ସ୍ୱତନ୍ତ୍ର କୋର୍ଟରେ ଏଯାଏ ୨ ବିଧାୟକ ଓ ଜଣେ ସାଂସଦଙ୍କୁ ହୋଇଛି ଜେଲ୍‌

ତେଲେଙ୍ଗାନା: ଏକ ବିରଳ ଘଟଣାକ୍ରମରେ ନିର୍ବାଚନ ବେଳେ ଲାଞ୍ଚ ଦେଇ ଭୋଟରଙ୍କୁ ପ୍ରଭାବିତ କରିବା ଘଟଣାରେ ଜଣେ ସାଂସଦଙ୍କୁ ଶନିବାର ଜେଲଦଣ୍ଡ ମିଳିଥିଲା। ୨୦୧୯ ଲୋକସଭା ନିର୍ବାଚନ ବେଳେ ଟିଆରଏସ୍‌ ପକ୍ଷରୁ ପ୍ରାର୍ଥୀ ହୋଇଥିବା ମାଲୋଥ କବିତା ଭୋଟରଙ୍କୁ ଲାଞ୍ଚ ଦେଇଥିବା ଘଟଣାରେ କୋର୍ଟ ତାଙ୍କୁ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏବେ ସେ ଲୋକସଭା ସଦସ୍ୟ ଅଛନ୍ତି। ଶନିବାର କବିତା ଓ ତାଙ୍କର ଜଣେ ସହଯୋଗୀଙ୍କୁ ସାଂସଦ ଓ ବିଧାୟକଙ୍କ ନାଁରେ ଆସୁଥିବା ମାମଲାର ବିଚାର ପାଇଁ […]

Kavitha

Kavitha

Hemant Lenka
  • Published: Monday, 26 July 2021
  • Updated: 26 July 2021, 06:23 PM IST

Sports

Latest News

ତେଲେଙ୍ଗାନା: ଏକ ବିରଳ ଘଟଣାକ୍ରମରେ ନିର୍ବାଚନ ବେଳେ ଲାଞ୍ଚ ଦେଇ ଭୋଟରଙ୍କୁ ପ୍ରଭାବିତ କରିବା ଘଟଣାରେ ଜଣେ ସାଂସଦଙ୍କୁ ଶନିବାର ଜେଲଦଣ୍ଡ ମିଳିଥିଲା। ୨୦୧୯ ଲୋକସଭା ନିର୍ବାଚନ ବେଳେ ଟିଆରଏସ୍‌ ପକ୍ଷରୁ ପ୍ରାର୍ଥୀ ହୋଇଥିବା ମାଲୋଥ କବିତା ଭୋଟରଙ୍କୁ ଲାଞ୍ଚ ଦେଇଥିବା ଘଟଣାରେ କୋର୍ଟ ତାଙ୍କୁ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।

ଏବେ ସେ ଲୋକସଭା ସଦସ୍ୟ ଅଛନ୍ତି। ଶନିବାର କବିତା ଓ ତାଙ୍କର ଜଣେ ସହଯୋଗୀଙ୍କୁ ସାଂସଦ ଓ ବିଧାୟକଙ୍କ ନାଁରେ ଆସୁଥିବା ମାମଲାର ବିଚାର ପାଇଁ ଗଠିତ ସ୍ୱତନ୍ତ୍ର ସେସନ୍ସ କୋର୍ଟ ୬ ମାସର ଜେଲଦଣ୍ଡ ତେବେ।

ତେବେ ୨୦୧୮ରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ସ୍ୱତନ୍ତ୍ର କୋର୍ଟ ଗଠନ ହୋଇଛି। ହେଲେ ଏଯାଏ କେବଳ ୨ ଜଣ ବିଧାୟକ ଓ ଜଣେ ସାଂସଦଙ୍କୁ ଜେଲ ଦଣ୍ଡ ମିଳିଛି। ଅନେକ ସମୟରେ ବିଧାୟକ ଓ ସାଂସଦମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହେଉଛି। ହେଲେ ଏଗୁଡ଼ିକର ଶୁଣାଣି ବହୁତ ବିଳମ୍ବରେ ହେଉଥିବାରୁ ନ୍ୟାୟ ଠିକ ଭାବେ ମିଳିପାରୁନି।

ଏହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ମାମଲାର ତ୍ୱରିତ ବିଚାର କରିବାକୁ ୨୦୧୮ରେ ସ୍ୱତନ୍ତ୍ର କୋର୍ଟ ଗଠନ କରିବାକୁ କହିଥିଲେ। ବିଧାୟକ ଓ ସାଂସଦଙ୍କ ବିରୋଧରେ ଆସୁଥିବା ମାମଲାର ଶୁଣାଣି ଏଠାରେ ହେବ ବୋଲି ଧାର୍ଯ୍ୟ ହୋଇଛି। ତେବେ କୋର୍ଟ ଏଯାଏ କେବଳ ୩ ଜଣ ରାଜନେତାଙ୍କୁ ଦଣ୍ଡ ବିଧାନ କରିଛନ୍ତି।

ପୂର୍ବରୁ ସ୍ୱତନ୍ତ୍ର କୋର୍ଟ ବିଜେପି ବିଧାୟକ ଟି ରାଜା ସିଂହ ଓ ଟିଆରଏସ୍‌ ବିଧାୟକ ଧନାମ ନଗେନ୍ଦ୍ରଙ୍କୁ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ। କିନ୍ତୁ ଶନିବାର କୋର୍ଟ ପ୍ରଥମଥର ପାଇଁ କୌଣସି କାର୍ଯ୍ୟରତ ସାଂସଦଙ୍କୁ ଭୋଟ ପାଇଁ ନୋଟ ଘଟଣାରେ ଜେଲ ଦଣ୍ଡ ଦେଇଛନ୍ତି।

ରାଜା ସିଂହ ବୋଲାରୁମ ପୁଲିସ୍‌ ଷ୍ଟେସନରେ ଜଣେ ପୁଲିସ୍‌ ଅଧିକାରୀଙ୍କୁ ମାଡ଼ ମାରିଥିବାରୁ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା। ସେହିପରି ନଗେନ୍ଦ୍ର ତାଙ୍କ ସହଯୋଗୀମାନଙ୍କୁ ବଞ୍ଜାର ହିଲ୍‌ ପୁଲିସ୍‌ ଷ୍ଟେସନରେ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବାକୁ ପ୍ରବର୍ତ୍ତାଇଥିଲେ। ଏଥିପାଇଁ ଉଭୟଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଅନ୍ୟପକ୍ଷରେ ତେଲେଙ୍ଗାନାର ମେହବୁବାବଦ ଲୋକସଭା ଆସନରୁ ଜିତିଥିବା କବିତା ଲାଞ୍ଚ କାରବାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୨୦୧୯ ନିର୍ବାଚନ ବେଳେ କବିତାଙ୍କ ଜଣେ ସହଯୋଗୀ ସୌକତ ଅଲୀ ଭୋଟରଙ୍କୁ ଟଙ୍କା ବାଣ୍ଟୁଥିବା ବେଳେ ଫ୍ଲାଇଂ ସ୍କ୍ୱାଡ ହାତରେ ଧରାପଡ଼ିଥିଲେ।

ଜେରା ବେଳେ ଅଲୀ ସାଂସଦ କବିତାଙ୍କ ପାଇଁ ଏପରି ଟଙ୍କା ବାଣ୍ଟୁ ଥିବା କଥା ସ୍ୱୀକାର କରିଥିଲେ। ଏହାପରେ ପୁଲିସ୍‌ କବିତାଙ୍କ ବିରୋଧରେ ମାମଲା କରିଥିଲା। ଏହାର ଶୁଣାଣି ସ୍ୱତନ୍ତ୍ର ଅଦାଲତରେ କରାଯାଇ ତାଙ୍କୁ ଦଣ୍ଡବିଧାନ କରାଯାଇଛି।

ବିଚାରପତି ସିଏଚ୍‌ ଭିଆରଆର ଭାରାପ୍ରସାଦ ଉଭୟଙ୍କୁ ଆଇପିସିର ୧୭୧-ଇରେ ଦୋଷୀ ସାବ୍ୟସ୍ତ କରି ୬ ମାସର ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ଉଭୟଙ୍କୁ ୧୦ ହଜାର ଟଙ୍କା ଲେଖାଏ ଜୋରିମାନା ଦାଖଲ କରିବାକୁ କହିଛନ୍ତି। ରାୟ ପ୍ରକାଶ ବେଳେ ଉଭୟ କିବତା ଓ ଅଲୀ କୋର୍ଟରେ ଉପସ୍ଥିତ ରହିଥିଲେ।

ଟ୍ରାଏଲ ବେଳେ ଅଲୀଙ୍କୁ ଧରିଥିବା ଅଧିକାରୀ ଓ ସେମାନଙ୍କ ରିପୋର୍ଟକୁ ମଧ୍ୟ କୋର୍ଟରେ ଉପସ୍ଥାପନ କରାଯାଇଥିଲା। ସମସ୍ତଙ୍କ କଥା ଶୁଣିବା ପରେ ବିଚାରପତି ଭାରାପ୍ରସାଦ ଏପରି ରାୟ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story