ମହାରାଷ୍ଟ୍ରରେ ୫୦-୬୦ ଫର୍ମୁଲା! ଦିଲ୍ଲୀରେ ଫଡନାଭିସ-ସିନ୍ଦେ

ନୂଆଦିଲ୍ଲୀ: ଦୁନିଆ ବାଦ ବିବାଦ ହୋ ହଲ୍ଲା ପରେ ମହାରାଷ୍ଟ୍ରରେ ବିଜେପି ଓ ଶିବସେନାର ବିଦ୍ରୋହୀ ମେଣ୍ଟରେ ସରକାର ଗଠନ ହୋଇଛି। ଏ ନାଟକୀୟ ଢ଼ଙ୍ଗରେ ଏହି ସରକାର ଗଠନର ହେବାର ଏକ ମାସ ବିତି ଗଲାଣି ତଥାପି ଏଯାଏଁ ରାଜ୍ୟରେ କ୍ୟାବିନେଟ୍‌ ବିସ୍ତାର ହୋଇନାହିଁ। ତେବେ କ୍ୟାବିନେଟ୍‌ ବିସ୍ତାର ପାଇଁ ଲାଗି ପଡିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀ। ଏକନାଥ ସିନ୍ଦେ ଓ ଦେବେନ୍ଦ୍ର ଫଡନାଭିସ ଗୁପ୍ତ ଭାବେ ଦିଲ୍ଲୀ ଯାଇଥିବା ସୂଚନା ମିଳିଛି। ଏହି […]

shinde-fadnavis

shinde-fadnavis

Madhupriya Mistry
  • Published: Sunday, 31 July 2022
  • Updated: 31 July 2022, 02:03 PM IST

Sports

Latest News

ନୂଆଦିଲ୍ଲୀ: ଦୁନିଆ ବାଦ ବିବାଦ ହୋ ହଲ୍ଲା ପରେ ମହାରାଷ୍ଟ୍ରରେ ବିଜେପି ଓ ଶିବସେନାର ବିଦ୍ରୋହୀ ମେଣ୍ଟରେ ସରକାର ଗଠନ ହୋଇଛି। ଏ ନାଟକୀୟ ଢ଼ଙ୍ଗରେ ଏହି ସରକାର ଗଠନର ହେବାର ଏକ ମାସ ବିତି ଗଲାଣି ତଥାପି ଏଯାଏଁ ରାଜ୍ୟରେ କ୍ୟାବିନେଟ୍‌ ବିସ୍ତାର ହୋଇନାହିଁ। ତେବେ କ୍ୟାବିନେଟ୍‌ ବିସ୍ତାର ପାଇଁ ଲାଗି ପଡିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀ। ଏକନାଥ ସିନ୍ଦେ ଓ ଦେବେନ୍ଦ୍ର ଫଡନାଭିସ ଗୁପ୍ତ ଭାବେ ଦିଲ୍ଲୀ ଯାଇଥିବା ସୂଚନା ମିଳିଛି।

ଏହି ଦୁଇ ନେତାଙ୍କ ଅଚାନକ ଦିଲ୍ଲୀ ଗସ୍ତକୁ ନେଇ ଏବେ ଅନେକ ଆକଳନ ଚାଲିଛି।  ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣକୁ ନେଇ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ସଭାପତି ଜେପି ନାଡ୍ଡାଙ୍କୁ ଭେଟିଛନ୍ତି। ମହାରାଷ୍ଟ୍ରରେ କ୍ୟାବିନେଟ୍ ସମ୍ପ୍ରସାରଣକୁ ଅନେକ ଥର ସ୍ଥଗିତ ରଖାଯିବା ପରେ ଦିଲ୍ଲୀରେ ଏହି ଗୁପ୍ତ ବୈଠକ ହୋଇଥିବା କୁହାଯାଉଛି। ମହାରାଷ୍ଟ୍ରରେ ୫୦-୬୦ ଫର୍ମୁଲାରେ ଅଗଷ୍ଟ ପ୍ରଥମ ସପ୍ତାହରେ ସିନ୍ଦେ-ଫଡନାଭିସ୍ ସରକାରଙ୍କ କ୍ୟାବିନେଟ୍ ବିସ୍ତାର ହେବାର ସମ୍ଭାବନା ରହିଛି।

ତେବେ କ୍ୟାବିନେଟରେ କାହାକୁ କେତେ ମନ୍ତ୍ରୀପଦ ମିଳିବ ତାକୁ ନେଇ କିଛି ସ୍ପଷ୍ଟ ହୋଇନାହିଁ। ପ୍ରଥମେ କୁହାଯାଉଥିଲା କି ୬୫-୩୫ ଆଧାରରେ କ୍ୟାବିନେଟ ବିସ୍ତାର କରାଯିବ। ଅର୍ଥାତ ବିଜେପି ଖାତାରେ ୬୫% ମନ୍ତ୍ରୀ ରହିବେ ଓ ଶିବସେନା ବିଦ୍ରୋହୀଙ୍କ ଖାତରେ ୩୫ % ମନ୍ତ୍ରୀ ରହିବେ। ହେଲେ ଏବେ ରାଜନୈତିକ ବିଶ୍ଳେଷକମାନେ ଆକଳନ କରୁଛନ୍ତି କି, ୫୦-୫୦ ଆଧାରରେ କ୍ୟାବିନେଟ ବିସ୍ତାର କରାଯିବକୁ ନେଇ ସିନ୍ଦେ ଗୋଷ୍ଠୀ ଦାବି କରିପାରନ୍ତି। ସେପଟେ ବିଜେପି କିନ୍ତୁ ୬୦-୪୦ ନଚେତ ୫୦-୬୦ ଫର୍ମୁଲାକୁ ନେଇ ଅଡି ବସିବ।

ଯଦି ବିଧାୟକଙ୍କ ସଂଖ୍ୟା ଦେଖିବା ତେବେ ଏକନାଥ ସିନ୍ଦେଙ୍କ ଗ୍ରୁପରେ ଯେତିକି ବିଧାୟକ ରହିଛନ୍ତି ସେହି ତୁଳନାରେ ବିଜେପି ପାଖରେ ଦୁଇଗୁଣାରୁ ଅଧିକ ବିଧାୟକ ରହିଛନ୍ତି। ସେପଟେ ଦୁଇଗୁଣା ବିଧାୟକ ଥାଇ ବି ବିଜେପି ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ଆସନ ଛାଡିଛି। ଏହି କ୍ରମରେ ବିଜେପି ନିଶ୍ଚିନ୍ତ ଭାବେ ଅଧିକ ମନ୍ତ୍ରୀପଦ ଦାବି କରିବ ବୋଲି ଅନୁମାନ କରାଯାଉଛି । ସୂତ୍ରରୁ ପ୍ରକାଶ ଯେ ବିଜେପିରୁ ୨୭ଜଣ ମନ୍ତ୍ରୀ ଏବଂ ସିନ୍ଦେ କ୍ୟାମ୍ପରୁ ୧୫ ଜଣ ମନ୍ତ୍ରୀ ପଦ ପାଇବା ସମ୍ଭାବନା ଅଛି।

ଶିବସେନା ସହ ବିଦ୍ରୋହ କରିବା ପରେ ଜୁନ ୩୦ ତାରିଖରେ ଏକନାଥ ସିନ୍ଦେ ବିଜେପି ସହ ମେଣ୍ଟରେ ସରକାର ଗଠନ କରିଛନ୍ତି। ସେପଟେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତେବେ ସରକାର ଗଠନ ହୋଇସାରିବା ପରେ ବି କ୍ୟାବିନେଟ ବିସ୍ତାରରେ ଏତେ ଡେରି ହେଉଥିବାରୁ ବିଜେପି ଓ ସିନ୍ଦେଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲିନାହିଁ ବୋଲି ଆକଳନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story