ଭାଇ ବାହାଘରରେ ନାଗିନ୍ ଡ୍ୟାନ୍ସ ନାଚି ଫସିଗଲେ ଲେଡି ତହସିଲଦାର

ନୂଆଦିଲ୍ଲୀ: ବଢ଼ିଲା ସୁକିନ୍ଦା ତହସିଲଦାର ବୁଲବୁଲ ବେହେରାଙ୍କ ଅଡୁଆ। ଜାତୀୟ ମାନବାଧିକାର କମିଶନ ବୁଲବୁଲ ବେହେରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜଗତସିଂହପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ରହିଛି। ବୁଲବୁଲ ନିଜ ଭାଇ ବାହାଘର ବେଳେ କରୋନା ନିୟମକୁ ଉଲ୍ଲଂଘନ କରିଥିଲେ। ଯାହାକୁ ନେଇ ସୋଶାଲ ମିଡିଆରେ ଖୁବ ଚର୍ଚ୍ଚା ହୋଇଥିଲା। କରୋନା ବେଳେ ବିଭିନ୍ନ ପ୍ରଶାସନିକ ଅଧିକାରୀ କରୋନା ନିୟମ ଉଲ୍ଲଂଘନ ଅଭିଯୋଗରେ ସାଧାରଣ ଲୋକଙ୍କ ପାଖରୁ ଜୋରିମାନା ଗଣୁଥିବା ବେଳେ ଏହି ଲେଡି ତହସିଲଦାରଙ୍କ […]

hnm

hnm

Subhransu Sekhar
  • Published: Sunday, 06 June 2021
  • Updated: 07 June 2021, 03:35 PM IST

Sports

Latest News

ନୂଆଦିଲ୍ଲୀ: ବଢ଼ିଲା ସୁକିନ୍ଦା ତହସିଲଦାର ବୁଲବୁଲ ବେହେରାଙ୍କ ଅଡୁଆ। ଜାତୀୟ ମାନବାଧିକାର କମିଶନ ବୁଲବୁଲ ବେହେରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜଗତସିଂହପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ରହିଛି। ବୁଲବୁଲ ନିଜ ଭାଇ ବାହାଘର ବେଳେ କରୋନା ନିୟମକୁ ଉଲ୍ଲଂଘନ କରିଥିଲେ। ଯାହାକୁ ନେଇ ସୋଶାଲ ମିଡିଆରେ ଖୁବ ଚର୍ଚ୍ଚା ହୋଇଥିଲା। କରୋନା ବେଳେ ବିଭିନ୍ନ ପ୍ରଶାସନିକ ଅଧିକାରୀ କରୋନା ନିୟମ ଉଲ୍ଲଂଘନ ଅଭିଯୋଗରେ ସାଧାରଣ ଲୋକଙ୍କ ପାଖରୁ ଜୋରିମାନା ଗଣୁଥିବା ବେଳେ ଏହି ଲେଡି ତହସିଲଦାରଙ୍କ ବିରୋଧରେ ସ୍ଥାନୀୟ ପ୍ରଶାସନ ଉଁ କି ଚୁଁ କହିନଥିଲେ। ହେଲେ ମାନବାଧିକାର କମିଶନ ଏବେ ବୁଲବୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜଗତସିଂହପୁର ଜିଲ୍ଲାପାଳଙ୍କୁ କହିଛି।

ନିକଟରେ ସୁପ୍ରିମକୋର୍ଟର ଓକିଲ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଏହାକୁ ନେଇ ଏନଏଚଆରସିଙ୍କ ନିକଟରେ ଫେରାଦ ହୋଇଥିଲେ। ଏନଏଚଆରସି ଏବେ ଏହି ଆବେଦନକୁ ବିଚାର କରି ୮ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ ବୋଲି ଜଗତସିଂହପୁର ଜିଲ୍ଲାପାଳଙ୍କୁ ଦେଇଥିବା ନିର୍ଦ୍ଦେଶରେ କହିଛନ୍ତି।

ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀ ବୁଲବୁଲ ବେହେରା ହେଉଛନ୍ତି ଯାଜପୁର ଜିଲ୍ଲା ସୁକିନ୍ଦାର ତହସିଲଦାର। ମେ ୨୧ରେ ସେ ତାଙ୍କ ଭାଇ, ପରିବାର ସଦସ୍ୟଙ୍କ ସହ ମିଶି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଜଗନ୍ନାଥପୁରରେ ଭାଇ ବାହାଘରରେ ସାମିଲ ହୋଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଗାଁରେ କରୋନା ବ୍ୟାପୁଥିବା ବେଳେ କରୋନା ନିୟମକୁ ରାଜ୍ୟ ସରକାର କଡ଼ାକଡି କରିଛନ୍ତି। ଏଭଳି ସ୍ଥିତିରେ ଜଣେ ପ୍ରଶାସନିକ ଅଧିକାରୀ ହୋଇ କରୋନା ନିୟମ ଉଲ୍ଲଂଘନ କରିବା ଠିକ୍ ନୁହେଁ ବୋଲି ମତ ପ୍ରକାଶ ପାଇଥିଲା।

ଆବେଦନକାରୀ ରାଧାକାନ୍ତ ତ୍ରିପାଠୀ କହିଛନ୍ତି, ରାଜ୍ୟର ମହିଳା ଅଧିକାରୀଙ୍କୁ କୋଭିଡ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବା ନେଇ ଲୋକଙ୍କ ଉପରେ କଡା ନଜର ରଖିବାକୁ କୁହାଯାଇଥିଲା। କିନ୍ତୁ ଏହି ଅଧିକାରୀ ନିଜେ କରୋନା ନିୟମ ପାଳନ କରିବାରେ ବିଫଳ ହୋଇଛନ୍ତି। କୋଭିଡ ଉଲ୍ଲଂଘନକୁ ଅନୁମତି ଦେଇଥିବା ପୁଲିସ ଏବଂ ସରପଞ୍ଚଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ରାଧାକାନ୍ତ ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos