ମାର୍ଚ୍ଚ ୧ରୁ କ୍ଷୀର ଲିଟର ପିଛା ୧୦୦ ଟଙ୍କା

ହିସାର: ଲଗାତର ତୈଳ ଦର ବୃଦ୍ଧିକୁ ନେଇ ସାଧାରଣ ଲୋକେ ଚିନ୍ତାରେ ପଡ଼ିଯାଇଛନ୍ତି। କେବଳ ସାଧାରଣ ଲୋକଙ୍କ ଉପରେ ନୁହେଁ, ଛୋଟ ଠାରୁ ବଡ଼ ବଡ଼ ବେପାରୀଙ୍କ ଉପରେ ମଧ୍ୟ ତୈଳଦର ବୃଦ୍ଧିର ପ୍ରଭାବ ପଡ଼ିଛି। ଏହାକୁ ଦୃଷ୍ଟିରେ ରଖି  ହରିୟାଣାର ହିସାରରେ ଥିବା ଖାପ୍ ପଞ୍ଚାୟତ କ୍ଷୀର ଦର ବୃଦ୍ଧି କରାଇବାକୁ ନିଷ୍ପତ୍ତି ନେଇଛି। ମାର୍ଚ୍ଚ ୧ ଅର୍ଥାତ୍ ଆସନ୍ତାକାଲିଠାରୁ କ୍ଷୀର ଲିଟର ପିଛା ୧୦୦ ଟଙ୍କାରେ ବିକ୍ରି କରିବାକୁ ନିଷ୍ପତ୍ତି ନିଆଯାଇଛି। ପଞ୍ଚାୟତ ନୂଆ […]

milk

milk

Ranjit Kumar Jena
  • Published: Sunday, 28 February 2021
  • Updated: 28 February 2021, 09:05 AM IST

Sports

Latest News

ହିସାର: ଲଗାତର ତୈଳ ଦର ବୃଦ୍ଧିକୁ ନେଇ ସାଧାରଣ ଲୋକେ ଚିନ୍ତାରେ ପଡ଼ିଯାଇଛନ୍ତି। କେବଳ ସାଧାରଣ ଲୋକଙ୍କ ଉପରେ ନୁହେଁ, ଛୋଟ ଠାରୁ ବଡ଼ ବଡ଼ ବେପାରୀଙ୍କ ଉପରେ ମଧ୍ୟ ତୈଳଦର ବୃଦ୍ଧିର ପ୍ରଭାବ ପଡ଼ିଛି। ଏହାକୁ ଦୃଷ୍ଟିରେ ରଖି  ହରିୟାଣାର ହିସାରରେ ଥିବା ଖାପ୍ ପଞ୍ଚାୟତ କ୍ଷୀର ଦର ବୃଦ୍ଧି କରାଇବାକୁ ନିଷ୍ପତ୍ତି ନେଇଛି।

ମାର୍ଚ୍ଚ ୧ ଅର୍ଥାତ୍ ଆସନ୍ତାକାଲିଠାରୁ କ୍ଷୀର ଲିଟର ପିଛା ୧୦୦ ଟଙ୍କାରେ ବିକ୍ରି କରିବାକୁ ନିଷ୍ପତ୍ତି ନିଆଯାଇଛି। ପଞ୍ଚାୟତ ନୂଆ କୃଷି ଆଇନ୍ ଓ ତୈଳ ଦର ବୃଦ୍ଧି ବିରୋଧରେ କ୍ଷୀର ଦର ବଢ଼ାଇବାକୁ ନିଷ୍ପତ୍ତି ନେଇଛି। ଦିନକ ତଳେ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରରେ କ୍ଷୀର ଲିଟର୍ ପିଛା ୧୦୦ ଟଙ୍କାରେ ବିକ୍ରି ହେବା ଟ୍ରେଣ୍ଡ କରୁଥିଲା।

ଏ ନେଇ ପଞ୍ଚାୟତ ପକ୍ଷରୁ କୁହାଯାଇଛି, 'ଆମେ କ୍ଷୀର ଲିଟର ପିଛା ୧୦୦ ଟଙ୍କାରେ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛୁ। ଆମେ ଡାଏରୀ ଚାଷୀଙ୍କୁ ଅନୁରୋଧ କରୁଛୁ ଯେ ସେମାନେ କେବଳ ସରକାରୀ କୋଅପରେଟିଭ୍ ସୋସାଇଟିକୁ ମଧ୍ୟ ଏହି ଦରରେ କ୍ଷୀର ବିକ୍ରି କରନ୍ତୁ। ତେବେ ଗରିବ ଲୋକଙ୍କୁ କ୍ଷୀର ଦେବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ଅର୍ଥାତ୍ ଗରିବଙ୍କୁ ପୁରୁଣା ଦରରେ କ୍ଷୀର ବିକ୍ରି କରାଯିବ।'

ତିନିମାସରୁ ଅଧିକ ଦିନ ଧରି ଚାଷୀ ଆନ୍ଦୋଳନ କରୁଛନ୍ତି। ସରକାର ସେମାନଙ୍କ କଥା ଶୁଣୁନାହାନ୍ତି। ସରକାରଙ୍କ ଏଭଳି ଆଭିମୁଖ୍ୟକୁ ନେଇ ଖାପ୍ ପଞ୍ଚାୟତ ଏହି ନିଷ୍ପତ୍ତି ନେଇଛି।

ଏହା ପୂର୍ବରୁ ସିଂଘୁ ବର୍ଡରରେ ଆନ୍ଦୋଳନ କରୁଥିବା ଚାଷୀ ନେତା କହିଛନ୍ତି, 'ଡିଜେଲ ଦର ବୃଦ୍ଧି କରି କେନ୍ଦ୍ର ସରକାର ଚାଷୀଙ୍କୁ ଘେରିବାକୁ ପ୍ରୟାସ କରୁଛନ୍ତି। ସରକାରଙ୍କୁ କାଉଣ୍ଟର କରିବା ପାଇଁ ଆମେ କ୍ଷୀର ଦରକୁ ଦ୍ୱିଗୁଣିତ କରିଛୁ।' ଏପରିକି ଯଦି ଚାଷୀଙ୍କ କଥା ନଶୁଣନ୍ତି, ତାହେଲେ ଆଗାମୀ ଦିନରେ ପରିବା ଦର ମଧ୍ୟ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି।

ଟ୍ୱିଟରରେ ମାର୍ଚ୍ଚ ୧ ତାରିଖରୁ କ୍ଷୀର ଦର ଲିଟର ପିଛା ୧୦୦ ଟଙ୍କା ହ୍ୟାଶଟ୍ୟାଗ୍ ସହ ଟ୍ୱିଟ୍ କରୁଥିବା କିଛି ଲୋକେ ପଚାରୁଛନ୍ତି ଯେ ଯଦି ଲୋକେ ୧୦୦ ଟଙ୍କାରେ ଲିଟର ପେଟ୍ରୋଲ କିଣିପାରୁଛନ୍ତି, ତାହେଲେ କ୍ଷୀର କାହିଁକି ନୁହେଁ।

ଏହି ହ୍ୟାଶଟ୍ୟାଗ୍ ସହ କିଛି ଟ୍ୱିଟରେ ଏକ ରେଟ୍ ଚାଟ୍ ମଧ୍ୟ ଶେଆର୍ କରାଯାଇଥିଲା। ଯେପରି ପେଟ୍ରୋଲ ଉପରେ ବିଭିନ୍ନ ପ୍ରକାରର ଟ୍ୟାକ୍ସ ଲାଗୁଛି, ସେହିପରି କ୍ଷୀରରେ ମଧ୍ୟ ଟ୍ୟାକ୍ସ ଲାଗିବା କଥା କୁହାଯାଇଛି। ଏଥିରେ ସବୁଜ ଚାରା ଟ୍ୟାକ୍ସ, ଗୋବର ଟ୍ୟାକ୍ସ, ଲେବର ଚାର୍ଜ ଓ ଚାଷୀଙ୍କ ଲାଭ ଆଦିକୁ ଯୋଡ଼ାଯାଇଛି। ତଳେ 'ମାର୍ଚ୍ଚ ୧ ତାରିଖରୁ ନୂଆ ଦର ଲାଗୁ ହେବ' ବୋଲି ଉଲ୍ଲେଖ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story