ଇସୁଦାନ ଗୁଜରାଟର ଆପ୍‌ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ନୂଆଦିଲ୍ଲୀ: ଆସନ୍ତା ମାସରେ ଗୁଜରାଟ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଶୁକ୍ରବାର ଆମ୍ ଆଦ୍‌ମୀ ପାର୍ଟି (ଆପ୍) ତା’ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି। ଦଳର ଜାତୀୟ ଯୁଗ୍ମ ସାଧାରଣ ସଂପାଦକ ଥିବା ଇସୁଦାନ ଗଢ଼ବୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ଲୋକଙ୍କ ମତ ଆଧାରରେ ଇସୁଦାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇଥିବା ଦଳର ରାଷ୍ଟ୍ରୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି। ଆପ୍ ଦ୍ୱାରା କରାଯାଇଥିବା ଏକ ଜନମତ ସର୍ଭେରେ ୭୩% ଭୋଟର […]

Isudan Gadhvi

Isudan Gadhvi

Jitendra Garnayak
  • Published: Friday, 04 November 2022
  • Updated: 04 November 2022, 09:35 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ମାସରେ ଗୁଜରାଟ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଶୁକ୍ରବାର ଆମ୍ ଆଦ୍‌ମୀ ପାର୍ଟି (ଆପ୍) ତା’ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି। ଦଳର ଜାତୀୟ ଯୁଗ୍ମ ସାଧାରଣ ସଂପାଦକ ଥିବା ଇସୁଦାନ ଗଢ଼ବୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ଲୋକଙ୍କ ମତ ଆଧାରରେ ଇସୁଦାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇଥିବା ଦଳର ରାଷ୍ଟ୍ରୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି। ଆପ୍ ଦ୍ୱାରା କରାଯାଇଥିବା ଏକ ଜନମତ ସର୍ଭେରେ ୭୩% ଭୋଟର ୪୦ ବର୍ଷୀୟ ଇସୁଦାନଙ୍କ ସପକ୍ଷରେ ମତ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ତାଙ୍କ ନାଁ ଘୋଷଣା ପରେ ଇସୁଦାନ ଗଢ଼ବୀ କହିଥିଲେ, ଅରବିନ୍ଦ କେଜ୍ରିୱାଲଙ୍କ ରାଜନୀତିରେ ଚାଷୀ ପରିବାରରୁ ଆସିଥିବା ମୋ ଭଳି ଜଣେ ସାଧାରଣ ଲୋକକୁ ବଡ଼ ଦାୟିତ୍ୱ ଦିଆଯାଇଛି। ଭଲ କରିବା ପାଇଁ ମୁଁ ଚେଷ୍ଟା କରିବି। ଭଗବାନ ମୋତେ ସବୁ ଦେଇଛନ୍ତି। ବର୍ତ୍ତମାନ ମୋର ଦାୟିତ୍ୱ ଗୁଜରାଟବାସୀଙ୍କୁ ସେହି ସବୁ ସେବା ଦେବାକୁ ଯାହା ସେମାନେ ଆବଶ୍ୟକ କରନ୍ତି। ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ମୁଁ ଲୋକଙ୍କ ସେବା କରିବି।

ରାଜନୀତିରେ ପାଦ ଥାପିବା ପୂର୍ବରୁ ଇସୁଦାନ ଜଣେ ସାମ୍ବାଦିକ ଥିଲେ। ଭିଟିଭି ଗୁଜରାଟୀର ନ୍ୟୁଜ୍ ଶୋ’ ‘ମହାମନ୍ଥନ’ର ଆଙ୍କର ଭାବେ ସେ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲେ।

ଦୂରଦର୍ଶନର ‘ଯୋଜନା’ କାର୍ଯ୍ୟକ୍ରମରୁ ଇସୁଦାନ ତାଙ୍କ ସାମ୍ବାଦିକତା କ୍ୟାରିୟର ଆରମ୍ଭ କରିଥିଲେ। ସେଠାରୁ ସେ ଇଟିଭି ଗୁଜରାଟୀକୁ ଯାଇଥିଲେ। ସେଥିରେ ସେ ପୋରବନ୍ଦର ପ୍ରତିନିଧି ଭାବେ ୨୦୦୭ରୁ ୨୦୧୧ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ସେଠାରେ ଥିବା ବେଳେ ୧୫୦ କୋଟି ଟଙ୍କାର ଏକ ଦୁର୍ନୀତିକୁ ସେ ଲୋକଲୋଚନକୁ ଆଣିଥିଲେ। ତାଙ୍କର ସେହି ରିପୋର୍ଟ ଆଧାରରେ ଗୁଜରାଟ ସରକାର କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହୋଇଥିଲେ।

୨୦୧୫ରେ ଇସୁଦାନ ଭିଟିଭି ଗୁଜରାଟୀରେ ଯୋଗ ଦେଲେ। ସେ ଚ୍ୟାନେଲ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଗୁଜରାଟ ମିଡିଆରେ ଚ୍ୟାନେଲ ମୁଖ୍ୟ ଭାବେ କାର୍ଯ୍ୟ କରିବାରେ ସେ ଥିଲେ ସର୍ବ କନିଷ୍ଠ ସାମ୍ବାଦିକ। ତାଙ୍କର ଶୋ’ ଗୁଡ଼ିକ ଗୁଜରାଟର ଗାଁ ଗହଳିରେ ବେଶ୍ ଲୋକପ୍ରିୟ ହୋଇପାରିଥିଲା। ୨୦୨୧ ଜୁନ୍ ମାସରେ ଇସୁଦାନ ଆପ୍‌ରେ ଯୋଗ ଦେଇଥିଲେ।

ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦୌଡ଼ରେ ଦଳର ଗୁଜରାଟ ସଭାପତି ଗୋପାଳ ଇଟାଲିଆ ମଧ୍ୟ ଥିଲେ। ଇଟାଲିଆ ହିଁ ଇସୁଦାନ ଗଢ଼ବୀଙ୍କୁ ଆପ୍‌କୁ ଆଣିଥିଲେ।

ସୂଚନାଯୋଗ୍ୟ, ଗୁଜରାଟ ବିଧାନସଭାରେ ୧୮୨ଟି ଆସନ ଥିବା ବେଳେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ। ପ୍ରଥମ ପର୍ଯ୍ୟାୟ ମତଦାନ ଡିସେମ୍ବର ୧ ତାରିଖରେ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ୫ ତାରିଖରେ ହେବ। ଡିସେମ୍ବର ୮ ତାରିଖରେ ଭୋଟ୍ ଗଣତି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story