ନ୍ୟାସନାଲ ହେରାଲ୍ଡ ଅଫିସରେ ପଶିଲା ଇଡି

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ଅଫିସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରେଡ୍। ମନି ଲଣ୍ଡରିଂ ମାମଲାରେ ଇଡି ଏହି ନ୍ୟୁଜ୍ ପେପର୍ ଅଫିସ ସମେତ ଦିଲ୍ଲୀ ଓ କୋଲକାତାର ୧୨ଟି ସ୍ଥାନରେ ଚଢ଼ାଉ କରିଛି। ଇଡି ନ୍ୟାସନାଲ ହେରାଲ୍ଡ ଏବଂ ଏଥିସହ ସଂପୃକ୍ତ କମ୍ପାନୀଗୁଡିକର ଆକାଉଣ୍ଟକୁ ଯାଞ୍ଚ କରୁଛି।
କୁହାଯାଉଛି ଯେ ଇଡି ରେଡ୍ କରିବା ବେଳେ ନ୍ୟାସନାଲ ହେରାଲ୍ଡ କାର୍ଯ୍ୟାଳୟରେ ସୁରକ୍ଷାକର୍ମୀଙ୍କ ବ୍ୟତୀତ ଅନ୍ୟ କେହି ଉପସ୍ଥିତ ନାହାଁନ୍ତି। ଅନ୍ୟପକ୍ଷରେ କଂଗ୍ରେସ ସାଂସଦ ଉତ୍ତର ରେଡ୍ଡୀ ଇଡିର ଏହି ଚୁଢ଼ାଉକୁ ନେଇ କହିଛନ୍ତି ଏହା ଆଶ୍ଚର୍ଯ୍ୟଜନକ। ଏହା ରାଜନୈତିକ ପ୍ରତିଶୋଧ ଛଡା ଆଉ କିଛି ନୁହେଁ।
ନିକଟରେ ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପଚରାଉଚରା କରିଥିଲା। ଇଡି ସୋନିଆଙ୍କୁ ପ୍ରାୟ ୧୦୦ରୁ ଅଧିକ ପ୍ରଶ୍ନ କରିଥିଲେ। କେବଳ ଏତିକି ନୁହେଁ, ପୂର୍ବରୁ ରାହୁଲ ଗାନ୍ଧିଙ୍କୁ ମଧ୍ୟ ଏହି ପ୍ରସଙ୍ଗରେ ଇଡି ପାଞ୍ଚ ଦିନ ଯାଏ ଘାଣ୍ଟିଥିଲା। ପାଖାପାଖି ତାଙ୍କୁ ୧୫୦ରୁ ଅଧିକ ପ୍ରଶ୍ନ କରାଯାଇଥିଲା। ଏହି ସମୟରେ ଇଡିଙ୍କ ଏହି କାର୍ଯ୍ୟାନୁଷ୍ଠାନ ବିରୋଧରେ କଂଗ୍ରେସ ସାରା ଦେଶରେ ସତ୍ୟଗ୍ରାହ କରିଥିଲା। ଏହି ସମୟରେ ଅନେକ କଂଗ୍ରେସ ନେତାଙ୍କୁ ପୁଲିସ ଉଠାଇ ନେଇଥିଲା।
ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଦ୍ୱାରା ପ୍ରତିଷ୍ଠିତ ନ୍ୟାସନାଲ ହେରାଲ୍ଡ ଖବରକାଗଜ ଚଳାଉଥିବା ୟଙ୍ଗ ଇଣ୍ଡିଆର ଆସୋସିଏଟେଡ୍ ଜର୍ଣ୍ଣାଲ୍ ଲିମିଟେଡ୍ (AJL) ଅଧିଗ୍ରହଣ ସହ ଜଡିତ ଥିବା “ନ୍ୟାସନାଲ ହେରାଲ୍ଡ ମାମଲା” ରେ ଗାନ୍ଧୀ ପରିବାରକୁ ପ୍ରଶ୍ନ କରାଯାଇଛି।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି ଯେ ୟଙ୍ଗ ଇଣ୍ଡିଆନ AJL ର ସମ୍ପତ୍ତିରେ ୮୦୦ କୋଟିରୁ ଅଧିକ ଟଙ୍କାର ହେର୍ଫେର୍ କରିଛି। ଆୟକର ବିଭାଗର ସୂଚନାନୁସାରେ, ୟଙ୍ଗ ଇଣ୍ଡିଆର ଶେଆର ହୋଲ୍ଡର ଭାବେ ଏଥିରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧି ଜଡିତ ଅଛନ୍ତି, ଯେଉଁଥିପାଇଁ ସେମାନେ ଟିକସ ଦେବେ।
Delhi | ED raids are underway at multiple locations in Delhi pertaining to alleged National Herald money laundering case pic.twitter.com/fUmD1YxI9a
— ANI (@ANI) August 2, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।