ଆର୍ଯ୍ୟନ୍‌ ଖାନ ଡ୍ରଗ୍ସ ମାମଲା: ୨ ମାସ ଭିତରେ ଚାର୍ଜଶିଟ୍‌ ଦାଖଲ କରିବାକୁ ନିର୍ଦ୍ଦେଶ

ମୁମ୍ବାଇ: ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଖାନ୍‌ଙ୍କ ଡ୍ରଗ୍ସ ମାମଲାକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ଏହି ମାମଲାରେ ଚାର୍ଜସିଟ୍‌ ଦାଖଲ କରିବାକୁ ୨ ମାସର ସମୟ ଦେଇଛନ୍ତି ମୁମ୍ବାଇର ଏକ କୋର୍ଟ। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଏସ୍‌ଆଇଟି ଟିମ୍‌କୁ କୋର୍ଟ ୬୦ ଦିନ ମହଲତ ଦେଇଛନ୍ତି। ସୂଚନା ମୁତାବକ, ମୁମ୍ବାଇର ଏକ କ୍ରୁଜ୍‌ରେ ପାର୍ଟି ବେଳେ ମିଳିଥିବା ଡ୍ରଗ୍ସ ମାମଲାରେ ଏନ୍‌ସିବି ଆର୍ଯ୍ୟନ୍‌ ଖାନ୍‌ଙ୍କୁ ଗିରଫ କରିଥିଲା। ଏହି ମାମଲାରେ ଏନ୍‌ସିବି […]

Aryan Khan

Aryan Khan

Madhupriya Mistry
  • Published: Thursday, 31 March 2022
  • Updated: 31 March 2022, 04:17 PM IST

Sports

Latest News

ମୁମ୍ବାଇ: ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଖାନ୍‌ଙ୍କ ଡ୍ରଗ୍ସ ମାମଲାକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ଏହି ମାମଲାରେ ଚାର୍ଜସିଟ୍‌ ଦାଖଲ କରିବାକୁ ୨ ମାସର ସମୟ ଦେଇଛନ୍ତି ମୁମ୍ବାଇର ଏକ କୋର୍ଟ। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଏସ୍‌ଆଇଟି ଟିମ୍‌କୁ କୋର୍ଟ ୬୦ ଦିନ ମହଲତ ଦେଇଛନ୍ତି।

ସୂଚନା ମୁତାବକ, ମୁମ୍ବାଇର ଏକ କ୍ରୁଜ୍‌ରେ ପାର୍ଟି ବେଳେ ମିଳିଥିବା ଡ୍ରଗ୍ସ ମାମଲାରେ ଏନ୍‌ସିବି ଆର୍ଯ୍ୟନ୍‌ ଖାନ୍‌ଙ୍କୁ ଗିରଫ କରିଥିଲା। ଏହି ମାମଲାରେ ଏନ୍‌ସିବି ତାଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଇଥିଲା। ପ୍ରଥମେ ଏହି ମାମଲାରେ ଏନ୍‌ସିବିକୁ ଆର୍ଯ୍ୟନ୍‌ଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନଥିବା ଖବର ସାମ୍ନାକୁ ଆସିଥିଲା। ହେଲେ ପରେ ଆର୍ଯ୍ୟନଙ୍କୁ ବର୍ତ୍ତମାନ ଏହି ମାମଲାରେ କ୍ଲିନ୍‌ଚିଟ୍‌ ଦିଆଯିବ ନାହିଁ ବୋଲି ଏନ୍‌ସିବି ସ୍ପଷ୍ଟ କରିଥିଲା।

ଏଭଳି ମାମଲାରେ ଏନ୍‌ସିବି ସାଧାରଣତଃ ୧୮୦ ଦିନ ମଧ୍ୟରେ ଚାର୍ଜଶିଟ୍‌ ଦାଖଲ କରିଥାଏ। ଆର୍ଯ୍ୟନ୍‌ଙ୍କ କେସ୍‌ରେ ଏନ୍‌ସିବି ଏପ୍ରିଲ ୨ ସୁଦ୍ଧା ଚାର୍ଜଶିଟ ଦାଖଲ କରିବାର ପ୍ରାବଧାନ ରହିଥିଲା। ତେବେ ତଦନ୍ତକାରୀ ସଂସ୍ଥା ଉକ୍ତ ସମୟସୀମା ପୂର୍ବରୁ ଚାର୍ଜଶିଟ ଦାଖଲ ପାଇଁ ଅଧିକ ୯୦ ଦିନ ସମୟ ଲୋଡିଥିଲା। ଏନ୍‌ସିବିର ଏହି ଆବେଦନକୁ କୋର୍ଟ ଗ୍ରହଣ କରିଥିଲେ ହେଁ ଚାର୍ଜଶିଟ ଦାଖଲ ପାଇଁ ୬୦ ଦିନ ସମୟ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଡ୍ରଗ୍ସ କେସ୍‌ ମାମଲାରେ ଗତ ବର୍ଷ ଅକ୍ଟୋବର ୩ ତାରିଖରେ ଆର୍ଯ୍ୟନ୍‌ ଖାନ୍‌ଙ୍କୁ ଏନ୍‌ସିବି ଗିରଫ କରିଥିଲା। ତାଙ୍କ ଉପରେ ଡ୍ରଗ୍ସ ରଖିବା ଏବଂ ବିକ୍ରି କରିବା ଅଭିଯୋଗ ଲାଗିଥିଲା। ଏହାପରେ କୋର୍ଟ ଆର୍ଯ୍ୟନଙ୍କୁ ମୁମ୍ବାଇ ଆର୍ଥର ରୋଡ୍‌ ଜେଲ୍‌କୁ ପଠାଇ ଦେଇଥିଲେ। ଜେଲ ଭିତରେ ୨୬ ଦିନ ବିତାଇଥିଲେ ଆର୍ଯ୍ୟନ୍‌। ଏହାପରେ ବମ୍ବେ ହାଇକୋର୍ଟ କିଛି ସର୍ତ୍ତ ଆଧାରରେ ତାଙ୍କ ଜାମିନ ମଞ୍ଜୁର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos