ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା Y+ ସୁରକ୍ଷା

ନୂଆଦିଲ୍ଲୀ: ନିକଟରେ ବିଜେପିରେ ସାମିଲ୍ ହୋଇଥିବା ଅଭିନେତା ମିଥୁନ୍ ଚକ୍ରବର୍ତ୍ତୀ ଓ ବିଜେପି ନେତା ନିଶିକାନ୍ତ ଦୁବେଙ୍କୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ତରଫରୁ Y+ ସୁରକ୍ଷା ପ୍ରଦାନ କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟର ଜଣେ ଅଧିକାରୀ ସୁରକ୍ଷା ଦେବା ନେଇ ସୂଚନା ଦେଇଛନ୍ତି। ମିଳିଥିବା ସୂତ୍ର ମୁତାବକ, ନିଶିକାନ୍ତ ଦୁବେଙ୍କୁ ପଶ୍ଚିମବଙ୍ଗରେ ନିର୍ବାଚନ ସମୟରେ ଏବଂ ମିଥୁନ ଚକ୍ରବର୍ତ୍ତୀଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥାୟୀ ଭାବରେ ଏହି ସୁରକ୍ଷା ପ୍ରଦାନ କରାଯିବ। ମାର୍ଚ୍ଚ ୭ ତାରିଖରେ ବିଗ୍ରେଡ୍ […]

mithun-Da

mithun-Da

Ranjit Kumar Jena
  • Published: Wednesday, 10 March 2021
  • Updated: 10 March 2021, 09:46 PM IST

Sports

Latest News

ନୂଆଦିଲ୍ଲୀ: ନିକଟରେ ବିଜେପିରେ ସାମିଲ୍ ହୋଇଥିବା ଅଭିନେତା ମିଥୁନ୍ ଚକ୍ରବର୍ତ୍ତୀ ଓ ବିଜେପି ନେତା ନିଶିକାନ୍ତ ଦୁବେଙ୍କୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ତରଫରୁ Y+ ସୁରକ୍ଷା ପ୍ରଦାନ କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟର ଜଣେ ଅଧିକାରୀ ସୁରକ୍ଷା ଦେବା ନେଇ ସୂଚନା ଦେଇଛନ୍ତି। ମିଳିଥିବା ସୂତ୍ର ମୁତାବକ, ନିଶିକାନ୍ତ ଦୁବେଙ୍କୁ ପଶ୍ଚିମବଙ୍ଗରେ ନିର୍ବାଚନ ସମୟରେ ଏବଂ ମିଥୁନ ଚକ୍ରବର୍ତ୍ତୀଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥାୟୀ ଭାବରେ ଏହି ସୁରକ୍ଷା ପ୍ରଦାନ କରାଯିବ।

ମାର୍ଚ୍ଚ ୭ ତାରିଖରେ ବିଗ୍ରେଡ୍ ପରେଡ୍ ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ରାଲିରେ ମିଥୁନ ଚକ୍ରବର୍ତ୍ତୀ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ୍ ହୋଇଥିଲେ। ବିଜେପିର ରାଷ୍ଟ୍ରୀୟ ମହାସଚିବ କୈଳାସ ବିଜୟବର୍ଗୀୟ ଏବଂ ପ୍ରଦେଶ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ମିଥୁନ ଚକ୍ରବର୍ତ୍ତୀଙ୍କୁ ପାର୍ଟିରେ ସ୍ୱାଗତ କରିଥିଲେ।

ଗତ ମାସରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗବତ ମିଥୁନ ଚକ୍ରବର୍ତ୍ତୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ। ଏହା ପରେ ମିଥୁନ ଚକ୍ରବର୍ତ୍ତୀଙ୍କର ବିଜେପିରେ ସାମିଲ୍ ହେବା ପାଇଁ ଖୁବ୍ ଚର୍ଚ୍ଚା ହୋଇଥିଲା। ତୃଣମୂଳ କଂଗ୍ରେସ (ଟିଏମସି)ର ରାଜ୍ୟସଭା ସଂସଦ ରହିସାରିଥିବା ଏହି ଭେଟେରାନ୍ ଅଭିନେତା ୨୦୧୬ରେ ପାର୍ଟି ଛାଡ଼ି ଦେଇଥିଲେ।

ସୂଚନାଯୋଗ୍ୟ, ବେଙ୍ଗଲରେ ଚଳିତ ମାସ ୨୭ ତାରିଖରୁ ୮ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଭୋଟ୍ ଗଣତି ମେ' ୨ ତାରିଖରେ ହେବ। ପଶ୍ଚିମବଙ୍ଗରେ ଏଥର କ୍ଷମତାସୀନ ଟିଏମସିର ଲଢ଼େଇ ବିଜେପି ଓ କଂଗ୍ରେସ ଲେଫ୍ଟ-ଆଇଏସଏପ୍ ମେଣ୍ଟ ସହ ହେବ। ନିର୍ବାଚନରେ ମିଥୁନ୍ ଦା' ବିଜେପିର ଷ୍ଟାର୍ ପ୍ରଚାରକ ହେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos