ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରକୁ ପୁଣି ଧମକ

ମୁମ୍ବାଇ: ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରକୁ ପୁଣି ଧମକ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରକୁ ଧମକପୂର୍ଣ୍ଣ କଲ ଆସିଛି। କେହି ଜଣେ ଅଜଣା ବ୍ୟକ୍ତି ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲର ଲ୍ୟାଣ୍ଡ ଲାଇନ୍‌କୁ ଫୋନ୍‌ କରି ଧମକ ଦେବା ସହ କିଛି ଘଣ୍ଟା ମଧ୍ୟରେ ବଡ ଦୁର୍ଘଟଣା ଘଟିବ ବୋଲି ଦାବି କରିଛି। ଖବର ପାଇବା ପରେ ପୁଲିସ ସଜାଗ ହୋଇପଡିଛି। ପୂରା ମାମଲାର ଯାଞ୍ଚ ଆରମ୍ଭ କରିଛି […]

Mukesh Ambani

Mukesh Ambani

Madhupriya Mistry
  • Published: Monday, 15 August 2022
  • Updated: 15 August 2022, 12:58 PM IST

Sports

Latest News

ମୁମ୍ବାଇ: ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରକୁ ପୁଣି ଧମକ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରକୁ ଧମକପୂର୍ଣ୍ଣ କଲ ଆସିଛି। କେହି ଜଣେ ଅଜଣା ବ୍ୟକ୍ତି ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲର ଲ୍ୟାଣ୍ଡ ଲାଇନ୍‌କୁ ଫୋନ୍‌ କରି ଧମକ ଦେବା ସହ କିଛି ଘଣ୍ଟା ମଧ୍ୟରେ ବଡ ଦୁର୍ଘଟଣା ଘଟିବ ବୋଲି ଦାବି କରିଛି। ଖବର ପାଇବା ପରେ ପୁଲିସ ସଜାଗ ହୋଇପଡିଛି। ପୂରା ମାମଲାର ଯାଞ୍ଚ ଆରମ୍ଭ କରିଛି ପୁଲିଛି।

କେହି ଜଣେ ଅଜଣା ବ୍ୟକ୍ତି ଆଜି ସକାଳ ସାଢ଼େ ୧୦ଟାରେ ରିଲାଏନ୍ସର ହରକିଶନଦାସ ହସ୍ପିଟାଲକୁ ଫୋନ୍‌ କଲ୍‌ କରିଥିଲା। ୮ଥର ବାରମ୍ବାର କଲ୍‌ କରି ଏହି ବ୍ୟକ୍ତି ଜଣକ ମୁକେଶ ଆମ୍ବାନୀ ଓ ତାଙ୍କ ପରିବାରକୁ ଧମକ ଦେଇଛି। ତିନି ଘଣ୍ଟା ଭିତରେ ବଡ ଧରରଣ ଅଘଟଣ ଘଟାଇବ ବୋଲି ବ୍ୟକ୍ତି ଜଣକ ନିଜ ଧମକରେ ଦାବି କରିଛି। ଏହାପରେ ହସ୍ପିଟାଲ କର୍ତ୍ତୃପକ୍ଷ ପୁଲିସକୁ ଜଣାଇଥିଲେ। ମାମଲା ରୁଜୁ କରି ପୁଲିସ ଫୋନ୍‌ ଆସିଥିବା ନମ୍ବରକୁ ଟ୍ରେସ୍‌ କରିବାକୁ ଚେଷ୍ଟା କରୁଛି। ସେପଟେ ଡାକ୍ତରଖାନାର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବୃଦ୍ଧି କରାଯାଇଛି।

ଏହାପୂର୍ବରୁ ଗତ ବର୍ଷ ଫେବ୍ରୁଆରୀରେ ଦେଶର ସବୁଠାରୁ ଧନୀ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ବାହାରେ ଏକ ସନ୍ଦେହଜନକ କାର ମିଳିଥିଲା, ​​ଯେଉଁଥିରେ ୨୦ଟି ଜେଲାଟିନ୍ ରଡ ଜବତ ହୋଇଥିଲା। ସନ୍ଦେହଜନକ କାର ମିଳିବା ପରେ ଉତ୍ତେଜନା ଦେଖାଦେଇଥିଲା। ଏହି ମାମଲାରେ ମହାରାଷ୍ଟ୍ର ଏଟିଏସ୍ ବ୍ୟତୀତ ଏନଆଇଏ ମଧ୍ୟ ତଦନ୍ତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos