ପୂର୍ବତନ ଏନକାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମା ଗିରଫ

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ ବାସଭବନ ନିକଟରୁ ବିସ୍ଫୋରକ ଠାବ ହେବା ଓ ବ୍ୟବସାୟୀ ମନସୁଖ ହିରାନୀଙ୍କ ହତ୍ୟା ମାମଲାରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ଆଜି ମୁମ୍ବାଇ ପୁଲିସର ପୂର୍ବତନ ଏନକାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମାଙ୍କୁ ଗିରଫ କରିଛି। ଏହି ଘଟଣାରେ ଏନଆଇଏ ପ୍ରଥମେ ପ୍ରଦୀପଙ୍କ ଅନ୍ଧେରୀ ସ୍ଥିତ ବାସଭବନରେ ରେଡ୍‌ କରିଥିଲା। ଏହାପରେ ଏହି ଗିରଫଦାରୀ କରାଯାଇଛି। ପୂର୍ବରୁ ଏହି ମାମଲାରେ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତଙ୍କ ବୟାନ ଓ ତଦନ୍ତ ବେଳେ […]

Pradeep-Sharma

Pradeep-Sharma

Hemant Lenka
  • Published: Thursday, 17 June 2021
  • Updated: 17 June 2021, 04:22 PM IST

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ ବାସଭବନ ନିକଟରୁ ବିସ୍ଫୋରକ ଠାବ ହେବା ଓ ବ୍ୟବସାୟୀ ମନସୁଖ ହିରାନୀଙ୍କ ହତ୍ୟା ମାମଲାରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ଆଜି ମୁମ୍ବାଇ ପୁଲିସର ପୂର୍ବତନ ଏନକାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମାଙ୍କୁ ଗିରଫ କରିଛି।

ଏହି ଘଟଣାରେ ଏନଆଇଏ ପ୍ରଥମେ ପ୍ରଦୀପଙ୍କ ଅନ୍ଧେରୀ ସ୍ଥିତ ବାସଭବନରେ ରେଡ୍‌ କରିଥିଲା। ଏହାପରେ ଏହି ଗିରଫଦାରୀ କରାଯାଇଛି। ପୂର୍ବରୁ ଏହି ମାମଲାରେ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତଙ୍କ ବୟାନ ଓ ତଦନ୍ତ ବେଳେ ମିଳିଥିବା ତଥ୍ୟକୁ ଆଧାର କରି ଏନଆଇଏ ପ୍ରଦୀପଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ଶିଳ୍ପପତୀ ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ ବାସଭବନ ନିକଟରୁ ଫେବୃଆରୀ ମାସରେ ବିସ୍ଫୋରକ ଖଚିତ ଗାଡ଼ି ମିଳିବା ଘଟଣାରେ ଏନଆଇଏ ପ୍ରଦୀପଙ୍କୁ ଦୁଇ ଥର ଜେରା କରିସାରିଥିଲା। ଏହି ଘଟଣାରେ ପୂର୍ବରୁ ଗିରଫ ହୋଇଥିବା ସଚିନ ବାଜେଙ୍କ ଘନିଷ୍ଠ ସହଯୋଗୀ ହେଉଛନ୍ତି ପ୍ରଦୀପ। ତେଣୁ ତାଙ୍କର ମଧ୍ୟ ବିସ୍ଫୋରକ ଠାବ ଓ ମନସୁଖଙ୍କ ହତ୍ୟା ମାମଲାରେ ହାତ ଥିବା ପ୍ରଥମ ଦିନରୁ ଏନଆଇଏ ସନ୍ଦେହ କରିଥିଲା। ଶେଷରେ ସବୁ ପ୍ରମାଣ ଯୋଗାଡ଼ କରି ପ୍ରଦୀପଙ୍କୁ ଗିରଫ କରାଯାଇଛି।

ସୂଚନାଯୋଗ୍ୟ, ୧୯୮୩ରେ ସବ ଇନସପେକ୍ଟର ଭାବେ ପ୍ରଦୀପ ମୁମ୍ବାଇ ପୁଲିସ୍‌ରେ ଯୋଗଦେଇଥିଲେ। ସେ ପ୍ରାୟ ୧୧୩ଟି ଏନକାଉଣ୍ଟରରେ ସାମିଲ ହୋଇଥିଲେ। ତେବେ ସେ ୨୦୧୯ରେ ସ୍ୱେଚ୍ଛାକୃତ ଅବସର ନେଇ ଶିବସେନାରେ ଯୋଗଦେଇଥିଲେ। ପ୍ରଦୀପ ନାଲା ସୁପାରା ବିଧାନସଭା ଆସନରୁ ଶିବସେନା ଟିକେଟରେ ନିର୍ବାଚନ ଲଢ଼ିଥିଲେ ହେଁ ପରାସ୍ତ ହୋଇଥିଲେ।

ସଚିନ ବାଜେ ଓ ବିନାୟକ ସିନ୍ଧେ ଗିରଫ ହେବା ପରେ ଏମାନଙ୍କ ସହ ପ୍ରଦୀପଙ୍କ କ’ଣ ଲିଙ୍କ ରହିଛି, ତା’ର ତଦନ୍ତ ଏନଆଇଏ ଆରମ୍ଭ କରିଥିଲା। ମୁମ୍ବାଇ ପୁଲିସ୍ କମିଶନରଙ୍କ ଅଫିସରେ ବାଜେ ଓ ଶର୍ମା ପ୍ରଥମେ ପରସ୍ପରକୁ ଭେଟିଥିଲେ। ଏହାପରେ ସେମାନଙ୍କ ମଧ୍ୟରେ ବନ୍ଧୁତା ବଢ଼ିଥିଲା। କନଷ୍ଟେବଲ ବିନାୟକ ସିନ୍ଧେ ମଧ୍ୟ ଏମାନଙ୍କର ଜଣେ ଘନିଷ୍ଠ ବନ୍ଧୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos