କଳାକାରଙ୍କ ସହ ମିଶି ନାଚିଲେ ଦିଦି

କୋଲକାତା: ନାଚିଲେ ଦିଦି। କଳାକାରଙ୍କ ସହ ତାଳରେ ତାଳ ଦେଇ ସମସ୍ତଙ୍କ ଆଗରେ ନାଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସ୍ୱାଧୀନତା ଦିବସ ପାଳନ ଅବସରରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ। ବାସ୍ତବରେ କୋଲକାତାରେ ଆଜି ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା। ଏହି ସମୟରେ ଲୋକ କଳାକାରମାନେ ସେଠାରେ ନାଚୁଥିଲେ। ଏହାଦେଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେମାନଙ୍କ ସହ ସାମିଲ ହୋଇଥିଲେ। ସେମାନେ ସହ ମିଶି ଦୀର୍ଘ ସମୟ ପର୍ଯ୍ୟନ୍ତ ନାଚିଥିଲେ, ଯାହାର ଭିଡିଓ ସୋଶାଲ […]

Mamata Banarjee

Mamata Banarjee

Madhupriya Mistry
  • Published: Monday, 15 August 2022
  • Updated: 15 August 2022, 01:58 PM IST

Sports

Latest News

କୋଲକାତା: ନାଚିଲେ ଦିଦି। କଳାକାରଙ୍କ ସହ ତାଳରେ ତାଳ ଦେଇ ସମସ୍ତଙ୍କ ଆଗରେ ନାଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସ୍ୱାଧୀନତା ଦିବସ ପାଳନ ଅବସରରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ।

ବାସ୍ତବରେ କୋଲକାତାରେ ଆଜି ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା। ଏହି ସମୟରେ ଲୋକ କଳାକାରମାନେ ସେଠାରେ ନାଚୁଥିଲେ। ଏହାଦେଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେମାନଙ୍କ ସହ ସାମିଲ ହୋଇଥିଲେ। ସେମାନେ ସହ ମିଶି ଦୀର୍ଘ ସମୟ ପର୍ଯ୍ୟନ୍ତ ନାଚିଥିଲେ, ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପରମ୍ପରିକ ଗୀତରେ ଦିଦି ନାଚୁଥିବା ବେଳେ ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ସାମିଲ ହୋଇଥିବା ଅତିଥିମାନେ ତାଙ୍କ ଭିଡିଓ ବନାଉଥିବା ଦେଖିବାକୁ ମିଳିଛି।

https://twitter.com/ANI/status/1559053351597522944?s=20&t=9TSrtrO6aoNXTc2KFAGrSQ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାରତର ସ୍ୱାଧୀନତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସୋମବାର ଦିନ କହିଛନ୍ତି ଯେ ଭାରତୀୟମାନେ ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସମର୍ଥନ କରିବା ଉଚିତ। ସ୍ୱାଧୀନତା ହାସଲ କରିଥିବା ଭାରତୀୟମାନେ ମଧ୍ୟ ସେମାନଙ୍କ ପୂର୍ବପୁରୁଷଙ୍କ ପବିତ୍ର ଐତିହ୍ୟକୁ ସଂରକ୍ଷଣ କରିବା ଉଚିତ୍।

ସେ ଟୁଇଟ୍ କରି କହିଛନ୍ତି, 'ଆଜି ଆମେ ଆମର ପୂର୍ବପୁରୁଷଙ୍କ ସର୍ବୋଚ୍ଚ ବଳିଦାନକୁ ମନେପକାଉଛି, ଯେଉଁଥିପାଇଁ ଆମ ଦେଶ ସ୍ୱାଧୀନ ହେଲା। ଆମେ ସେମାନଙ୍କର ପବିତ୍ର ଐତିହ୍ୟକୁ ବଞ୍ଚାଇ ରଖିବା ଏବଂ ଆମର ଗଣତାନ୍ତ୍ରିକ ମୂଲ୍ୟବୋଧ ତଥା ଲୋକଙ୍କ ଅଧିକାରର ସମ୍ମାନ ରକ୍ଷା କରିବା ଜରୁରୀ।'

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos