ମହିଳାଙ୍କ ପାଇଁ ସୁରକ୍ଷିତ କୋଲକାତା ସହର

ନୂଆଦିଲ୍ଲୀ: ମହିଳାଙ୍କ ପାଇଁ ସୁରକ୍ଷିତ ମହାନଗର ନିଗମ କୋଲକାତା ବା ସିଟି ଅଫ୍ ଜୟ। ସହରକୁ ସିଟି ଅଫ୍ ଜୟ କୁହାଯାଉଥିବା ବେଳେ ଏଠାରେ ମହିଳା ମାନେ ଅନ୍ୟ ମହାନଗର ନିଗମ ତୁଳନାରେ ଢେର ସୁରକ୍ଷିତ ବୋଲି ଜଣାପଡିଛି। ଅର୍ଥାତ ଏଠାରେ ଜଣେ ମହିଳା ରାସ୍ତା ଘାଟରେ ଚାଲିକି ଯିବା ବେଳେ ହେଉ ଅବା ଅନ୍ୟ କୌଣସି କାମ କରିବା ବେଳେ ଢେର ସୁରକ୍ଷିତ। ଜନସଂଖ୍ୟା ଆଧାରରେ ଅପରାଧର ସଂଖ୍ୟାକୁ ଦେଖିଲେ ମହିଳା ମାନେ ଏଠାରେ ସୁରକ୍ଷିତ […]

Kolkata

Kolkata

Madhupriya Mistry
  • Published: Sunday, 19 September 2021
  • Updated: 19 September 2021, 04:15 PM IST

Sports

Latest News

ନୂଆଦିଲ୍ଲୀ: ମହିଳାଙ୍କ ପାଇଁ ସୁରକ୍ଷିତ ମହାନଗର ନିଗମ କୋଲକାତା ବା ସିଟି ଅଫ୍ ଜୟ। ସହରକୁ ସିଟି ଅଫ୍ ଜୟ କୁହାଯାଉଥିବା ବେଳେ ଏଠାରେ ମହିଳା ମାନେ ଅନ୍ୟ ମହାନଗର ନିଗମ ତୁଳନାରେ ଢେର ସୁରକ୍ଷିତ ବୋଲି ଜଣାପଡିଛି। ଅର୍ଥାତ ଏଠାରେ ଜଣେ ମହିଳା ରାସ୍ତା ଘାଟରେ ଚାଲିକି ଯିବା ବେଳେ ହେଉ ଅବା ଅନ୍ୟ କୌଣସି କାମ କରିବା ବେଳେ ଢେର ସୁରକ୍ଷିତ। ଜନସଂଖ୍ୟା ଆଧାରରେ ଅପରାଧର ସଂଖ୍ୟାକୁ ଦେଖିଲେ ମହିଳା ମାନେ ଏଠାରେ ସୁରକ୍ଷିତ ବୋଲି ନାଶନାଲ କ୍ରାଇମ ରେକର୍ଡସ ବ୍ୟୁରୋ ବା ଏନସିଆରବି କହିଛି।

ଏନସିଆରବି ଏଭଳି ରିପୋର୍ଟ ଦେବା ପୂର୍ବରୁ ପ୍ରଥମେ ଦେଶର ସମସ୍ତ ମହାନଗର ନିଗମର ଜନସଂଖ୍ୟା ଏବଂ ଦୁଷ୍କର୍ମ, ଅପରାଧ ଏବଂ ହତ୍ୟା ଆଦି କେତେ ମାମଲା ରୁଜୁ ହୋଇଛି ତାର ପୃଷ୍ଠଭୂମିକୁ ସର୍ବେକ୍ଷଣ କରିଥିଲା। ଯେଉଁଥିରେ ଦେଶର ୧୯ଟି ପ୍ରମୁଖ ସହରକୁ ସର୍ବେକ୍ଷଣ କରିଛି ଏନସିଆରବି। ୧ଲକ୍ଷ ଜନସଂଖ୍ୟା ଆଧାରରେ ଏହି ସର୍ବେକ୍ଷଣ କରିଥିଲା ଏନସିଆରବି। ଯେଉଁଥିରେ ୧ ଲକ୍ଷ ଜନସଂଖ୍ୟା ହାରରେ ୧୧୦ରୁ କମ୍ ଅପରାଧ ହାର ଏବଂ ଦୁଷ୍କର୍ମ ଓ ହତ୍ୟା ଭଳି ସର୍ବନିମ୍ନ ଗୁରୁତର ଅପରାଧ କମ୍ ରହିଛି କୋଲକାତାରେ।

ଏନସିଆରବିର ରିପୋର୍ଟ ଅନୁଯାୟୀ ଦିଲ୍ଲୀରେ ସର୍ବାଧିକ ଜନସଂଖ୍ୟାରେ୧,୫୦୬.୯ ଅପରାଧ ହାର ରହିଛି। ସେହିପରି ଦ୍ୱିତୀୟରେ ଚେନ୍ନାଇ ରହିଛି ଯେଉଁଠି ଅପରାଧିକ ହାର୧,୦୧୬.୪ ରହିଛି। ମୁମ୍ବାଇ ମହାନଗର ନିଗମରେ ୨୭୨.୪ ପ୍ରତିଶତ ଅପରାଧିକ ହାର ରହିଥିବା ବେଳେ ବେଙ୍ଗାଲୁରୁରେ ୨୩୪.୯ ପ୍ରତିଶତ ରହିଛି ଅପରାଧିକ ହାର। ଏହା ଉପରେ ରହିଛି କୋଲକାତା। ଯେଉଁଠି ଅପରାଧ ହାର ମାତ୍ର ୧୦୯.୯ ରହିଛି।

ତେବେ ୨୦୧୮ ଏବଂ ୨୦୧୯ ତୁଳନାରେ କୋଲକାତାରେ ମଧ୍ୟ ଅପରାଧି ସଂଖ୍ୟା ହ୍ରାସ ପାଇଛି ବୋଲି ଏନସିଆରବି ତାର ରିପୋର୍ଟରେ କହିଛି । ୨୦୧୮ରେ କୋଲକାତା ସହରରେ ପ୍ରାୟ ୨୧,୪୮୧ ଅପରାଧ ରହିଥିବା ବେଳେ ୨୦୧୯ରେ ୧୯,୬୩୮ ଏବଂ ୨୦୨୦ ରେ ୧୮,୨୭୭ଟି ଅପରାଧିକ ମାମଲା ଥିଲା।

କୋଲକାତାରେ କେବଳ ୫୩ ଟି ହତ୍ୟା ମାମଲା ରହିଥିବା ବେଳେ ଦିଲ୍ଲୀରେ ୪୬୧ଟି ମାମଲା ରୁଜୁ ହୋଇଥିଲା। ଯାହାକି ସର୍ବାଧିକ ମାମଲା। ଏହାପରେ ବେଙ୍ଗାଲୁରୁରେ ୧୭୯ଟି ଚେନ୍ନାଇରେ ୧୫୦ଟି ଏବଂ ମୁମ୍ବାଇରେ ୧୪୮ଟି ମାମଲା ରହିଛି। କେବଳ ୫ଟି ମାମଲା ସହିତ କେରଳର କୋଜିକୋଡି ରହିଥିବା ବେଳେ କୋଚିରେ ୯ଟି ମାମଲା ରହିଛି। ଏହା କିନ୍ତୁ ସହର ଆଧାରରେ ରହିଛି। ଏହି ଦୁଇଟି ସହର କେରଳର।

ଅନ୍ୟ ମେଟ୍ରୋ ସହର ତୁଳନାରେ କୋଲକାତାରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧ ହାର ୨୯.୫ ରହିଛି। ମହିଳାଙ୍କ ପ୍ରତି ହେଉଥିବା ଅପରାଧ ଦୃଷ୍ଟିରୁ ଲକ୍ଷ୍ନୌ ମହିଳାମାନଙ୍କ ପାଇଁ ସବୁଠାରୁ ଅସୁରକ୍ଷିତ ସହର। ଯେଉଁଠି ପ୍ରତି ୧ଲକ୍ଷ ଜନସଂଖ୍ୟାରେ ୧୯୦.୭ ହାର ଅପରାଧ ରହିଛି। ଲକ୍ଷ୍ନୌରେ ୧୩.୮ ଲକ୍ଷ ଜନସଂଖ୍ୟାରେ ମହିଳାଙ୍କ ବିରୋଧରେ ୨,୬୩୬ଟି ଅପରାଧ ରହିଛି।

ଅନ୍ୟ ସହର ତୁଳନାରେ କୋଲକାତାରେ ସଡ଼କ ଦୁର୍ଘଟଣାରେ ଅବହେଳା ହେତୁ ମୃତ୍ୟୁ ହାର ମଧ୍ୟ ବହୁତ କମ୍। ୨୦୨୦ ରେ ସଡ଼କ ଦୁର୍ଘଟଣାରେ ଅବହେଳା ହେତୁ ମୃତ୍ୟୁ ସଂଖ୍ୟା ୨୦୪ ଥିଲା। ଏଥିରେ ଦୁର୍ଘଟଣାରେ ପ୍ରାୟ ୨୧୮ ଜଣଙ୍କର ମୃତ୍ୟୁ ଘଟିଛି। ଅସାବଧାନତା ହେତୁ ସାଂଘାତିକ ସଡକ ଦୁର୍ଘଟଣାର ଶତକଡା ୧.୪ ପ୍ରତିଶତ ରହିଛି ଯାହା ସମସ୍ତ ମେଟ୍ରୋ ମଧ୍ୟରେ ସର୍ବନିମ୍ନ। ସେହିପରି ଏହି ପରିସଂଖ୍ୟାନକୁ ତୁଳନା କଲେ ଦିଲ୍ଲୀରେ ସର୍ବାଧିକ ସାଂଘାତିକ ଦୁର୍ଘଟଣା ଘଟିଛି। ଯେଉଁଠି ୧,୧୩୦ଟି ଦୁର୍ଘଟଣା ମାମଲା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos