ଟୋକନ୍ ବଣ୍ଟନ ସମୟରେ ଦଳାଚକଟା।
National
'୧୪ ବର୍ଷ ଗଲା, ୪୦ ତେଜାସ ମିଳିପାରିଲାନି'
ଚୀନ ଷଷ୍ଠ ପିଢ଼ିର ଯୁଦ୍ଧ ବିମାନ ପରୀକ୍ଷା କଲାଣି। ଆମ ବାୟୁସେନା ୨୦୧୦ରେ ମାଗିଥିବା ପ୍ରଥମ ସେଟ୍ ୪୦ଟି ତେଜାସ ତାଙ୍କୁ ଏପର୍ଯ୍ୟନ୍ତ ମିଳିନି। ଦୁଃଖ ପ୍ରକାଶ କଲେ ବାୟୁସେନା ମୁଖ୍ୟ ମାର୍ଶଲ ଏପି ସିଂହ।
Crime
ଭାଣିଜୀ ପ୍ରେମ ବିବାହ କଲା ବୋଲି ଭୋଜିରେ ବିଷ ମିଶାଇଦେଲା ମାମୁ
ଉପସ୍ଥିତ ଲୋକେ ଅଭିଯୁକ୍ତ ମାମୁକୁ ଅଟକାଇବାକୁ ଚେଷ୍ଟା କରିଥିଲେ ବି ସେ ଖସି ପଳାଇଛି।
Crime
୧୭ ବର୍ଷ ପୂର୍ବେ ହୋଇଥିଲା 'ହତ୍ୟା'; ଏବେ ଜୀବନ୍ତ ଧରିଲା ପୁଲିସ
ଏହି ହତ୍ୟା ମାମଲାରେ ୪ଜଣଙ୍କୁ ଗିରଫ ମଧ୍ୟ କରାଗଲା। ସେମାନେ ହତ୍ୟା ଅଭିଯୁକ୍ତ ଭାବରେ ଜେଲରେ ସଜ୍ଜା କାଟିଲେ। ଏବେ ବିହାରର ସେହି ବ୍ୟକ୍ତିଙ୍କୁ ଝାନସୀରୁ ଜୀବନ୍ତ ଧରିଲା ପୁଲିସ।
National
ମହାରାଷ୍ଟ୍ରରେ କେଶ ଝଡ଼ିବା ଆତଙ୍କ; ସପ୍ତାହେ ଭିତରେ ଚନ୍ଦା ହୋଇଯାଉଛନ୍ତି ଲୋକେ
କେଶ ଝଡ଼ିବା ଆରମ୍ଭ ହେଲେ କେବଳ ଗୋଟିଏ ସପ୍ତାହ ମଧ୍ୟରେ ସମସ୍ତେ ଚନ୍ଦା ହୋଇଯାଉଛନ୍ତି। ଗତ କିଛିଦିନ ହେଲା ଆରମ୍ଭ ହୋଇଥିବା ଏହି ସମସ୍ୟାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଚିନ୍ତାରେ।