ହଠାତ୍‌ ଚାଲିଗଲେ ବରିଷ୍ଠ ସାମ୍ବାଦିକ କମାଲ ଖାନ

ନୂଆଦିଲ୍ଲୀ: ନିଜର ସ୍ୱତନ୍ତ୍ର ରିପୋର୍ଟିଂ ଷ୍ଟାଇଲ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିପାରିଥିବା ବରିଷ୍ଠ ସାମ୍ବାଦିକ କମାଲ ଖାନ ଆଉ ନାହାନ୍ତି। ଆଜି ସକାଳେ ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଛି। ଗୁରୁବାର ରାତି ଯାଏ ସେ ରିପୋର୍ଟିଂ କରିବା ସହ ସାଙ୍ଗମାନଙ୍କ ସହ ଖଟି କରିଥିଲେ। ହେଲେ ସକାଳୁ ସକାଳୁ ସେ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ସାମ୍ବାଦିକ କମାଲ ଖାନ ଜାତୀୟ ଗଣମାଧ୍ୟମ ଏନଡିଟିଭି ପାଇଁ ଦୀର୍ଘ ୨୨ ବର୍ଷରୁ ଅଧିକ ସମୟ ହେଲା କାର୍ଯ୍ୟ […]

Kamal-khan

Kamal-khan

Hemant Lenka
  • Published: Friday, 14 January 2022
  • Updated: 14 January 2022, 03:26 PM IST

Sports

Latest News

ନୂଆଦିଲ୍ଲୀ: ନିଜର ସ୍ୱତନ୍ତ୍ର ରିପୋର୍ଟିଂ ଷ୍ଟାଇଲ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିପାରିଥିବା ବରିଷ୍ଠ ସାମ୍ବାଦିକ କମାଲ ଖାନ ଆଉ ନାହାନ୍ତି। ଆଜି ସକାଳେ ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଛି। ଗୁରୁବାର ରାତି ଯାଏ ସେ ରିପୋର୍ଟିଂ କରିବା ସହ ସାଙ୍ଗମାନଙ୍କ ସହ ଖଟି କରିଥିଲେ।

ହେଲେ ସକାଳୁ ସକାଳୁ ସେ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ସାମ୍ବାଦିକ କମାଲ ଖାନ ଜାତୀୟ ଗଣମାଧ୍ୟମ ଏନଡିଟିଭି ପାଇଁ ଦୀର୍ଘ ୨୨ ବର୍ଷରୁ ଅଧିକ ସମୟ ହେଲା କାର୍ଯ୍ୟ କାରୁଥିଲେ। ସେହିପରି ସେ ୩ ଦଶନ୍ଧିରୁ ଅଧିକ ଦିନ ହେଲାଣି ସାମ୍ବାଦିକତା ଜଗତ ସହ ଜଡ଼ିତ ହୋଇ ରହିଥିଲେ।

ଉତ୍ତର ପ୍ରଦେଶ ରାଜନୀତି ଉପରେ ତାଙ୍କର ସ୍ୱତନ୍ତ୍ର ଦଖଲ ଥିଲା। ରିପୋର୍ଟିଂ ବ୍ୟତୀତ ସେ ଫଟୋଗ୍ରାଫୀରେ ମଧ୍ୟ ବେଶ ରୁଚି ରଖିଥିଲେ। ନିଜର ବେଧଡ଼କ ରିପୋର୍ଟିଂ ପାଇଁ ସେ ଅନେକ ପୁରସ୍କାର ଜିତିଥିଲେ।

୬୧ ବର୍ଷୀୟ କମାଲ ଖାନ ପରିବାର ଲୋକଙ୍କ ସହ ଲକ୍ଷ୍ନୌ ସ୍ଥିତ ସରକାରୀ ବାସଭବନରେ ରହୁଥିଲେ। ତାଙ୍କ ପତ୍ନୀ ରୁଚି ମଧ୍ୟ ଜଣେ ସାମ୍ବାଦିକ। ଖାଲି ରାତିରେ ସେ ସଂପୂର୍ଣ୍ଣ ସୁସ୍ଥ ଥିଲେ। ହେଲେ ଆଜି ସକାଳୁ ହଠାତ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ପରିବାର ଲୋକ ତାଙ୍କୁ ହସ୍ପିଟାଲ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କମାଲ ଖାନ ଉତ୍ତର ପ୍ରଦେଶରେ ଏନଡିଟିଭିର ବ୍ୟୁରୋ ଚିଫ ଭାବେ କାମ କରୁଥିଲେ।

ନିର୍ଭୀକ ସାମ୍ବାଦିକତା ପାଇଁ କମାଲ ଖାନ ରାମନାଥ ଗୋୟେଙ୍କା ପୁରସ୍କାର ପାଇଥିଲେ। ସେହିପରି ଭାରତର ରାଷ୍ଟ୍ରପତି ତାଙ୍କୁ ଗଣେଶ ଶଙ୍କର ବିଦ୍ୟାର୍ଥୀ ସମ୍ମାନରେ ସମ୍ମାନୀତ କରିଥିଲେ।

ଆଜି ତାଙ୍କ ଅକାଳ ବିୟୋଗ ସାମ୍ବାଦିକ ଜଗତରେ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ତାଙ୍କ ସହ କାମ କରୁଥିବା ସାମ୍ବାଦିକମାନେ ଆଜି ସକାଳେ ଏହି ଖବର ପାଇ ପୂରା ସ୍ତବ୍ଧ ହୋଇଯାଇଛନ୍ତି। କମାଲ ଖାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ, କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା, ବିଏସ୍‌ପି ସୁପ୍ରିମୋ ମାୟାବତୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ, କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ, ମୁକ୍ତାର ଆବ୍ବାସ ନକଭୀ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରମୁଖ ଭଗୀର ଶୋକ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story