କୋଟିପତି ଆର୍‌ଟିଓ ଅଫିସରଙ୍କ ଘରେ ସିନେମା ହଲ୍‌

ଭୋପାଳ: ଘର ନା ରାଜମହଲ। ଆଖି ପାଉନି ସମ୍ପତି ତାଲିକା। ଘର ଭିତରେ ତିଆରି ହୋଇଛି ଫିଲ୍ମ ହଲ୍‌। ରହିଛି ମାଳ ମାଳ ଘର ଓ ଜାଗାବାଡି। ଯିଏ ଦେଖୁଛି ସିଏ ତାଜୁବ ହୋଇଯାଉଛି। ଜଣେ ଆର୍‌ଟିଓ ଅଫିସରଙ୍କ ଘରେ ରେଡ୍‌ ପରେ ସାମ୍ନାକୁ ଆସିଛି କିଛି ଏଭଳି ଦୃଶ୍ୟ। ମଧ୍ୟପ୍ରଦେଶର ଜବଲପୁରର ଆର୍‌ଟିଓ ଅଫିସର ସନ୍ତୋଷ ପାଲ ସିଂହ। ଆୟର୍ହିଭୂତ ସମ୍ପତି ଠୁଳ କରିଥିବା ଅଭିଯୋଗରେ ବୁଧବାର ବିଳମ୍ବିତ ରାତିରେ ତାଙ୍କ ଘରେ ଇଓଡବ୍ଲୁ ତଥା […]

eow raid

eow raid

Madhupriya Mistry
  • Published: Thursday, 18 August 2022
  • Updated: 18 August 2022, 11:32 AM IST

ଭୋପାଳ: ଘର ନା ରାଜମହଲ। ଆଖି ପାଉନି ସମ୍ପତି ତାଲିକା। ଘର ଭିତରେ ତିଆରି ହୋଇଛି ଫିଲ୍ମ ହଲ୍‌। ରହିଛି ମାଳ ମାଳ ଘର ଓ ଜାଗାବାଡି। ଯିଏ ଦେଖୁଛି ସିଏ ତାଜୁବ ହୋଇଯାଉଛି। ଜଣେ ଆର୍‌ଟିଓ ଅଫିସରଙ୍କ ଘରେ ରେଡ୍‌ ପରେ ସାମ୍ନାକୁ ଆସିଛି କିଛି ଏଭଳି ଦୃଶ୍ୟ।

ମଧ୍ୟପ୍ରଦେଶର ଜବଲପୁରର ଆର୍‌ଟିଓ ଅଫିସର ସନ୍ତୋଷ ପାଲ ସିଂହ। ଆୟର୍ହିଭୂତ ସମ୍ପତି ଠୁଳ କରିଥିବା ଅଭିଯୋଗରେ ବୁଧବାର ବିଳମ୍ବିତ ରାତିରେ ତାଙ୍କ ଘରେ ଇଓଡବ୍ଲୁ ତଥା ଅର୍ଥନୈତିକ ଅପରାଧ ଶାଖା ଚଢ଼ାଉ କରିଛି। ତେବେ ଏହି ଚଢ଼ାଉ ବେଳେ ତାଙ୍କ ଆୟ ଠାରୁ ୬୫୦ ଗୁଣ ଅଧିକ ସମ୍ପତି ତାଙ୍କ ଘରୁ ଜବତ ହୋଇଛି। ଏଥିସହ ତାଙ୍କ ଘରୁ ନଗଦ ୧୬ ଲକ୍ଷ ଟଙ୍କା, ପୁଳା ପୁଳା ସୁନା ଅଳଙ୍କାର ଓ ଲଗ୍‌ଜୁରୀ କାର୍‌ ଏବଂ ବାଇକ୍‌ ମଧ୍ୟ ଜବତ କରିଛି ଇଓଡବ୍ଲୁ।

ଆର୍‌ଟିଓ ଅଫିସରଙ୍କ ଘରର ଡ୍ରଇଂ ରୁମ୍‌ ଠାରୁ ଆରମ୍ଭ କରି ବାଥରୁମ ଯାଏ ସବୁଠି କଳା ଟଙ୍କାର ଛାପ ରହିଥିବା ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ଏହି ସରକାରୀ ବାବୁ ଜଣକ ଘର ଭିତରେ ହିଁ ନିଜ ପାଇଁ ଏକ ବିଳସପୂର୍ଣ୍ଣ ସିନେମା ହଲ୍‌ ମଧ୍ୟ ତିଆରି କରିଛନ୍ତି।

ଇଓଡବ୍ଲୁ ଏସ୍‌ପି ଦେବେନ୍ଦ୍ର ପ୍ରତାପ ସିଂହଙ୍କ ଅନୁସାରେ ଆର୍‌ଟିଓ ସନ୍ତୋଷ ପାଲ ଓ ତାଙ୍କ ପତ୍ନୀ ରେଖା ପାଲଙ୍କ ପାଖରେ ଆୟବର୍ହିଭୂତ ସମ୍ପତି ଥିବା ନେଇ ଅଭିଯୋଗ ଆସିଥିଲା। ଏହାପରେ ବୁଧବାର ତାଙ୍କ ଘରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ତାଙ୍କ ଘରୁ କୋଟି କୋଟି ଟଙ୍କାର ସମ୍ପତି ତାଲିକା ମିଳିବା ସହ ପିପି କଲୋନୀ ଗ୍ୱାରିଘାଟରେ ୧୨୪୭ ବର୍ଗଫୁଟ ଅଞ୍ଚଳରେ ତିଆରି ଘରର ଡକ୍ୟୁମେଣ୍ଟ ମଧ୍ୟ ମିଳିଥିଲା।

ସେହିପରି ଶଙ୍କର ଶାହ ୱାର୍ଡରେ ୧୧୫୦ ବର୍ଗଫୁଟ, ଶତାବ୍ଦିପୁରମରେ ୧୦ ହଜାର ବର୍ଗଫୁଟର ଦୁଇଟି କୋଠା, କସ୍ତୁରବା ଗାନ୍ଧି ୱାର୍ଡରେ ୫୭୦ ବର୍ଗ ଫୁଟ ଓ ଗଢ଼ାଫାଟରେ ୭୭୧ ବର୍ଗଫୁଟର ଘର ବ୍ୟତୀତ ୧.୪ ଏକର ଜମିରେ ତିଆରି ଫାର୍ମ ହାଉସର ଦସ୍ତାବିଜ ମଧ୍ୟ ଇଓଡବ୍ଲୁ ହାତରେ ଲାଗିଥିଲା। ଏହାପରେ ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ଉକ୍ତ ଆର୍‌ଟିଓ ଅଫିସରଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏଥିସହ ଖୁବଶୀଘ୍ର ସରକାରୀ ବାବୁ ଜଣକ ଗିରଫ ହୋଇପାରନ୍ତି ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story