ଭୁସ୍ଖଳନରେ ୩ ମୃତ, ସ୍କୁଲ କଲେଜ ବନ୍ଦ

ବେଙ୍ଗାଲୁରୁ: ଦକ୍ଷିଣ-ପଶ୍ଚିମ ମୌସୁମୀ ସମଗ୍ର ଦେଶରେ ସକ୍ରିୟ ଅଛି। ବିଶେଷ କରି ଦେଶର ଦକ୍ଷିଣ ଭାଗରେ ମୌସୁମୀ ସକ୍ରିୟ ଥିବା ଯୋଗୁ ପ୍ରବଳ ବର୍ଷା ହେଉଛି। ଗତ କିଛି ଦିନ ହେବ କର୍ଣ୍ଣାଟକରେ ବର୍ଷା ଜାରି ରହିଛି। ଫଳରେ ଏଠାରେ ଭୁସ୍ଖଳନ ଘଟି ୩ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ଆହୁରି ଅତ୍ୟଧିକ ବର୍ଷା ହେବା ନେଇ ପାଣିପାଗ ବଭାଗ ଆଲର୍ଟ ଜାରି କରିଛି। ଏହାକୁ ଦୃଷ୍ଟିରେ ରଖି ସ୍କୁଲ କଲେଜ ସବୁ ବନ୍ଦ […]

landslide in karnataka

landslide in karnataka

Madhupriya Mistry
  • Published: Thursday, 07 July 2022
  • Updated: 07 July 2022, 12:36 PM IST

Sports

Latest News

ବେଙ୍ଗାଲୁରୁ: ଦକ୍ଷିଣ-ପଶ୍ଚିମ ମୌସୁମୀ ସମଗ୍ର ଦେଶରେ ସକ୍ରିୟ ଅଛି। ବିଶେଷ କରି ଦେଶର ଦକ୍ଷିଣ ଭାଗରେ ମୌସୁମୀ ସକ୍ରିୟ ଥିବା ଯୋଗୁ ପ୍ରବଳ ବର୍ଷା ହେଉଛି। ଗତ କିଛି ଦିନ ହେବ କର୍ଣ୍ଣାଟକରେ ବର୍ଷା ଜାରି ରହିଛି। ଫଳରେ ଏଠାରେ ଭୁସ୍ଖଳନ ଘଟି ୩ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ଆହୁରି ଅତ୍ୟଧିକ ବର୍ଷା ହେବା ନେଇ ପାଣିପାଗ ବଭାଗ ଆଲର୍ଟ ଜାରି କରିଛି। ଏହାକୁ ଦୃଷ୍ଟିରେ ରଖି ସ୍କୁଲ କଲେଜ ସବୁ ବନ୍ଦ କରି ଦିଆଯାଇଛି।

ମିଳିଥିବା ସୂଚନା ଅନୁସାରେ, କର୍ଣ୍ଣାଟକର ମାଙ୍ଗାଲୋର ଜିଲ୍ଲାରେ ଭୁସ୍ଖଳନ ହୋଇଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବୁଧବାର ରାତିରେ ଏହି ଘଟଣା ଘଟିଛି। କେରଳର ପାଞ୍ଚ ଜଣ ଶ୍ରମିକ ହେନରୀ କାର୍ଲୋ ନାମକ ଜଣେ ବ୍ୟକ୍ତିଙ୍କ ଚାଷ ଜମିରେ କାମ କରୁଥିଲେ। ଏହି ସମୟରେ ଭୁସ୍ଖଳନ ହେବା ଯୋଗୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ୨ ଜଣ ଶ୍ରମିକ ମାଟି କାଦୁଅ ତଳେ ପୋତି ହୋଇଯାଇଥିଲେ। ତେବେ ଅନ୍ୟ ଦୁଇ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ଆଜି ସକାଳେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି।

ମୃତ ଶ୍ରମିକମାନେ ହେଲେ ପଲକ୍କଡର ୪୫ ବର୍ଷୀୟ ବିଜୁ, କୋଟ୍ଟାୟମର ୪୬ ବର୍ଷୀୟ ବାବୁ ଓ ଅଲାଫୁଝାର ୪୬ ବର୍ଷୀୟ ସନ୍ତୋଷ। କନ୍ନୁରର ୪୪ ବର୍ଷୀୟ ଜନିଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ଅଛି। ତାଙ୍କ ଚିକିତ୍ସା ଜାରି ରହିଛି।

ସୂଚନା ମୁତାବକ ଉତ୍ତର ଭାରତ ସମେତ ଦକ୍ଷିଣ ଭାତରରେ ମଧ୍ୟ ଗତ କିଛି ଦିନ ହେବ ପ୍ରବଳ ବର୍ଷା ଜାରି ରହିଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ଆହୁରି ଅତ୍ୟଧିକ ବର୍ଷା ହେବା ନେଇ ମଧ୍ୟ ଆଇଏମ୍‌ଡି ଚେତାବନୀ ଜାରି କରିଛି। ଦକ୍ଷିଣ କର୍ଣ୍ଣାଟକ ଜିଲ୍ଲାରେ ୨୦୪.୫ ମିଲିମିଟର ବର୍ଷା ହେବା ନେଇ ମଧ୍ୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ମୁମ୍ବାଇ ସମେତ ହିମାଚଳ ପ୍ରଦେଶରେ ମଧ୍ୟ ପ୍ରବଳ ବର୍ଷା ହେତୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁ ଲୋକେ ଘରୁ ବାହାରିବା ମୁସକିଲ୍‌ ହୋଇପଡିଛି। ଗାଡି ମଟର ଚଳାଚଳ ଓ ଲୋକାଲ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos