ଭାରତୀୟ ଶିକ୍ଷାର୍ଥୀଙ୍କୁ ବ୍ୟାନ ଚାଇନିଜ ଆପ୍‌ ଡାଉନଲୋଡ କରିବାକୁ ବାଧ୍ୟ କରାଯାଉଛି

ସୁରତ: ମହାମାରୀ କରୋନା ଯୋଗୁ ସମସ୍ତେ ଅନଲାଇନ କ୍ଲାସକୁ ଗୁରୁତ୍ୱ ଦେଉଛନ୍ତି। ତେବେ ଏହି ଅନଲାଇନ କ୍ଲାସ ପାଇଁ ହଜାର ହଜାର ପିଲା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ଚାଇନିଜ ବିଶ୍ୱବିଦ୍ୟାଳୟରେ ପାଠପଢ଼ୁଥିବା ପ୍ରାୟ ୨୩ ହଜାର ଶିକ୍ଷାର୍ଥୀଙ୍କ ଅନଲାଇନ ପାଠପଢ଼ା ପ୍ରଭାବିତ ହେଉଛି। ଏମାନଙ୍କ ମଧ୍ୟରେ ପ୍ରାୟ ୨୦ ହଜାର ମେଡିକାଲ ଛାତ୍ରଛାତ୍ରୀ ରହିଛନ୍ତି। ସେମାନଙ୍କୁ ଅନଲାଇନରେ କ୍ଲାସ କରିବା ପାଇଁ ଭାରତରେ ବ୍ୟାନ୍ ହୋଇଥିବା ଚାଇନିଜ୍ ଆପ୍ ଡାଉନଲୋଡ କରିବାକୁ ବାଧ୍ୟ କରାଯାଉଛି। ଯେଉଁମାନେ […]

aap

Hemant Lenka
  • Published: Wednesday, 21 July 2021
  • , Updated: 21 July 2021, 03:18 PM IST

ସୁରତ: ମହାମାରୀ କରୋନା ଯୋଗୁ ସମସ୍ତେ ଅନଲାଇନ କ୍ଲାସକୁ ଗୁରୁତ୍ୱ ଦେଉଛନ୍ତି। ତେବେ ଏହି ଅନଲାଇନ କ୍ଲାସ ପାଇଁ ହଜାର ହଜାର ପିଲା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ଚାଇନିଜ ବିଶ୍ୱବିଦ୍ୟାଳୟରେ ପାଠପଢ଼ୁଥିବା ପ୍ରାୟ ୨୩ ହଜାର ଶିକ୍ଷାର୍ଥୀଙ୍କ ଅନଲାଇନ ପାଠପଢ଼ା ପ୍ରଭାବିତ ହେଉଛି। ଏମାନଙ୍କ ମଧ୍ୟରେ ପ୍ରାୟ ୨୦ ହଜାର ମେଡିକାଲ ଛାତ୍ରଛାତ୍ରୀ ରହିଛନ୍ତି।

ସେମାନଙ୍କୁ ଅନଲାଇନରେ କ୍ଲାସ କରିବା ପାଇଁ ଭାରତରେ ବ୍ୟାନ୍ ହୋଇଥିବା ଚାଇନିଜ୍ ଆପ୍ ଡାଉନଲୋଡ କରିବାକୁ ବାଧ୍ୟ କରାଯାଉଛି। ଯେଉଁମାନେ ଡାଉନଲୋଡ କରିପାରୁ ନାହାନ୍ତି, ସେମାନଙ୍କ ପାଠପଢ଼ା ଗଭୀର ଭାବେ ପ୍ରଭାବିତ ହେଉଛି।

ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ସୃଷ୍ଟି ହେବାରୁ ନୂଆଦିଲ୍ଲୀ ୨୫୦ରୁ ଅଧିକ ଚାଇନିଜ୍‌ ଆପ୍‌କୁ ବ୍ୟାନ୍‌ କରିଛି। ହେଲେ ଚାଇନିଜ ବିଶ୍ୱବିଦ୍ୟାଳୟରେ ପାଠପଢ଼ୁଥିବା ଶିକ୍ଷାର୍ଥୀମାନଙ୍କୁ ସେହି ବ୍ୟାନ୍‌ ଆପକୁ ଡାଉନଲୋଡ କରିବାକୁ କୁହାଯାଉଛି। ଚାଇନିଜ ବିଶ୍ୱବିଦ୍ୟାଳୟଗୁଡ଼ିକ ଅନଲାଇନ ପାଠପଢ଼ା ପାଇଁ ୱିଚ୍ୟାଟ, ଡିଙ୍ଗଟକ୍‌, ସୁରପଷ୍ଟାର ଓ ଟେନସେଣ୍ଟର ଗୋଟିଏ ଭିଡିଓ ଚ୍ୟାଟ୍‌ ଆପ୍‌ର ବ୍ୟବହାର କରୁଛନ୍ତି।

ଭାରତରେ ଏଗୁଡ଼ିକ ବ୍ୟାନ୍‌ ହୋଇଥିଲେ ହେଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଭାରତୀୟ ଶିକ୍ଷାର୍ଥୀଙ୍କୁ ଏହି ସବୁ ଆପ୍‌ ଡାଉନଲୋଡ କରିବାକୁ କୁହାଯାଉଛି। ଇଣ୍ଡିଆନ୍‌ ଷ୍ଟୁଡେଣ୍ଟ ଇନ୍‌ ଚାଇନା(ଆଇଏସ୍‌ସି) ପକ୍ଷରୁ ଉଭୟ ଭାରତ ଓ ଚାଇନା କର୍ତ୍ତୃପକ୍ଷଙ୍କୁ ଏ ବାବଦରେ ଅବଗତ କରାଯାଇଛି। ହେଲେ ଏଯାଏ କୌଣସି ସୁଫଳ ମିଳୁନାହିଁ। ଛାତ୍ରଛାତ୍ରୀମାନେ ଭିପିଏନ୍‌ ଦ୍ୱାରା ଅସ୍ଥାୟୀ ଭାବେ ଏହି ସବୁ ଆପ୍‌କୁ ଡାଉନଲୋଡ କରି ପାଠପଢ଼ୁଛନ୍ତି।

ଦିଲ୍ଲୀରେ ରହୁଥିବା ଜଣେ ଛାତ୍ର କହିଛନ୍ତି, ପ୍ରଥମେ ୱିଚ୍ୟାଟ୍‌ ଦ୍ୱାରା କ୍ଲାସ ହେଉଥିଲା। ହେଲେ ଭାରତରେ ଏହା ବ୍ୟାନ୍‌ ହେବା ପରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡିଙ୍ଗଟକ୍‌ରେ କ୍ଲାସ କରାଯାଇଥିଲା। ହେଲେ ଏହା ମଧ୍ୟ ବ୍ୟାନ୍‌ ହୋଇଯାଇଛି। ପାଠପଢ଼ାରେ ବହୁତ ଅସୁବିଧା ହେଉଛି ବୋଲି ସେ କହିଛନ୍ତି।

ଅନଲାଇନ କ୍ଲାସ ପାଇଁ ବାର୍ଷିକ ଟ୍ୟୁସନ ଫି’ ବାବଦରେ ପିଲାମାନେ ୩ ଲକ୍ଷରୁ ୪.୫ ଲକ୍ଷ ଟଙ୍କା ଦେଉଛନ୍ତି। ହେଲେ ନେଟୱର୍କ ଠାରୁ ଆରମ୍ଭ କରି ଆପ୍‌ ସମସ୍ୟା ଯୋଗୁ ସେମାନଙ୍କ ପାଠପଢ଼ା ଠିକ୍‌ ଭାବେ ହୋଇପାରୁନାହିଁ।

Related story