ନୂଆଦିଲ୍ଲୀ: ହକି ଖେଳ ନାମରେ ଲକ୍ଷାଧିକ ଟଙ୍କା ଚଳୁ କରିଥିବା ଅଭିଯୋଗ ହୋଇଛି। ଫସିଲେ ଭାରତୀୟ ଅଲମ୍ପିକ୍ ସଂଘ ମୁଖ୍ୟ । ସିବିଆଇ ରାଡ଼ାରକୁ ଆସିଛନ୍ତି ଭାରତୀୟ ଅଲମ୍ପିକ୍ ସଂଘ ମୁଖ୍ୟ । ଭାରତୀୟ ଅଲମ୍ପିକ୍ ସଂଘର ସଭାପତି ନରିନ୍ଦର ବାତ୍ରାଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତ ସଂସ୍ଥା ସିବିଆଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ହକି ଇଣ୍ଡିଆ ପାଇଁ ମଞ୍ଜୁର ହୋଇଥିବା ଅର୍ଥକୁ ସେ ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଛି । ୩୫ ଲକ୍ଷ ଟଙ୍କା ଚଳୁ କରିବା ନେଇ ବାତ୍ରାଙ୍କ ନାମରେ ଅଭିଯୋଗ ହୋଇଥିଲା।
ହକି ଇଣ୍ଡିଆର ଉନ୍ନତି ଏବଂ ହକି ଖେଳାଳିଙ୍କ ପ୍ରୋତ୍ସାହନ ନାମରେ ବାତ୍ରା ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ଏହି ଟଙ୍କାକୁ ସେ ନିଜ ସ୍ୱାର୍ଥ ପାଇଁ ଖର୍ଚ୍ଚ କରିଛନ୍ତି। ତେବେ ଏହି ଦୁର୍ନୀତିରେ ଆଉ କିଛି ଅଫିସର ଏବଂ ଅଜଣା ବ୍ୟକ୍ତି ସାମିଲ ଥିବା ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି। ୨୦୧୯ରୁ ବାତ୍ରା ହକିଇଣ୍ଡିଆ ସହ ଜଡ଼ିତ ହୋଇଥିଲେ ।
ତେବେ ତାଙ୍କ ନାମରେ ଦୁର୍ନୀତି ଅଭିଯୋଗ ଆସିବା ପରେ ସିବିଆଇ ପ୍ରାଥମିକ ଯାଞ୍ଚ କରିଛି। ଯଦି ତାଙ୍କ ବିରୋଧରେ କିଛି ପ୍ରମାଣ ଆସେ ତେବେ ସିବିଆଇ ମାମଲା ରୁଜୁ କରି ଗିରଫ କରିବା ସମ୍ଭାବନା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
SpaDeX ମିଶନର ସଫଳ ଉତକ୍ଷେପଣ, ଚନ୍ଦ୍ରଯାନ-୪ ଓ ଗଗନଯାନ ପାଇଁ ବାଟ ଫିଟିଲା
ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରର ପ୍ରଥମ ଲଞ୍ଚ ପ୍ୟାଡରୁ ୨ଟି ସ୍ପେଶକ୍ରାଫ୍ଟ ମହାକାଶକୁ ପଠାଯାଇଛି। ୨୨୦ କିଲୋଗ୍ରାମ ଓଜନ ବିଶିଷ୍ଟ ଚେଜର୍ ଓ ଟାର୍ଗେଟ୍ ସ୍ପେଶକ୍ରାଫ୍ଟକୁ ମହାକାଶରେ ଯୋଡ଼ିବ।
Politics
‘କେରଳ ମିନି ପାକିସ୍ତାନ’ ବୟାନ ପାଇଁ ବିବାଦରେ ମନ୍ତ୍ରୀ ରାଣେ
କଂଗ୍ରେସର ରାହୁଲ ଗାନ୍ଧି ଓ କେରଳର ୱାୟନାଡରୁ ସାଂସଦ ହୋଇଥିବା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଟାର୍ଗେଟ କରିବା ବେଳେ ନୀତେଶ ରାଣେ କେରଳକୁ ମିନି ପାକିସ୍ତାନ କହିବାକୁ ମଧ୍ୟ ପଛାଇ ନାହାନ୍ତି।
National
୧୧ କୋଟି ଟଙ୍କା ଓ ୫୨ କେଜି ସୁନା ଜବତର ମାଷ୍ଟର ମାଇଣ୍ଡ ସୌରଭ ଶର୍ମା କିଏ? ଖୋଜୁଛନ୍ତି ୩ ତଦନ୍ତକାରୀ ସଂସ୍ଥା
କାର ଭିତରୁ ୧୧ କୋଟି ଟଙ୍କା ଓ ୫୨ କେଜି ଓଜନର ସୁନା ବିସ୍କୁଟ ଜବତ କରିଥିଲା। କୁହାଯାଉଛି ଏହି ଆଖି ଖୋସି ହେବା ଭଳି ସମ୍ପତ୍ତି ପଛର ମାଷ୍ଟରମାଇଣ୍ଡ ହେଉଛନ୍ତି ସୌରଭ ଶର୍ମା। ୩ ତଦନ୍ତକାରୀ ସଂସ୍ଥା ତାଙ୍କୁ ଖୋଜୁ ଥିଲେ ହେଁ ଏଯାଏ ତାଙ୍କ ସମ୍ପର୍କରେ କୌଣସି ଟେର୍ ପାଇନାହାନ୍ତି।
Politics
ହାଇଦ୍ରାବାଦ ଦଳାଚକଟା ଘଟଣା: 'ଆଇନ ଆଗରେ ସମସ୍ତେ ସମାନ' କହିଲେ ପୱନ କଲ୍ୟାଣ
ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ଉଚିତ ବୋଲି ଦର୍ଶାଇଛନ୍ତି ପୱନ କଲ୍ୟାଣ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ କଲେ ପ୍ରଶଂସା।
Politics
ରାହୁଲ ଗାନ୍ଧିଙ୍କ ଭିଏତନାମ ଟ୍ରିପକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ
ମନମୋହନ ସିଂହଙ୍କ ଅସ୍ତିକୁ ସଂଗ୍ରହ ପାଇଁ ଗାନ୍ଧି ପରିବାରର କେହି ଉପସ୍ଥିତ ନଥିବାରୁ ଦିନକ ତଳେ ବିଜେପି ଏହା ଉପରେ ପ୍ରଶ୍ନ ଉଠାଇଥିଲା।