କଣ୍ଟାକ୍ଟରେ ଆସିଥିଲେ ଟେଷ୍ଟ ଜରୁରୀ ନୁହଁ

ନୂଆଦିଲ୍ଲୀ: ଯଦି ଆପଣଙ୍କଠାରେ କୌଣସି ଲକ୍ଷଣ ଦେଖା ଯାଉନାହିଁ ତାହେଲେ ପରୀକ୍ଷା କରିବାର ଆବଶ୍ୟକ ନାହିଁ।  କରୋନା ପରୀକ୍ଷା ନେଇ ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ବା ଆଇସିଏମଆର ପକ୍ଷରୁ ଜାରି ଗାଇଡ୍‌ଲାଇନ୍‌ରେ ଏହା କୁହାଯାଇଛି । ସଂକ୍ରମଣ ଜାଣିବାକୁ କିଏ ଟେଷ୍ଟିଂ କରିବେ କିଏ ନକରିବେ ସେନେଇ ବିସ୍ତୃତ ଆଡଭାଇଜରି ଜାରି କରିଛି ଆଇସିଏମଆର  । କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସବୁ ବ୍ୟକ୍ତିଙ୍କ ଟେଷ୍ଟ କରିବାର ଆବଶ୍ୟକତା ନାହିଁ । ବୟସାଧିକ କିମ୍ବା […]

covid

covid

Tapas Behera
  • Published: Tuesday, 11 January 2022
  • Updated: 11 January 2022, 09:31 AM IST

Sports

Latest News

ନୂଆଦିଲ୍ଲୀ: ଯଦି ଆପଣଙ୍କଠାରେ କୌଣସି ଲକ୍ଷଣ ଦେଖା ଯାଉନାହିଁ ତାହେଲେ ପରୀକ୍ଷା କରିବାର ଆବଶ୍ୟକ ନାହିଁ।  କରୋନା ପରୀକ୍ଷା ନେଇ ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ବା ଆଇସିଏମଆର ପକ୍ଷରୁ ଜାରି ଗାଇଡ୍‌ଲାଇନ୍‌ରେ ଏହା କୁହାଯାଇଛି । ସଂକ୍ରମଣ ଜାଣିବାକୁ କିଏ ଟେଷ୍ଟିଂ କରିବେ କିଏ ନକରିବେ ସେନେଇ ବିସ୍ତୃତ ଆଡଭାଇଜରି ଜାରି କରିଛି ଆଇସିଏମଆର  ।

କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସବୁ ବ୍ୟକ୍ତିଙ୍କ ଟେଷ୍ଟ କରିବାର ଆବଶ୍ୟକତା ନାହିଁ । ବୟସାଧିକ କିମ୍ବା ବହୁବିଧ ରୋଗ ସହ ହାଇ ରିସ୍କରେ ଥିବା ବ୍ୟକ୍ତି ଚିହ୍ନଟ ହୋଇନଥିଲେ ସେମାନଙ୍କ ଟେଷ୍ଟ କରିବାର ଆବଶ୍ୟକତା ନାହିଁ  । ହୋମ୍ ଆଇସୋଲେସନ୍ ଗାଇଡ୍ ଲାଇନ୍ ଅନୁଯାୟୀ ଡିସ୍‌ଚାର୍ଜ ହୋଇଥିବା ବ୍ୟକ୍ତିଙ୍କର ଟେଷ୍ଟ ଅନାବଶ୍ୟକ ।

ସେହିଭଳି ସଂଶୋଧିତ ଗାଇଡ୍‌ଇନ୍ ଅନୁଯାୟୀ ଡିସ୍‌ଚାର୍ଜ ହୋଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ମଧ୍ୟ ପରୀକ୍ଷା ଅନାବଶ୍ୟକ । ଗାଇଡ୍‌ଲାଇନ୍‌ରେ କେଉଁମାନେ ଟେଷ୍ଟ କରିବେ ସେନେଇ ମଧ୍ୟ ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ଜ୍ୱର, କାଶ, ତଣ୍ଟିବ୍ୟଥା, ସ୍ୱାଦ ଓ ଗନ୍ଧ ଜାଣିନପାରିବା ଆଦି ଲକ୍ଷଣ ଥିଲେ ଟେଷ୍ଟ କରିବା ଜରୁରୀ । କଣ୍ଟାକ୍ଟରେ ଆସିଥିବା ୬୦ ବର୍ଷରୁ ଊର୍ଦ୍ଧ୍ୱ କିମ୍ବା ବହୁବିଧି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କର ଟେଷ୍ଟ ହେବ।  ନିର୍ଦ୍ଦିଷ୍ଟ ଦେଶକୁ ଯାତ୍ରା କରୁଥିବା ବ୍ୟକ୍ତି ମଧ୍ୟ ଟେଷ୍ଟ କରିବା ଆବଶ୍ୟକ । ବିଦେଶରୁ ଭାରତ ଆସିଥିବା ବ୍ୟକ୍ତି ଏୟାରପୋର୍ଟ କିମ୍ବା ବନ୍ଦରରେ ଓହ୍ଲାଇଲେ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଟେଷ୍ଟ କରିବା ଆବଶ୍ୟକ ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos