ଭାରତ ସମେତ ୧୨ ଦେଶରୁ ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣିବ ନେପାଳ

କାଠମାଣ୍ଡୁ: ଦୀର୍ଘ ସମୟର ଛକାପଞ୍ଝା ପରେ ନେପାଳରେ ଆରମ୍ଭ ହୋଇଛି ନୂଆ ସରକାର।  ଓଲି  ପରେ ନୂଆ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବା ନେପାଳ ଶାସନ ସମ୍ଭାଳୁଛନ୍ତି। ତେବେ ନୂଆ ସରକାର ଆସିବା ପରେ ଏବେ ସେଠାରେ ହେବାକୁ ଯାଉଛି ନୂଆ ପରିବର୍ତ୍ତନ। ପୂର୍ବତନ ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲିଙ୍କ ଦ୍ୱାରା ୧୨ ଦେଶରେ ନିଯୁକ୍ତ କରାଯାଇଥିରା ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣଇବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବା। ଏଥିରେ ଭାରତରେ ଥିବା ନେପାଳ […]

Nepal Prime Minister

Nepal Prime Minister

Madhupriya Mistry
  • Published: Wednesday, 22 September 2021
  • Updated: 22 September 2021, 03:56 PM IST

Sports

Latest News

କାଠମାଣ୍ଡୁ: ଦୀର୍ଘ ସମୟର ଛକାପଞ୍ଝା ପରେ ନେପାଳରେ ଆରମ୍ଭ ହୋଇଛି ନୂଆ ସରକାର।  ଓଲି  ପରେ ନୂଆ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବା ନେପାଳ ଶାସନ ସମ୍ଭାଳୁଛନ୍ତି। ତେବେ ନୂଆ ସରକାର ଆସିବା ପରେ ଏବେ ସେଠାରେ ହେବାକୁ ଯାଉଛି ନୂଆ ପରିବର୍ତ୍ତନ। ପୂର୍ବତନ ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲିଙ୍କ ଦ୍ୱାରା ୧୨ ଦେଶରେ ନିଯୁକ୍ତ କରାଯାଇଥିରା ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣଇବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବା। ଏଥିରେ ଭାରତରେ ଥିବା ନେପାଳ ରାଷ୍ଟ୍ରଦୂତଙ୍କ ନାଁ ମଧ୍ୟ ସାମିଲ ଅଛି।

'ଦ କାଠମାଣ୍ଡୁ ପୋଷ୍ଟ'ର ଏକ ଖବର ମୁତାବକ, ଏହି ନିଷ୍ପତ୍ତି ସମେତ ନେପାଳର ବିଦେଶରେ ଥିବା ୩୩ଟି କୂଟନୈତିକ ମିଶନ ମଧ୍ୟରୁ ୨୩ଟି ଆଗାମୀ ତିନି ସପ୍ତାହରୁ ଏକ ସପ୍ତାହ ମଧ୍ୟରେ ଖାଲି ରହିବ। କେବଳ ସେତିକି ନୁହେଁ ଦୀର୍ଘ ସମୟ ଧରି ୧୧ଟି ମିଶନରେ କୌଣସି ରାଷ୍ଟ୍ରଦୂତ ରହୁନାହାନ୍ତି।

ଆଇନ, ନ୍ୟାୟ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଜ୍ଞାନେନ୍ଦ୍ର ବାହାଦୁର କାର୍କି କହିଛନ୍ତି, ଏକ କ୍ୟାବିନେଟ ବୈଠକରେ ଓଲି ସରକାରଙ୍କ ଦ୍ୱାରା ରାଜୈନିତିକ କୋଟା ଅନୁଯାୟୀ ନିଯୁକ୍ତ ରାଷ୍ଟ୍ରଦୂତମାନଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତିର ଅର୍ଥ ହେଉଛି ଯେ, କିଛି ମହତ୍ତ୍ୱପୂର୍ଣ୍ଣ ଦେଶମାନଙ୍କରେ ଆଉ ନେପାଳର କୌଣସି ରାଷ୍ଟ୍ରଦୂତ ରହିବେ ନାହିଁ। ଯେଉଁ ଦେଶମାନଙ୍କ ସହ ନେପାଳର ଅତି ଘନିଷ୍ଠ ସମ୍ପର୍କ ଅଛି ସେଠି ମଧ୍ୟ ନେପାଳ ରାଷ୍ଟ୍ରଦୂତ ପଦବୀ ଖାଲି ରହିବ।  ଏହି ଦେଶଗୁଡିକ ମଧ୍ୟରେ ଭାରତ, ଚୀନ୍, ଆମେରିକା ଏବଂ ବ୍ରିଟେନ ସାମିଲ ଅଛି।

ଦେଉବା ସରକାରଙ୍କ ନୂଆ ନିଷ୍ପତ୍ତି ଅନୁସାରେ ନିଳାମ୍ବର ଆଚାର୍ଯ୍ୟଙ୍କ ବ୍ୟତୀତ ବିଜିଂ, ୱାଶିଂଟନ ଡିଜି ଏବଂ ଲଣ୍ଡନରେ କାମ କରୁଥିବା ରାଷ୍ଟ୍ରଦୂତ କ୍ରମଶଃ ମହେନ୍ଦ୍ର ବାହାଦୁର ପାଣ୍ଡେ, ଯୁବରାଜ ଖାତିୱାହା ଏବଂ ଲୋକ ଦର୍ଶନ ରେଗମିଙ୍କୁ ଫେରିବାକୁ ପଡିବ। ଆଚାର୍ଯ୍ୟଙ୍କୁ ଫେବ୍ରୁଆରୀ ୨୦୧୯ରେ ଦିଲ୍ଲୀରେ ନେପାଳ ରାଷ୍ଟ୍ରଦୂତ ରୂପେ ନିଯୁକ୍ତ କରାଯାଇଥିଲା। ନୂଆ ସରକାର ଗଠନର ୫ ଦିନ ପରେ ଜୁଲାଇ ୧୮ରେ ଦେଉବା ମନ୍ତ୍ରୀମଣ୍ଡଳ ବିଭିନ୍ନ ଦେଶରେ ରାଷ୍ଟ୍ରଦୂତ ରୂପେ ଓଲି ସରକାରଙ୍କ ଦ୍ୱାରା ଦିଆଯାଇଥିବା ୧୧ଟି ସୁପାରିଶକୁ ମଧ୍ୟ ରଦ୍ଦ କରିଦେଇଛି।

ଉଲ୍ଲେଖ ଯୋଗ୍ୟ ଯେ, ନେପାଳରେ ବର୍ଷ ବର୍ଷ ଧରି ରାଷ୍ଟ୍ରଦୂତ ସମେତ ବିଭିନ୍ନ ପଦରେ ନିଯୁକ୍ତି ଉପରେ ରାଜନୈତିକ ହିତର ପ୍ରଭାବ ରହିଛି। ରଜନୈତିକ ଦଳଗୁଡିକର ନିକଟତର ଆଧାରରେ ଲୋକମାନେ ଏହି ପଦବୀ ପାଇଥା'ନ୍ତି। ତେବେ ଚଳିତ ଥର ନେପାଳର ନୂଆ ସରକାର ଏହି ପୁରୁଣା ନୀତିକୁ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ନୂତନ ରାଷ୍ଟ୍ରଦୂତ ନିଯୁକ୍ତିରେ କେଉଁ ସବୁ କଥା ବସ୍ତୁ ଉପରେ ଧ୍ୟାନ ରଖାଯିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିମ୍ବା ସେମାନଙ୍କ ନିଯୁକ୍ତିର କାର୍ଯ୍ୟ କେବେ ଶେଷ ହେବ ତାହା ମଧ୍ୟ ଜଣାପଡିନାହିଁ। ସେପଟେ ଏ ପ୍ରସଙ୍ଗରେ ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ପକ୍ଷରୁ କିଛି ପ୍ରତିକ୍ରିୟା ମଧ୍ୟ ମିଳିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story