ଜେଲରେ ଦୁଇ ରାତି କଟିବା ପରେ ବି ଟିଏମସି ନେତାଙ୍କୁ ମିଳିଲାନି ଆଶ୍ୱସ୍ତି

କୋଲକାତା: ନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ଟିଏମସି ନେତାଙ୍କୁ ଆଜି ବି ମିଳିଲାନି ଆଶ୍ୱସ୍ତି। ଯାହାକି ଶାସକ ଦଳ ଟିଏମସି ପାଇଁ ଚିନ୍ତାର ବିଷୟ ପାଲଟିଛି। ସୋମବାର ସିବିଆଇର ସ୍ୱତନ୍ତ୍ର ଅଦାଲତରୁ ଜାମିନ୍ ପାଇଥିବା ସୁବ୍ରତ ମୁଖାର୍ଜୀ, ମନ୍ତ୍ରୀ ଫିରହାଦ୍ ହାକିମ, ପୂର୍ବତନ ମେୟର ଶୋଭନ ଚାଟାର୍ଜୀ ଏବଂ ବିଧାୟକ ମଦନ ମିତ୍ରଙ୍କ ଭାଗ୍ୟ ଏବେ କୋଲକାତା ହାଇକୋର୍ଟରେ ଅଟକିଛି। ଏମାନେ ଶାସକ ଦଳର ପ୍ରଭାବଶାଳୀ ନେତା ଜାମିନରେ ବାହାରିଲେ ପ୍ରମାଣ ନଷ୍ଟ […]

Mamata-Banarjee

Mamata-Banarjee

Subhransu Sekhar
  • Published: Wednesday, 19 May 2021
  • Updated: 19 May 2021, 10:09 PM IST

Sports

Latest News

କୋଲକାତା: ନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ଟିଏମସି ନେତାଙ୍କୁ ଆଜି ବି ମିଳିଲାନି ଆଶ୍ୱସ୍ତି। ଯାହାକି ଶାସକ ଦଳ ଟିଏମସି ପାଇଁ ଚିନ୍ତାର ବିଷୟ ପାଲଟିଛି। ସୋମବାର ସିବିଆଇର ସ୍ୱତନ୍ତ୍ର ଅଦାଲତରୁ ଜାମିନ୍ ପାଇଥିବା ସୁବ୍ରତ ମୁଖାର୍ଜୀ, ମନ୍ତ୍ରୀ ଫିରହାଦ୍ ହାକିମ, ପୂର୍ବତନ ମେୟର ଶୋଭନ ଚାଟାର୍ଜୀ ଏବଂ ବିଧାୟକ ମଦନ ମିତ୍ରଙ୍କ ଭାଗ୍ୟ ଏବେ କୋଲକାତା ହାଇକୋର୍ଟରେ ଅଟକିଛି। ଏମାନେ ଶାସକ ଦଳର ପ୍ରଭାବଶାଳୀ ନେତା ଜାମିନରେ ବାହାରିଲେ ପ୍ରମାଣ ନଷ୍ଟ କରିଦେବେ ତେଣୁ ଜାମିନ ନମିଳିବା ଉଚିତ ବୋଲି କୋର୍ଟରେ ସିବିଆଇ ଯୁକ୍ତି ବାଢ଼ୁଥିବା ବେଳେ ଟିଏମସି ପକ୍ଷରୁ ଦାବି କରାଯାଇଛି ଯେ ରାଜ୍ୟପାଳଙ୍କ ଦ୍ୱାରା ତଦନ୍ତ ନିର୍ଦ୍ଦେଶ ସୁପ୍ରିମକୋର୍ଟଙ୍କ ରାୟକୁ ଅବମାନନା।

ତେବେ ବୁଧବାର କୋଲକାତା ହାଇକୋର୍ଟରେ ଏହି ମାମଲାର ଶୁଣାଣି ବେଳେ ସିବିଆଇ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏହି ପକ୍ଷଭୁକ୍ତ କରିଛି। ଜଣେ ମୁଖ୍ୟନମନ୍ତ୍ରୀଙ୍କ ଉପସ୍ଥିତିରେ କିଭଳି ଟିଏମସି କର୍ମୀ ହୋ ହାଲ୍ଲା କରି ସିବିଆଇ ଅଫିସକୁ ଢେଲା ପଥର ମାରିଛନ୍ତି। ଆଉ ପୁଲିସ ଏବଂ ମୁଖ୍ୟନମନ୍ତ୍ରୀ ନିରବ ରହିବାକୁ ଏସବୁକୁ ଉସକାଇଛି ବୋଲି ସିବିଆଇ କହିଛି।

ବହୁଚର୍ଚ୍ଚିତ ଷ୍ଟିଙ୍ଗ ଅପରେସନର ତଦନ୍ତ ପ୍ରକ୍ରିୟାରେ ମମତା ବାନାର୍ଜୀ, ଆଇନ୍ ମନ୍ତ୍ରୀ ମଳୟ ଘଟକ ଏବଂ ସାଂସଦ କଲ୍ୟାଣ ବାନାର୍ଜୀ ବାଧା ଉପୁଜାଉଛନ୍ତି ବୋଲି କୋର୍ଟ ଆଗରେ ବିସ୍ତାର ଭାବରେ କହିଛି। ତେଣୁ ମାମଲା ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର ହେବା ଦରକାର ବୋଲି ହାଇକୋର୍ଟରେ ସିବିଆଇ କହିଛି। ଆଉ ଏହାପରେ ଗୁରୁବାର ଏହି ମାମଲାର ଶୁଣାଣି ହେବ ବୋଲି ଜଣାପଡ଼ିଛି। କୋଲକାତା ହାଇକୋର୍ଟର ମୁଖ୍ୟ ବିଚାରପତି ରାଜେଶ ବିନ୍ଦଲ ଏବଂ ଅରିଜିତ ବାନାର୍ଜୀ ଗୁରୁବାର ଏହି ମାମଲାର ଶୁଣାଣି କରିବେ।

ସୂଚନାଯୋଗ୍ୟ, ୨୦୧୪ରେ ଦିଲ୍ଲୀର ଜଣେ ସାମ୍ବାଦିକ କୋଲକାତା ଆସି ପଶ୍ଚିମବଙ୍ଗରେ ପୁଞ୍ଜି ବିନିଯୋଗ କରିବାକୁ ଯୋଜନା କରୁଥିବା ଜଣେ ବ୍ୟବସାୟୀ ଭାବରେ ଆସି ସାତଜଣ ଟିଏମସି ସାଂସଦ, ଚାରିଜଣ ମନ୍ତ୍ରୀ, ଜଣେ ବିଧାୟକ ଏବଂ ଜଣେ ପୁଲିସ କର୍ମଚାରୀଙ୍କୁ ଲାଞ୍ଚ ଦେଇଥିଲେ। ଆଉ ସେ ଏହି ଅପରେସନକୁ ସ୍ପାଏ କ୍ୟାମେରାରେ ରେକର୍ଡିଂ କରିଥିଲେ। ଆଉ ୨୦୧୬ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଷ୍ଟିଙ୍ଗ୍ ଅପରେସନ ପଶ୍ଚିମବଙ୍ଗ ରାଜନୀତିକୁ ଦୋହଲାଇ ଦେଇଥିଲା। ଷ୍ଟିଙ୍ଗ ଅପରେସନ୍ ସଂପର୍କରେ ମାର୍ଚ୍ଚ ୨୦୧୭ରେ କୋଲକତା ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story