ବୋହୂ ଐଶ୍ୱର୍ଯ୍ୟାଙ୍କ ପାଇଁ ସଂସଦରେ ରାଗ ସମ୍ଭାଳି ପାରିଲେନି ଜୟା ବଚ୍ଚନ

ନୂଆଦିଲ୍ଲୀ: ପାନାମା ପେପର୍ସ ଲିକ ଘଟଣାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଭିନେତ୍ରୀ ତଥା ବଚ୍ଚନ ପରିବାରର ବୋହୂ ଐଶ୍ୱର୍ଯ୍ୟାଙ୍କୁ ମାରାଥନ ଜେରା କରିଛି। ସେ ଇଡର ସମନ ଅନୁଯାୟୀ, ଆଜି ମୁମ୍ବାଇ ସ୍ଥିତ ଅଫିସରେ ପହଞ୍ଚି ନିଜର ପକ୍ଷ ରଖିଛନ୍ତି। ଗୋଟିଏ ପଟେ ଇଡି ଐଶ୍ୱର୍ଯ୍ୟାଙ୍କୁ ଜେରା କରୁଥିବା ବେଳେ ଅନ୍ୟପଟେ ଏହାର ତାତି ସଂସଦରେ ଦେଖିବାକୁ ମିଳିଛି। ଆଜି ସଂସଦରେ ଐଶ୍ୱର୍ଯ୍ୟାଙ୍କ ଶାଶୂ ତଥା ସମାଜବାଦୀ ପାର୍ଟିର ସାଂସଦ ଜୟା ବଚ୍ଚନଙ୍କୁ ଶାସକ ଦଳର କିଛି […]

jaya-bachan

Hemant Lenka
  • Published: Monday, 20 December 2021
  • , Updated: 20 December 2021, 07:04 PM IST

ନୂଆଦିଲ୍ଲୀ: ପାନାମା ପେପର୍ସ ଲିକ ଘଟଣାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଭିନେତ୍ରୀ ତଥା ବଚ୍ଚନ ପରିବାରର ବୋହୂ ଐଶ୍ୱର୍ଯ୍ୟାଙ୍କୁ ମାରାଥନ ଜେରା କରିଛି। ସେ ଇଡର ସମନ ଅନୁଯାୟୀ, ଆଜି ମୁମ୍ବାଇ ସ୍ଥିତ ଅଫିସରେ ପହଞ୍ଚି ନିଜର ପକ୍ଷ ରଖିଛନ୍ତି। ଗୋଟିଏ ପଟେ ଇଡି ଐଶ୍ୱର୍ଯ୍ୟାଙ୍କୁ ଜେରା କରୁଥିବା ବେଳେ ଅନ୍ୟପଟେ ଏହାର ତାତି ସଂସଦରେ ଦେଖିବାକୁ ମିଳିଛି।

ଆଜି ସଂସଦରେ ଐଶ୍ୱର୍ଯ୍ୟାଙ୍କ ଶାଶୂ ତଥା ସମାଜବାଦୀ ପାର୍ଟିର ସାଂସଦ ଜୟା ବଚ୍ଚନଙ୍କୁ ଶାସକ ଦଳର କିଛି ସଦସ୍ୟ କମେଣ୍ଟ ମାରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବିଜେପି ଉପରେ ଜୟା ଜୋରଦାର ବର୍ଷିଛନ୍ତି। ସେ କହିଛନ୍ତି, “ସେମାନଙ୍କର ଖରାପ ଦିନ ଖୁବଶୀଘ୍ର ଆରମ୍ଭ ହେବ। କାଲି ଅପେକ୍ଷା କରନ୍ତୁ।”

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଇଡିରେ ହାଜର ହେବାର କିଛି ଘଣ୍ଟା ପରେ ଏପରି ଘଟିଛି। ଗୃହରେ ବ୍ୟକ୍ତିଗତ କମେଣ୍ଟ ମରା ଯାଉଥିବା ଜୟା ବାଚସ୍ପତିଙ୍କୁ ଜଣାଇଥିଲେ। ସେ କହିଥିଲେ, “ମୁଁ କେବେ ହେଲେ କାହାକୁ ବ୍ୟକ୍ତିଗତ ଭାବେ ଆକ୍ଷେପ କରିନି। ଯାହା ବି ଗୃହରେ ଘଟିଲା, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସେମାନେ ଏପରି ଭାବେ କମେଣ୍ଟ କରିବା ଉଚିତ ନଥିଲା।”

ରାଜ୍ୟସଭା ଏହାପୂର୍ବରୁ ମଧ୍ୟ ଜୟା ବଚ୍ଚନ ଓ ଶାସନ ଦଳର ସଦସ୍ୟଙ୍କ ବାକଯୁଦ୍ଧ ଯୋଗୁ ମୁଲତବୀ ହୋଇଥିଲା। ଜୟା ବଚ୍ଚନ କହିଥିଲେ, “ମୁଁ କମେଣ୍ଟ ପ୍ରସଙ୍ଗରେ ଅନେକ ସାଂସଦଙ୍କୁ ପଚାରିଲି। ହେଲେ ପ୍ରକୃତରେ କମେଣ୍ଟରେ କ’ଣ ସବୁ ଶବ୍ଦ ପ୍ରୟୋଗ କରାଯାଇଥିଲା, ସେକଥା କେହି ବି କହିନାହାନ୍ତି। କିନ୍ତୁ କମେଣ୍ଟ ଅଭିନେତ୍ରୀ(ଐଶ୍ୱର୍ଯ୍ୟା)ଙ୍କୁ ନେଇଥିଲା।”

ପାନାମା ପେପର୍ସ ଲିକ୍ ମାମଲାରେ ଏକ କମ୍ପାନୀର ଆଇନଗତ ଡକ୍ୟୁମେଣ୍ଟ୍ (ମୋସାକ୍ ଫୋନ୍ସେକା) ଲିକ୍ ହୋଇଥିଲା।  ଏହି ଲିକ୍‌ ଘଟଣା ପରେ ୪୨୪ ଜଣ ଭାରତୀୟଙ୍କ  ବିଦେଶୀ ବ୍ୟାଙ୍କରେ ଆକାଉଣ୍ଟ ଥିବା କଥା ସାମ୍ନାକୁ ଆସିଥିଲା। ଏଥିରେ କିଛି ରାଜନେତାଙ୍କ ସମେତ ବଡ ବଡ ଫିଲ୍ମ ଷ୍ଟାରଙ୍କ ନାଁ ମଧ୍ୟ ସାମିଲ ଥିଲା।  ଐଶ୍ୱର୍ଯ୍ୟାଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ଅଜୟ ଦେବଗନଙ୍କ ନାମ ମଧ୍ୟ ଏଥିରେ ସାମିଲ ଥିବା ନେଇ ଖୁଲାସା ହୋଇଥିଲା।

Related story