ଲାଇନଚ୍ୟୁତ ହେଲା ଲୋକମାନ୍ୟ ତିଲକ ଏକ୍ସପ୍ରେସ୍
ମୁମ୍ବାଇ: ଆଜି ଅପରାହ୍ନ ୩ଟା ୧୦ରେ ଲୋକମାନ୍ୟ ତିଲକ ଟର୍ମିନିୟସ୍(ଏଲଟିଟି)-ଜୟନଗର ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି। ମହାରାଷ୍ଟ୍ରର ନାସିକ ନିକଟସ୍ଥ ଲାହଭିଟ୍ ଏବଂ ଦେବଲାଲି ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ପାଖାପାଖି ୧୦ଟି କୋଚ୍ ଟ୍ରାକ ବାହାରକୁ ଖସିଯାଇଛି। ଘଟଣାସ୍ଥଳକୁ ରିଲିଫ୍ ଟ୍ରେନ୍ ଏବଂ ମେଡିକାଲ ଭ୍ୟାନ୍ ପଠାଯାଇଥିବା କେନ୍ଦ୍ରୀୟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି।
Few coaches of 11061 LTT-Jaynagar Express have been derailed between Lahavit and Devlali (near Nashik) on Dn line at around 15.10 hrs today, April 3. Accident relief train and medical van rushed to the spot. Details awaited: Central railway CPRO
— ANI (@ANI) April 3, 2022
ଦୁର୍ଘଟଣା ଯୋଗୁ କେତେକ ଟ୍ରେନ୍ର ଗତିପଥ ବଦଳାଯାଇଛି। ସେହିପରି କେତେକ ଟ୍ରେନ୍କୁ ବାତିଲ କରାଯାଇଛି। ତେବେ ଦୁର୍ଘଟଣାରେ କାହାରି ମୃତ୍ୟୁ ଘଟିଥିବା ସୂଚନା ମିଳି ନାହିଁ। ତେବେ ଟ୍ରାକ୍ ଉପରେ ଏକ ମୃତ ଦେହ ପଡ଼ିଥିବା କିଛି ଗଣମାଧ୍ୟମରେ ଦର୍ଶାଯାଇଛି।
କିନ୍ତୁ ଏହି ମୃତ ବ୍ୟକ୍ତି ବାହାର ଲୋକ ଅର୍ଥାତ ସେ ଉକ୍ତ ଟ୍ରେନ୍ର ଯାତ୍ରୀ ହୋଇ ନଥିବା ସନ୍ଦେହ କରାଯାଉଛି। ଏହି ମୃତ ଦେହଟି ଟ୍ରେନ୍ ଲାଇନଚ୍ୟୁତ ହେବା ପୂର୍ବରୁ ସେଠାରେ ପଡ଼ିଥିବା କେନ୍ଦ୍ରୀୟ ରେଲୱେର ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ଶିଭାଜୀ ସୂତାର କହିଛନ୍ତି। ତେବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଯାତ୍ରୀଙ୍କ ସୁବିଧା ପାଇଁ ସେଠାରେ ବସ୍ ବ୍ୟବସ୍ଥା କରାଯାଇ ଥିବା ଶିଭାଜୀ ସୂତାର କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।