୩୫ ବର୍ଷ ପରେ କମିଲା ବିଦ୍ୟୁତ ବ୍ୟବହାର

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ୨୦୨୧-୨୨ ଆର୍ଥିକ ବର୍ଷ। ଶେଷ ହୋଇଛି ୨୦୨୦-୨୧ ଆର୍ଥିକ ବର୍ଷ। ଆଉ ଏହି ଆର୍ଥିକ ବର୍ଷରେ ଭାରତ କେତେ ବିଦ୍ୟୁତ ବ୍ୟବହାର କରିଛି ତାର ଯେଉଁ ରିପୋର୍ଟ ଆସିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଲକଡାଉନ ଏବଂ ଶଟଡାଉନ କାରଣରୁ ଭାରତ ଏହି ଆର୍ଥିକ ବର୍ଷରେ କମ୍ ବିଦ୍ୟୁତ ବ୍ୟବହାର କରିଛି। ୩୫ ବର୍ଷ ପରେ ପ୍ରଥମ ଥର ପାଇଁ ଗତ ବର୍ଷ ଭାରତର ବିଦ୍ୟୁତ ବ୍ୟବହାର ହ୍ରାସ ପାଇଛି। ସରକାରଙ୍କ ଦ୍ୱାରା […]

Power demand

Power demand

Subhransu Sekhar
  • Published: Thursday, 01 April 2021
  • Updated: 01 April 2021, 06:21 PM IST

Sports

Latest News

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ୨୦୨୧-୨୨ ଆର୍ଥିକ ବର୍ଷ। ଶେଷ ହୋଇଛି ୨୦୨୦-୨୧ ଆର୍ଥିକ ବର୍ଷ। ଆଉ ଏହି ଆର୍ଥିକ ବର୍ଷରେ ଭାରତ କେତେ ବିଦ୍ୟୁତ ବ୍ୟବହାର କରିଛି ତାର ଯେଉଁ ରିପୋର୍ଟ ଆସିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଲକଡାଉନ ଏବଂ ଶଟଡାଉନ କାରଣରୁ ଭାରତ ଏହି ଆର୍ଥିକ ବର୍ଷରେ କମ୍ ବିଦ୍ୟୁତ ବ୍ୟବହାର କରିଛି। ୩୫ ବର୍ଷ ପରେ ପ୍ରଥମ ଥର ପାଇଁ ଗତ ବର୍ଷ ଭାରତର ବିଦ୍ୟୁତ ବ୍ୟବହାର ହ୍ରାସ ପାଇଛି। ସରକାରଙ୍କ ଦ୍ୱାରା ରଏଟର୍ସ କରିଥିବା ଆନାଲିସିସରୁ ଏହା ଜଣାପଡ଼ିଛି।

୨୦୨୦-୨୧ ଆର୍ଥିକ ବର୍ଷରେ ଶକ୍ତି ଉତ୍ପାଦନ ପୂର୍ବ ବର୍ଷ ତୁଳନାରେ ୦.୨ ପ୍ରତିଶତ କମିଥିବା ଜଣାପଡ଼ିଛି। ପୋସୋକୋ (POSOCO)ର ଏକ ରିପୋର୍ଟରୁ ଏହା ଜଣାପଡ଼ିଛି। ପ୍ରତିଦିନ ବ୍ୟବହାର ହେଉଥିବା ବିଦ୍ୟୁତ ଖର୍ଚ୍ଚକୁ ଆଧାର କରି ଏହି ରିପୋର୍ଟ ତିଆରି ହୋଇଛି। ଲକଡାଉନ ପାଇଁ ବିଭିନ୍ନ କଟକଣା ଲାଗୁ ହୋଇଥିଲା। ଆଉ ଏହି କାରଣ ପାଇଁ ୨୦୨୦ ମାର୍ଚ୍ଚ ମାସରୁ ଅଗଷ୍ଟ ମାସ ଯାଏଁ ବିଦ୍ୟୁତ୍ ଉତ୍ପାଦନ ହ୍ରାସ ପାଇଥିଲା ବୋଲି ଜଣାପଡ଼ିଛି। ଲକଡାଉନ୍ ନିୟମ କୋହଳ ହେବାରୁ ସ୍ଥିତି ସ୍ୱାଭାବିକ ହୋଇଥିଲା।

ଏହା ପରଠାରୁ ଅର୍ଥାତ ୨୦୨୦ ଅଗଷ୍ଟ ମାସରୁ ବିଦ୍ୟୁତ ଉତ୍ପାଦନ ୨୩.୩ ପ୍ରତିଶତ ବୃଦ୍ଧି ପାଇଛି। ଅଗଷ୍ଟ ପରଠାରୁ ଲକ୍‌ ଡାଉନ୍‌ କଟକଣା କୋହଳ ହେବାରୁ ବିଦ୍ୟୁତ ଉତ୍ପାଦନ ଓ ବ୍ୟବହାର ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଉଛି। ୨୦୨୧ ମାର୍ଚ୍ଚ ମାସରେ ପୂର୍ବ ଛଅ ମାସ ତୁଳନାରେ ଆଖିଦୃଶିଆ ଭାବେ ଅଧିକ ବିଦ୍ୟୁତ ଉତ୍ପାଦନ ହୋଇଛି।

୨୦୨୧ ମାର୍ଚ୍ଚରେ ଉତ୍ତର ଭାରତରେ ଅଧିକ ତାପମାତ୍ରା ରେକର୍ଡ ହୋଇଛି। ତାପମାତ୍ରା ବୃଦ୍ଧି ସାଙ୍ଗକୁ କଳକାରଖାନା ମଧ୍ୟ ପ୍ରାୟ ପୂର୍ଣ୍ଣଗତିରେ ଚାଲୁ ହେବା ଆରମ୍ଭ କରିଛି। ଏହି କାରଣ ପାଇଁ ଚଳିତ ବର୍ଷ ବିଦ୍ୟୁତ ଚାହିଦା ବୃଦ୍ଧି ପାଉଛି। କାରଣ ଲୋକେ ଘରେ ଏୟାର କଣ୍ଡିସନର ଚାଲୁ କରିଛନ୍ତି ଓ ଶିଳ୍ପାନୁଷ୍ଠାନଗୁଡ଼ିକ ଚାଲୁ ହେବା ଫଳରେ ଅଧିକ ବିଦ୍ୟୁତ ବ୍ୟବହାର କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story