ବୃଦ୍ଧଙ୍କୁ ପିଟିପିଟି ହତ୍ୟା କରିବା ମାମଲା: ବିଜେପି ନେତା ଗିରଫ

ଭୋପାଲ: ମଧ୍ୟପ୍ରଦେଶରେ ଜଣେ ମାନସିକ ରୋଗରେ ପୀଡିତ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା କରିବା ଘଟଣା ହଇଚଇ ସୃଷ୍ଟି କରିଥିଲା। ରତଲାମ ଜିଲ୍ଲାର ସରସିରାର ଜଣେ ୬୫ ବର୍ଷୀୟ ବୃଦ୍ଧ ଭଂବର ଲାଲ ଜୈନଙ୍କୁ ମୁସ୍‌ଲିମ ଭାବି ଜଣେ ବିଜେପି ନେତା ଚାପୁଡା ଉପରେ ଚାପୁଡା ମାରିବାର ଭିଡିଓ ସାମ୍ନାକୁ ଆସିବା ପରେ ଚାରିଆଡୁ ଏହାକୁ ବିରୋଧ କରାଯାଇଥିଲା। ଏବେ ଏହି ମାମଲାରେ ପୁଲିସ ଅଭିଯୁକ୍ତ ବିଜେପି ନେତା ଦିନେଶ କୁଶୱାହଙ୍କୁ ଗିରଫ କରିଛି। ଗୁରୁତ୍ୱପୂର୍ଣ୍ଣ କଥା […]

beating-mentally-ill-elderly

beating-mentally-ill-elderly

Madhupriya Mistry
  • Published: Sunday, 22 May 2022
  • Updated: 22 May 2022, 08:06 AM IST

Sports

Latest News

ଭୋପାଲ: ମଧ୍ୟପ୍ରଦେଶରେ ଜଣେ ମାନସିକ ରୋଗରେ ପୀଡିତ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା କରିବା ଘଟଣା ହଇଚଇ ସୃଷ୍ଟି କରିଥିଲା। ରତଲାମ ଜିଲ୍ଲାର ସରସିରାର ଜଣେ ୬୫ ବର୍ଷୀୟ ବୃଦ୍ଧ ଭଂବର ଲାଲ ଜୈନଙ୍କୁ ମୁସ୍‌ଲିମ ଭାବି ଜଣେ ବିଜେପି ନେତା ଚାପୁଡା ଉପରେ ଚାପୁଡା ମାରିବାର ଭିଡିଓ ସାମ୍ନାକୁ ଆସିବା ପରେ ଚାରିଆଡୁ ଏହାକୁ ବିରୋଧ କରାଯାଇଥିଲା। ଏବେ ଏହି ମାମଲାରେ ପୁଲିସ ଅଭିଯୁକ୍ତ ବିଜେପି ନେତା ଦିନେଶ କୁଶୱାହଙ୍କୁ ଗିରଫ କରିଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉକ୍ତ ବିଜେପି ନେତା ଦିନେଶ ବୃଦ୍ଧଙ୍କୁ ପିଟିପିଟି ହତ୍ୟା କରିବା ପରେ ଫେରାର ହୋଇଯାଇଥିଲେ। କିନ୍ତୁ ପ୍ରଶାସନ ତାଙ୍କୁ ତାଙ୍କ ଘରେ ବୁଲଡୋଜର ଚଳାଇବାକୁ ଚେତାବନୀ ଦେଇଥିଲା। ଏହି ଭୟରେ ସେ ପୁଲିସ ହେପାଜତକୁ ଆସିଥିଲେ। ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ମଧ୍ୟ ମୃତକଙ୍କ ସମ୍ପର୍କୀୟଙ୍କ ସହ କଥା ହୋଇଛନ୍ତି।

नीमच हत्याकांड: बुजुर्ग की पीटकर हत्या करने वाले के घर पहुंचा बुलडोजर, तब  जाकर हुआ गिरफ्तार - neemuch bhanwarlal murder case police carried bulldozer  to crush accused house check ...

ଏହି ମାମଲାରେ ନେମୁଚ ଏସପି ସୁରଜ କୁମାର ବର୍ମା କହିଛନ୍ତି, ଅଭିଯୁକ୍ତ ଦିନେଶ କୁଶୱାହଙ୍କୁ ଆଇପିସିର ଧାରା ୩୦୨ ଏବଂ ୩୦୪/୨ ଅନୁଯାୟୀ ଗିରଫ କରାଯାଇଛି। ଏବେ ପୁଲିସ ତାଙ୍କୁ ପଚରାଉଚରା କରିବ। ଘଟଣାସ୍ଥଳର ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଉଛି। ସୋମବାର ଅଭିଯୁକ୍ତ ବିଜେପି ନେତା ଦିନେଶକୁ କୋର୍ଟରେ ହାଜର କରାଯିବ।

ସୋଶାଲ ମିଡିଆରେ ଭିଡିଓ ଭାଇରାଲ ହେବାର ଦିନକ ପୂର୍ବରୁ ଉକ୍ତ ବୃଦ୍ଧ ବ୍ୟକ୍ତିଙ୍କ ଫଟୋ ଜାରି କରିଥିଲା ପୁଲିସ। ଏହାପରେ ରାମପୁରା ରୋଡ ମାରୁତି ଶୋ'ରୁମ୍‌ ନିକଟରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପରେ ସେ ଭଂବରଲାଲ ଜୈନ ବୋଲି ତାଙ୍କ ପରିଚୟ ମିଳିଥିଲା।

ସେପଟେ ଭିଡିଓ ସାମ୍ନାକୁ ଆସିବା ପରେ ବିରୋଧୀ ଦଳର ନେତାମାନେ ଲଗାତାର ବିଜେପିକୁ ଟାର୍ଗେଟ୍‌ କରୁଛନ୍ତି। କଂଗ୍ରେସ ବିଧାୟକ ଜିତୁ ପାଟୱାରୀ ବିଜେପି ଉପରେ ଘୃଣାଭାବ ବିସ୍ତାର କରୁଥିବା ନେଇ ଅଭିଯୋଗ କରିଛନ୍ତି। ଅନ୍ୟପଟେ ରାଜ୍ୟ ବିଜେପି ସଚିବ ରଜନୀଶ ଅଗ୍ରୱାଲ କହିଛନ୍ତି ଯେ 'ଏହି ଘଟଣା ଦୁର୍ଭାଗ୍ୟଜନକ। ଦଳର ରାଜନୀତି ସହ ଏହାର କୌଣସି ସମ୍ପର୍କ ନାହିଁ। ଏଭଳି କାର୍ଯ୍ୟରେ ଜଡିତ ଥିବା କୌଣସି ବି ବ୍ୟକ୍ତିଙ୍କୁ ରାଜ୍ୟ ସରକାର କ୍ଷମା କରିବେ ନାହିଁ।'

ଉଲ୍ଲେଖଯୋଗ୍ୟ ଯେ, ଯେଉଁ ଭିଡିଓ ସାମ୍ନାକୁ ଆସିଛି ସେଥିରେ ଦିନେଶ କୁଶୱାହ ବୃଦ୍ଧଙ୍କୁ ଅମାନବୀୟ ଭାବେ ଚାପୁଡା ଉପରେ ଚାପୁଡା ମାରିବା ସହ ତୋ ନାଁ ମହମ୍ମଦ କି ବୋଲି ପଚାରୁଛନ୍ତି। ତାଙ୍କୁ ଆଧାର କାର୍ଡ ମାଗୁଥିବା ମଧ୍ୟ ଦେଖିବାକୁ ମିଳିଛି। ସେପଟେ ବୃଦ୍ଧ ଜଣକ ନେହୁରା ହୋଇ ତାଙ୍କୁ ମାଡ ନମାରିବା ପାଇଁ କହିବା ସହ ୨୦୦ ଟଙ୍କା ମଧ୍ୟ ଅଫର୍‌ କରୁଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story