କଂଗ୍ରେସ ବିଧାୟକଙ୍କ କାର୍‌ରୁ ମିଳିଲା ପୁଳା ପୁଳା ଟଙ୍କା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ୫୦ କୋଟିରୁ ଅଧିକ ଟଙ୍କା ମିଳିବା ଘଟଣା ଥଣ୍ଡା ନପଡୁଣୁ ଏବେ ପୁଣି କଂଗ୍ରେସ ବିଧାୟକଙ୍କ କାର୍‌ରୁ ମିଳିଛି ପୁଳା ପୁଳା ଟଙ୍କା। ବିପୁଳ ପରିମାଣର ଟଙ୍କା ନେଇ ଯାଉଥିବା ବେଳେ ପଶ୍ଚିମବଙ୍ଗ ପୁଲିସ ହାତରେ ଧରାପଡିଛନ୍ତି ଝାରଖଣ୍ଡର ୩ କଂଗ୍ରେସ ବିଧାୟକ। ହାୱଡା ଜିଲ୍ଲାରେ ପଶ୍ଚିମବଙ୍ଗ ପୁଲିସ ସେମାନଙ୍କ ଟୟୋଟା ପର୍ଚୁନର୍‌ କାର୍‌ରୁ ବିଡା ବିଡା ଟଙ୍କା ଜବତ କରି ପଚରାଉଚରା […]

cash-seized-from-congress-mla

cash-seized-from-congress-mla

Madhupriya Mistry
  • Published: Sunday, 31 July 2022
  • Updated: 31 July 2022, 08:17 AM IST

Sports

Latest News

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ୫୦ କୋଟିରୁ ଅଧିକ ଟଙ୍କା ମିଳିବା ଘଟଣା ଥଣ୍ଡା ନପଡୁଣୁ ଏବେ ପୁଣି କଂଗ୍ରେସ ବିଧାୟକଙ୍କ କାର୍‌ରୁ ମିଳିଛି ପୁଳା ପୁଳା ଟଙ୍କା। ବିପୁଳ ପରିମାଣର ଟଙ୍କା ନେଇ ଯାଉଥିବା ବେଳେ ପଶ୍ଚିମବଙ୍ଗ ପୁଲିସ ହାତରେ ଧରାପଡିଛନ୍ତି ଝାରଖଣ୍ଡର ୩ କଂଗ୍ରେସ ବିଧାୟକ। ହାୱଡା ଜିଲ୍ଲାରେ ପଶ୍ଚିମବଙ୍ଗ ପୁଲିସ ସେମାନଙ୍କ ଟୟୋଟା ପର୍ଚୁନର୍‌ କାର୍‌ରୁ ବିଡା ବିଡା ଟଙ୍କା ଜବତ କରି ପଚରାଉଚରା କରୁଛି।

ହାୱାଡା ସିଟି ପୁଲିସ ମୁତାବକ, ଇର୍‌ଫାନ ଆନସାରୀ, ରାଜେଶ କଚ୍ଛପ, ନମନ ଭିକ୍ସେଲ କୋଙ୍ଗାରୀ ଏହି ତିନି ଜଣ ହେଉଛି ଝାରଖଣ୍ଡର କଂଗ୍ରେସ ନେତା। ଏମାନେ ଶନିବାର ରାତିରେ ଜମତାରା ଅଞ୍ଚଳରୁ ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଅଞ୍ଚଳକୁ ଯାଉଥିଲେ। ଏତିକି ବେଳେ ପଶ୍ଚିମବଙ୍ଗ ପୁଲିସ ସେମାନଙ୍କ ଗାଡି ଅଟକାଇ ଯାଞ୍ଚ କରିଥିଲା। ଏହି ସମୟରେ ଡିକିରୁ ବିପୁଳ ପରିମାଣର ଟଙ୍କା ଜବତ କରାଯାଇଛି।

ବିଧାୟକମାନଙ୍କୁ କେଉଁଠୁ ଏତେ ପରିମାଣର ଟଙ୍କା ଆଣିଲେ ସେମ୍ପର୍କରେ ପଚରାଉଚରା କରାଯାଉଥିବା ତଦନ୍ତକାରୀ ଅଫିସର କହିଛନ୍ତି। ତେବେ ବିପୁଳ ପରିମାଣରେ ଟଙ୍କା ରହିଥିବାରୁ ଟଙ୍କା ଗଣିବା ପାଇଁ ପୁଲିସ ଟଙ୍କା ଗଣା ମେସିନ୍ ମଗାଇଛି । ଗଣା ସରିବା ପରେ ଟଙ୍କା ନେଇ ଅଧିକ ସୂଚନା ମିଳିପାରିବ ବୋଲି ପୁଲିସ କହିଛି।

ସେପଟେ ଏହି ଘଟଣାକୁ ନେଇ ତ୍ରୁଣମୂଳ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। ଟିଏମସି କହିଛି, କେନ୍ଦ୍ର ସରକାର ତଦନ୍ତକାରୀ ଏଜେନ୍ସି ସହାୟତାରେ ଦଳଗୁଡ଼ିକୁ ବାଛି ବାଛି ଟାର୍ଗେଟ କରୁଛନ୍ତି। ତେବେ କଂଗ୍ରେସ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ନିଶ୍ଚିତ ଭାବରେ ବିରୋଧୀଙ୍କ ଏକତା ମଧ୍ୟରେ ଫାଟ ସୃଷ୍ଟି କରୁଛି। ନିକଟରେ ଟିଏମସି ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ ​​ମାର୍ଗାରେଟ୍ ଅଲଭାଙ୍କୁ ସମର୍ଥନ ନକରିବା କଥା କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos