ଅମୃତସର: ସର୍ବସମ୍ମୁଖରେ ଗୋଡ଼ାଇ ଗୋଡ଼ାଇ ହତ୍ୟା। ଜଣେ ୨୮ ବର୍ଷୀୟ ଯୁବକଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ଆମାନବୀୟ ଭାବେ ହତ୍ୟା କରିଛନ୍ତି। ଶୁକ୍ରବାର ପଞ୍ଜାବରେ ଏହି ଘଟଣା ଘଟିଛି। ସିସିଟିଭି କ୍ୟାମେରାରେ ହତ୍ୟା ବେଳର ଦୃଶ୍ୟ କଏଦ ହୋଇଛି। ମୃତ ଯୁବକଙ୍କ ନାମ ଦେଶ ରାଜ ବୋଲି ଜଣାପଡ଼ିଛି। ପ୍ରାୟ ୬ ଜଣ ଦୁର୍ବୃତ୍ତ ଦେଶରାଜଙ୍କୁ ଏକ ବଜାର ଦେଇ ଗୋଡାଉଥିବା ଦେଖାଯାଇଛି। ଏହି ଦୁର୍ବୃତ୍ତଙ୍କ ହାତରେ ଖଣ୍ଡା ଏବଂ ମାରଣାଅସ୍ତ୍ର ଥିବା ଦେଖାଯାଇଛି।
ଦେଶରାଜଙ୍କ ବେକ, ମୁହଁ ଏବଂ ପାଦକୁ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। । ମୋଗା ଜିଲ୍ଲାର ବାଦନୀ କାଲାନ ଅଞ୍ଚଳରେ ଏହି ଘଟଣା ଘଟିଛି । ଆକ୍ରମଣର ୩ ଦିନ ପରେ ଦୁର୍ବୃତ୍ତମାନେ ଦୌଡ଼ି ପଳାଉଥିବା ଦେଖା ଯାଇଛି।
https://twitter.com/srinivasiyc/status/1532975622187671554?s=20&t=aqNZvt8NABDfc2eTd0Nb3g
ଘଟଣାସ୍ଥଳରେ ଦେଶରାଜଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଦେଶରାଜଙ୍କ ପରିବାର ଳୋକେ କହିବା ଅନୁଯାୟୀ ଦେଶରାଜ ଓ ଆକ୍ରମଣକାରୀଙ୍କ ମଧ୍ୟରେ କିଛି ଦିନ ପୂର୍ବରୁ ସାମାନ୍ୟ ଯୁକ୍ତିତର୍କ ହୋଇଥିଲା। ଏଥିରେ ପ୍ରତିଶୋଧ ପରାୟଣ ହୋଇ ଆକ୍ରମଣକାରୀ ଦେଶରାଜଙ୍କୁ ହତ୍ୟା କରିଛନ୍ତି।
ଆକ୍ରମଣକାରୀ ୫ରୁ ୬ ଜଣ ଥିବା ପୁଲିସ କହିଛି। ସେହିପରି ଅଭିଯୁକ୍ତମାନେ ଦୁଇଟି ବାଇକରେ ଆସି ପରେ ବଜାର ଦେଇ ଦେଶରାଜଙ୍କୁ ଗୋଡ଼ାଇଥିଲେ। ସେମାନଙ୍କୁ କବଳରୁ ଦେଶରାଜ ନିଜକୁ ବଞ୍ଚାଇବାକୁ ଦୌଡ଼ିଥିଲେ। କିନ୍ତୁ ଆକ୍ରମଣକାରୀଙ୍କ କବଳରୁ ବର୍ତ୍ତି ପାରି ନଥିଲେ। ତେବେ ଘଟଣା ପରେ ଦେଶରାଜଙ୍କୁ ସ୍ଥାନୀୟ ମେଡିକାଲକୁ ନିଆଯାଇଥିଲା। ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ସିସିଟି ଫୁଟେଜ ଯାଞ୍ଚ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।