ବିଜେପି ଛାଡ଼ି ମୁଁ ଭାରାକ୍ରାନ୍ତ: ବାବୁଲ ସୁପ୍ରିୟୋ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ ମଙ୍ଗଳବାର ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ପୂର୍ବରୁ ସେ ବିଜେପି ଛାଡ଼ି ଟିଏମସିରେ ଯୋଗ ଦେଥିବା ବେଳେ ଆଜି ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ଦଳ ଛାଡ଼ିବା ପରେ ଆଜି ବାବୁଲ ସୁପ୍ରିୟୋ ଇମୋସନାଲ ହୋଇଯାଥିଲେ। ବିଜେପି ସହ ଥିବା ସ୍ମୁତିକୁ ମନେ ପକାଇ ଗଣମାଧ୍ୟମ ଆଗରେ ବଖାଣିଥିଲେ। କହିଥିଲେ ବିଜେପି ଛାଡ଼ିବା ପରେ ହୃଦୟରୁ ସେ ଭାରାକ୍ରାନ୍ତ ଅଛନ୍ତି। ଲୋକସଭା ବାଚସ୍ପତି ଓମ […]

Babul1

Babul1

Tapas Behera
  • Published: Tuesday, 19 October 2021
  • Updated: 19 October 2021, 04:44 PM IST

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ ମଙ୍ଗଳବାର ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ପୂର୍ବରୁ ସେ ବିଜେପି ଛାଡ଼ି ଟିଏମସିରେ ଯୋଗ ଦେଥିବା ବେଳେ ଆଜି ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ଦଳ ଛାଡ଼ିବା ପରେ ଆଜି ବାବୁଲ ସୁପ୍ରିୟୋ ଇମୋସନାଲ ହୋଇଯାଥିଲେ। ବିଜେପି ସହ ଥିବା ସ୍ମୁତିକୁ ମନେ ପକାଇ ଗଣମାଧ୍ୟମ ଆଗରେ ବଖାଣିଥିଲେ। କହିଥିଲେ ବିଜେପି ଛାଡ଼ିବା ପରେ ହୃଦୟରୁ ସେ ଭାରାକ୍ରାନ୍ତ ଅଛନ୍ତି।

ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ସହ ବୈଠକ ପରେ ସାମ୍ବାଦିକଙ୍କୁ ସହ ଭେଟ ହୋଇଥିଲା। ବାବୁଲ ସୁପ୍ରିୟୋ କହିଛନ୍ତି ଯେ, ତାଙ୍କୁ ବିଜେପିରେ କ୍ୟାରିଅର ପାଇଁ ସୁଯୋଗ ମିଳିଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ କୃତଜ୍ଞ। ସେ କହିଛନ୍ତି ଯେ, ମୁଁ ବିଜେପି ଯୋଗ ଦେଇ ମୋର ରାଜନୈତିକ  କ୍ୟାରିୟର ଆରମ୍ଭ କରିଥିଲି। ଏଥିପାଇଁ  ମୁଁ ପ୍ରଧାନମନ୍ତ୍ରୀ, ଦଳର ମୁଖ୍ୟ ତଥା ଅମିତ ଶାହଙ୍କୁ ଧନ୍ୟବାଦ ଜଣାଉଛି । ସେମାନେ ମୋ ଉପରେ ଆତ୍ମବିଶ୍ୱାସ ରଖିଥିଲେ ସେ କହିଛନ୍ତି। ଟିଏମସିରେ ଯୋଗ ଦେଇଥିବା ବାବୁଲ ସୁପ୍ରିୟୋ କହିଛନ୍ତି ଯେ, ମୁଁ ଆଉ ଦଳରେ ନଥିବାରୁ ସାଂସଦ ଆସନରେ ରହିବାକୁ ଚାହୁଁନାହିଁ । ସେ ଆହୁରି କହିଛନ୍ତି ଯେ,  ମୁଁ ଏବେ ଦଳର ଅଂଶ ନୁହେଁ, ତେଣୁ  ମୁଁ ନିଜ ପାଇଁ ସେଇ ଆସନ ରଖିବା ଉଚିତ ନୁହେଁ ବୋଲି କହିଛନ୍ତି।

ଆସାନସୋଲ ଆସନରୁ ବାବୁଲ ୨ ଥର ସାଂସଦ ହୋଇଥିଲେ। ତେବେ କିଛି ମାସ ପୂର୍ବେ ହୋଇଥିବା କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବେଳେ ବାବୁଲ ସୁପ୍ରିୟୋଙ୍କୁ  କ୍ୟାବିନେଟରୁ ବରଖାସ୍ତ କରାଯାଇଥିଲା। ସେ ପରିବେଶ, ଜଙ୍ଗଲ ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ। ପରେ ଜୁଲାଇ ୩୧ରେ ସେ ଫେସବୁକ ପୋଷ୍ଟରେ ରାଜନୀତିରୁ ଇସ୍ତଫା ଘୋଷଣା କରିବା ସହ ଅନ୍ୟ କୌଣସି ଦଳରେ ଯୋଗଦେବେ ନାହିଁ ବୋଲି କହିଥିଲେ। ପରେ ସେ ସେହି ପୋଷ୍ଟକୁ ଡିଲିଟ କରିଥିଲେ।

ତେବେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଏବଂ ଅଭିଷେକ ବାନାର୍ଜୀ ତାଙ୍କୁ ଅଫର ଦେବାରୁ ସେ ଦଳରେ ଯୋଗ ଦେଇଥିବା କହିଛନ୍ତି । ତାଙ୍କ ରାଜନୈତିକ କ୍ୟାରିୟରରେ ଏକ ନୂଆ ଇନିଂସ ଭାବେ  ଆରମ୍ଭ କରିବାକୁ ପ୍ରେରିତ କରିଛି ବୋଲି ସେ କହିଛନ୍ତି। ଗତ ସେପ୍ଟେମ୍ବର ୧୮ରେ ସେ ଟିଏମସିରେ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos