କୋର୍ଟକୁ କହିଲେ ଏକାଠି ରହିବୁ, କିନ୍ତୁ ବାହାରିବା ପରେ ସ୍ତ୍ରୀର ତଣ୍ଟି କାଟିଲା ସ୍ୱାମୀ

ବେଙ୍ଗାଲୁରୁ: କୋର୍ଟରେ ପହଞ୍ଚିଲା ସ୍ୱାମୀ ସ୍ତ୍ରୀଙ୍କ ଝଗଡ଼ା। ଛାଡପତ୍ର ପାଇଁ ଫ୍ୟାମିଲ କୋର୍ଟ ଗଲେ ସ୍ୱାମୀ-ସ୍ତ୍ରୀ। କିନ୍ତୁ ମାମଲାର ଶୁଣାଣି ପରେ ହେଲା ସମାଧାନ। କାଉନ୍‌ସିଲିଂ ସେସନ୍‌ରେ ଦୁହିଁଙ୍କୁ କରାଗଲା ବୁଝାସୁଝା। ଏହାପରେ ପୁଣିଥରେ ଏକାଠି ରହିବାକୁ ରାଜି ହୋଇଗଲେ ଦମ୍ପତ୍ତି। କିନ୍ତୁ କାଉନ୍‌ସିଲିଂ ରୁମ୍‌ରୁ ବାହାରିବା ପରେ ପରେ କୋର୍ଟ ପରିସରରେ ହିଁ ସ୍ତ୍ରୀର ତଣ୍ଟି କାଟିଦେଲା ସ୍ୱାମୀ। ଏପିରିକି ନିଜ ଛୋଟ ଝିଅକୁ ବି ହତ୍ୟା କରିବାକୁ କଲା ଉଦ୍ୟମ। ଏଭଳି ଏକ ନୃଶଂସ […]

husband-slit-his-wife-throat

husband-slit-his-wife-throat

Madhupriya Mistry
  • Published: Sunday, 14 August 2022
  • Updated: 14 August 2022, 02:21 PM IST

Sports

Latest News

ବେଙ୍ଗାଲୁରୁ: କୋର୍ଟରେ ପହଞ୍ଚିଲା ସ୍ୱାମୀ ସ୍ତ୍ରୀଙ୍କ ଝଗଡ଼ା। ଛାଡପତ୍ର ପାଇଁ ଫ୍ୟାମିଲ କୋର୍ଟ ଗଲେ ସ୍ୱାମୀ-ସ୍ତ୍ରୀ। କିନ୍ତୁ ମାମଲାର ଶୁଣାଣି ପରେ ହେଲା ସମାଧାନ। କାଉନ୍‌ସିଲିଂ ସେସନ୍‌ରେ ଦୁହିଁଙ୍କୁ କରାଗଲା ବୁଝାସୁଝା। ଏହାପରେ ପୁଣିଥରେ ଏକାଠି ରହିବାକୁ ରାଜି ହୋଇଗଲେ ଦମ୍ପତ୍ତି। କିନ୍ତୁ କାଉନ୍‌ସିଲିଂ ରୁମ୍‌ରୁ ବାହାରିବା ପରେ ପରେ କୋର୍ଟ ପରିସରରେ ହିଁ ସ୍ତ୍ରୀର ତଣ୍ଟି କାଟିଦେଲା ସ୍ୱାମୀ। ଏପିରିକି ନିଜ ଛୋଟ ଝିଅକୁ ବି ହତ୍ୟା କରିବାକୁ କଲା ଉଦ୍ୟମ। ଏଭଳି ଏକ ନୃଶଂସ ଘଟଣା ଘଟିଛି କର୍ଣ୍ଣାଟକରେ।

କର୍ଣ୍ଣାଟକର ହୋଲେନରସିପୁରାର ଶିବକୁମାର ଓ ଚିତ୍ରା। ଉଭୟଙ୍କ ୭ ବର୍ଷ ତଳେ ବିବାହ ହୋଇଥିଲା। ହେଲେ ମନମତାନ୍ତର ଯୋଗୁ ଉଭୟ ଛାଡପତ୍ର ନେବାକୁ ନିଷ୍ପତ୍ତି ନେଇଥିଲେ। ଦମ୍ପତ୍ତି ଛାଡ଼ପତ୍ର ଦାଖଲ କରିବା ପରେ ଫେମିଲି କୋର୍ଟ ସେମାନଙ୍କୁ ପଚରାଉଚରା ପାଇଁ ଡାକିଥିଲେ। ପଚରାଉଚରା ବେଳେ ଦୁହେଁ ଶିବକୁମାର ଓ ଚିତ୍ରା ପଛ କଥାକୁ ଭୁଲିଯାଇ ପୁଣିଥରେ ଏକାଠି ରହିବୋ ବୋଲି କୋର୍ଟଙ୍କୁ କହିଥିଲେ। ତାଙ୍କ ୭ ବର୍ଷର ବିବାହ ଜୀବନକୁ ସୁରକ୍ଷା ଦେବାକୁ ଶପଥ ବି ନେଇଥିଲେ। ହେଲେ ଶପଥ ନେବାର ମାତ୍ର ୭ ମିନିଟ୍‌ରୁ ବି କମ୍‌ ସମୟରେ କୋର୍ଟ ପରିସରରେ ୭ ଜନମର ସାଥିକୁ ଗଳା କାଟି ହତ୍ୟା କରିଥିଲା ଶିବକୁମାର।

ଚିତ୍ର କୋର୍ଟ ପରିସରରେ ଥିବା ବାଥରୁମ୍‌କୁ ଯିବା ବେଳେ ତାଙ୍କ ପଛରେ ଯାଇ ଶିବ କୁମାର ଏକ ଭୁଜାଳିରେ ଗଳା କାଟି ଦେଇଥିଲା। ଏହାପରେ ଝିଅକୁ ମଧ୍ୟ ହତ୍ୟା କରିବାକୁ ଉଦ୍ୟମ କରିଥିଲା ନୃଶଂସ ସ୍ୱାମୀ। ହେଲେ ଆଖପାଖରେ ଥିବା ଲୋକେ ତାକୁ ଅଟକାଉଥିଲେ ଓ ଝିଅକୁ ଟାଣି ଆଣିଥିଲେ। ଆକ୍ରମଣ ପରେ ଅଭିଯୁକ୍ତ ଖସିଯିବାକୁ ଚେଷ୍ଟା କରିଥିଲେ ବି ସେଠାରେ ଛିଡ଼ା ହୋଇଥିବା ଲୋକେ ତାଙ୍କୁ ମାଡ଼ି ବସିଥିଲେ। ଘଟଣା ପରେ ଚିତ୍ରାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଛି।

ଏହି ଘଟଣାରେ ପୁଲିସ ଶିବକୁମାର ବିରୋଧରେ ହତ୍ୟା ମାମଲା ରୁଜୁ କରିବା ସହ ଭୁଜାଲିକୁ ଜବତ କରି ତଦନ୍ତ ଚଳାଇଛି। କୋର୍ଟ ପରିସର ଭିତରକୁ ଧାରୁଆ ଅସ୍ତ୍ର କିପରି ଆସିଲା ନା ଶିବକୁମାରଙ୍କୁ ହତ୍ୟା ପାଇଁ କେହି ସହଯୋଗ କରିଥିଲେ ସେ ନେଇ ମଧ୍ୟ ତଦନ୍ତ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos