ଜମ୍ମୁ: ଜମ୍ମୁ କଶ୍ମୀରିରେ ଏକାଧିକ ସ୍ଥାନରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଚଢ଼ାଉ କରିଛି। ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋବା କିଛି ଯୁବକମାନଙ୍କୁ ନିଯୁକ୍ତି କରିବା ସୂଚନା ପାଇ ଏନ୍ଆଇଏ ରେଡ୍ କରିଛି। ଏନଆଇଏର ମୁଖପାତ୍ର କହିଛନ୍ତି ଯେ, କଶ୍ମୀରରି ୧୧ଟି ସ୍ଥାନରେ ରେଡ୍ କରାଯାଇଛି । ଶ୍ରୀନଗରରେ ୬ଟି ବାରମୁଲାରେ ଦୁଇଟି ଏବଂ ଅୱନ୍ତିପୁରା, ବୁଡଗାମ ଏବଂ କୁଲଗାମରେ ଗୋଟିଏ ଲେଖାଁଏ ଜାଗାରେ ଚଢ଼ାଉ କରାଯାଇଛି।
ସେହିପରି ବାସିତ୍ ଅହମ୍ମଦ ଡାର ବାଷ ଭବନରେ ମଧ୍ୟ ରେଡ୍ କରାଯାଇଛି। ବାସିତ ଅହମ୍ମଦ ଆତଙ୍କବାଦୀ ନିଯୁକ୍ତି ଦେଇଥିବା ଏବଂ କିଛି ଅପ୍ରୀତିକର ପରିସ୍ଥିତି କରିବା ଯୋଜନା କରୁଥିବା ଏନଆଇଏ ବିଷଶେସୂତ୍ରରୁ ଖବର ପାଇଥିଲା। ବାସିତ୍ ଅହମ୍ମଦଙ୍କୁ ମୋଷ୍ଟ ୱାଣ୍ଟେଡ୍ ଘୋଷଣା କରାଯାଇଛି। ତାଙ୍କ ନାମରେ ପୁଲିସ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି ।
ବାସିତ୍ ଫେରାର ଅଛି। ଗତ କିଛି ଦିନ ହେବ ଜମ୍ମୁ କଶ୍ମୀରିରେ ଆତଙ୍କବାଦୀ କାର୍ଯ୍ୟକଳାପ ସକ୍ରିୟ ହୋଇଛି। ଆତଙ୍କବାଦୀମାନେ ବିଭିନ୍ନ ଅଞ୍ଚଳରେ ଆକ୍ରମଣ କରିଥିଲେ। ଏହା ପରେ ସେଠାରେ ପୁଲିସ ସତର୍କ ହେବା ସହ ଏନଆଇଏ ସକ୍ରିୟ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
SpaDeX ମିଶନର ସଫଳ ଉତକ୍ଷେପଣ, ଚନ୍ଦ୍ରଯାନ-୪ ଓ ଗଗନଯାନ ପାଇଁ ବାଟ ଫିଟିଲା
ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରର ପ୍ରଥମ ଲଞ୍ଚ ପ୍ୟାଡରୁ ୨ଟି ସ୍ପେଶକ୍ରାଫ୍ଟ ମହାକାଶକୁ ପଠାଯାଇଛି। ୨୨୦ କିଲୋଗ୍ରାମ ଓଜନ ବିଶିଷ୍ଟ ଚେଜର୍ ଓ ଟାର୍ଗେଟ୍ ସ୍ପେଶକ୍ରାଫ୍ଟକୁ ମହାକାଶରେ ଯୋଡ଼ିବ।
Politics
‘କେରଳ ମିନି ପାକିସ୍ତାନ’ ବୟାନ ପାଇଁ ବିବାଦରେ ମନ୍ତ୍ରୀ ରାଣେ
କଂଗ୍ରେସର ରାହୁଲ ଗାନ୍ଧି ଓ କେରଳର ୱାୟନାଡରୁ ସାଂସଦ ହୋଇଥିବା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଟାର୍ଗେଟ କରିବା ବେଳେ ନୀତେଶ ରାଣେ କେରଳକୁ ମିନି ପାକିସ୍ତାନ କହିବାକୁ ମଧ୍ୟ ପଛାଇ ନାହାନ୍ତି।
National
୧୧ କୋଟି ଟଙ୍କା ଓ ୫୨ କେଜି ସୁନା ଜବତର ମାଷ୍ଟର ମାଇଣ୍ଡ ସୌରଭ ଶର୍ମା କିଏ? ଖୋଜୁଛନ୍ତି ୩ ତଦନ୍ତକାରୀ ସଂସ୍ଥା
କାର ଭିତରୁ ୧୧ କୋଟି ଟଙ୍କା ଓ ୫୨ କେଜି ଓଜନର ସୁନା ବିସ୍କୁଟ ଜବତ କରିଥିଲା। କୁହାଯାଉଛି ଏହି ଆଖି ଖୋସି ହେବା ଭଳି ସମ୍ପତ୍ତି ପଛର ମାଷ୍ଟରମାଇଣ୍ଡ ହେଉଛନ୍ତି ସୌରଭ ଶର୍ମା। ୩ ତଦନ୍ତକାରୀ ସଂସ୍ଥା ତାଙ୍କୁ ଖୋଜୁ ଥିଲେ ହେଁ ଏଯାଏ ତାଙ୍କ ସମ୍ପର୍କରେ କୌଣସି ଟେର୍ ପାଇନାହାନ୍ତି।
Politics
ହାଇଦ୍ରାବାଦ ଦଳାଚକଟା ଘଟଣା: 'ଆଇନ ଆଗରେ ସମସ୍ତେ ସମାନ' କହିଲେ ପୱନ କଲ୍ୟାଣ
ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ଉଚିତ ବୋଲି ଦର୍ଶାଇଛନ୍ତି ପୱନ କଲ୍ୟାଣ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ କଲେ ପ୍ରଶଂସା।
Politics
ରାହୁଲ ଗାନ୍ଧିଙ୍କ ଭିଏତନାମ ଟ୍ରିପକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ
ମନମୋହନ ସିଂହଙ୍କ ଅସ୍ତିକୁ ସଂଗ୍ରହ ପାଇଁ ଗାନ୍ଧି ପରିବାରର କେହି ଉପସ୍ଥିତ ନଥିବାରୁ ଦିନକ ତଳେ ବିଜେପି ଏହା ଉପରେ ପ୍ରଶ୍ନ ଉଠାଇଥିଲା।