‘କରୋନା ମୃତକଙ୍କ ସାର୍ଟିଫିକେଟରେ ରହୁ ପିଏମଙ୍କ ଫଟୋ’

ପାଟଣା: ଟିକା ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋକୁ ପୁଣି ଉଠିଲା ପ୍ରଶ୍ନ। ବିହାରରେ ବିଜେପିର ସହଯୋଗୀ ଦଳ ତଥା ଏନଡିଏରେ ଥିବା ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ଏହି ପ୍ରଶ୍ନ ଉଠାଇଛି। ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନ ରାମ ମାଞ୍ଝୀ କହିଛନ୍ତି କରୋନା ମୃତକଙ୍କ ସାର୍ଟଫିକେଟର ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିବା ଦରକାର। ଯଦି ଟିକାରେ ଶ୍ରେୟ ପିଏମ୍ ନେବେ ତାହେଲେ ମୃତ୍ୟୁର ଶ୍ରେୟ ମଧ୍ୟ ସେ ନେବା ଦରକାର ବୋଲି କହିଛନ୍ତି […]

JITAN-RAM-MANJHI

JITAN-RAM-MANJHI

Ranjit Kumar Jena
  • Published: Monday, 24 May 2021
  • Updated: 24 May 2021, 04:29 PM IST

ପାଟଣା: ଟିକା ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋକୁ ପୁଣି ଉଠିଲା ପ୍ରଶ୍ନ। ବିହାରରେ ବିଜେପିର ସହଯୋଗୀ ଦଳ ତଥା ଏନଡିଏରେ ଥିବା ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ଏହି ପ୍ରଶ୍ନ ଉଠାଇଛି। ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନ ରାମ ମାଞ୍ଝୀ କହିଛନ୍ତି କରୋନା ମୃତକଙ୍କ ସାର୍ଟଫିକେଟର ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିବା ଦରକାର। ଯଦି ଟିକାରେ ଶ୍ରେୟ ପିଏମ୍ ନେବେ ତାହେଲେ ମୃତ୍ୟୁର ଶ୍ରେୟ ମଧ୍ୟ ସେ ନେବା ଦରକାର ବୋଲି କହିଛନ୍ତି ଜୀତନ ରାମ ମାଞ୍ଝୀ। ଯାହାକୁ ନେଇ ବିହାର ଏନଡିଏ ଭିତରେ ସ୍ଥିତି ଗୋଳମାଳିଆ ହୋଇଥିବା ଜଣାପଡ଼ିଛି।

ମାଞ୍ଝୀ ସୋମବାର ଟ୍ୱିଟ କରି କହିଛନ୍ତି "ଦେଶରେ କରୋନା ଟିକାକରଣ ପାଇଁ ପ୍ରଧାନମନ୍ତ୍ରୀ ଶ୍ରେୟ ନେଉଛନ୍ତି, ତେଣୁ ଦେଶରେ କରୋନାରେ ମୃତ୍ୟୁବରଣ ପାଇଁ ସେ ରୋଗୀଙ୍କ ମୃତ୍ୟୁ ପ୍ରମାଣପତ୍ରରେ ମଧ୍ୟ ତାଙ୍କ ଫଟୋ ରହିବା ଦରକାର। ଏଭଳି ହେଲେ ପ୍ରକୃତ ଯଥାର୍ଥତା ହେବ।"

ଏହା ପୂର୍ବରୁ ରବିବାର ଏହି ନେତା ଜଣକ କହିଥିଲେ ଯେ ଟିକାକରଣ ପ୍ରମାଣପତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିବା ଉଚିତ୍। ତେବେ ହଠାତ୍ ଜୀତନ ଏଭଳି କାହିଁକି ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନନା କଲେ? ଜୀତନଙ୍କୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କର ଅତି ନିକଟତର ବୋଲି ବିବେଚନା କରାଯାଏ। ତେଣୁ ଜେଡିୟୁ ଇସାରାରେ ଜୀତନ ଏଭଳି ସମାଲୋଚନା କରିଛନ୍ତି ବୋଲି କୁହାଯାଉଛି।

ରାଜ୍ୟରେ ମେଣ୍ଟ ସରକାର ରହିଛି। ବିଜେପି ସର୍ବାଧିକ ଆସନରେ ବିଜୟୀ ହୋଇଛି। ତେଣୁ କରୋନା ଟିକା ସାର୍ଟିଫିକେଟରେ ନୀତୀଶ ନିଜ ଫଟୋ ଲଗାଇବାକୁ ସାହସ କରି ପାରୁନାହାନ୍ତି। ହେଲେ କଂଗ୍ରେସ ଶାସିତ ରାଜ୍ୟମାନେ ଟିକା ପ୍ରମାଣପତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଇବା ଆରମ୍ଭ କରି ଦେଇଛନ୍ତି। ଝାଡ଼ଖଣ୍ଡ ଓ ଛତିଶଗଡ ସରକାର ଟିକା ସାର୍ଟିଫିକେଟରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos