ବିଧାୟକ ଜିଗ୍ନେଶ ମେୱାନୀ ଦୋଷୀ ସାବ୍ୟସ୍ତ, ୩ ମାସ ଜେଲ

ଅହମ୍ମଦାବାଦ: ୨୦୧୭ରେ ଏକ ଅବୈଧ ରାଲିକୁ ନେଇ ଦୋଷୀ ସାବ୍ୟସ୍ତ ହୋଇଛନ୍ତି  କଂଗ୍ରେସ ବିଧାୟକ ଜିଗ୍ନେଶ ମେୱାନୀ। ଗୁଜରାଟର ମହେସାଣା କୋର୍ଟ  ତାଙ୍କୁ ୩ମାସ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧ ହଜାର ଟଙ୍କା ଜରିମାନା କରାଯାଇଛି। ଜିଗ୍ନେଶ ମେୱାନୀଙ୍କ ସହ ଏନସିପି ନେତ୍ରୀ ରେଶମା ପଟେଲ ଏବଂ ସୁବୋଧ ପରମାରଙ୍କୁ ମଧ୍ୟ ତିନିମାସ ପାଇଁ ଦଣ୍ଡିତ କରାଯାଇଛି। ଏହି ରାୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି  ଜିଗ୍ନେଶ। ସେ କହିଛନ୍ତି ଯେ, ତଳ କୋର୍ଟ ରାୟକୁ […]

Jignesh

Jignesh

Tapas Behera
  • Published: Thursday, 05 May 2022
  • Updated: 05 May 2022, 09:14 PM IST

Sports

Latest News

ଅହମ୍ମଦାବାଦ: ୨୦୧୭ରେ ଏକ ଅବୈଧ ରାଲିକୁ ନେଇ ଦୋଷୀ ସାବ୍ୟସ୍ତ ହୋଇଛନ୍ତି  କଂଗ୍ରେସ ବିଧାୟକ ଜିଗ୍ନେଶ ମେୱାନୀ। ଗୁଜରାଟର ମହେସାଣା କୋର୍ଟ  ତାଙ୍କୁ ୩ମାସ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧ ହଜାର ଟଙ୍କା ଜରିମାନା କରାଯାଇଛି। ଜିଗ୍ନେଶ ମେୱାନୀଙ୍କ ସହ ଏନସିପି ନେତ୍ରୀ ରେଶମା ପଟେଲ ଏବଂ ସୁବୋଧ ପରମାରଙ୍କୁ ମଧ୍ୟ ତିନିମାସ ପାଇଁ ଦଣ୍ଡିତ କରାଯାଇଛି। ଏହି ରାୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି  ଜିଗ୍ନେଶ। ସେ କହିଛନ୍ତି ଯେ, ତଳ କୋର୍ଟ ରାୟକୁ ଚାଲେଞ୍ଜ କରି ହାଇକୋର୍ଟ ଯିବେ।  କୋର୍ଟଙ୍କ ଏହି ରାୟରେ ସେ ବିଚଳିତ ନୁହନ୍ତି। ଦଳିତଙ୍କ ଅଧିକାର ପାଇଁ ସେ ଆନ୍ଦୋଳନ ଜାରି ରଖିବେ । ଜିଗ୍ନେଶ କହିଛନ୍ତି ଯେ, ତଳ କୋର୍ଟର ଏହି ରାୟକୁ ମୁଁ ହାଇକୋର୍ଟରେ ଚାଲେଞ୍ଜ କରିବି।  ମୋ ବିରୋଧରେ ଯେଉଁ ରାୟ ଆସିଛି ସେଥିରେ  ମୁଁ ଦୁଃଖିତ ନୁହଁ।  ଦଳିତ ଭାଇ ଭଉଣୀଙ୍କ ଅଧିକାର ପାଇଁ ମୁ ଜେଲ ଯିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି।

ସୂଚନା ଅନୁଯାୟୀ, ୫ବର୍ଷ ପୂର୍ବେ ବିନା ଅନୁମତିରେ ରାଲି କରିଥିବାରୁ ସମୁଦାୟ ୧୨ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଗୁଜରରାଟର ମହେସାଣା କୋର୍ଟ। ଦଣ୍ଡିତ ହୋଇଥିବା ୧୨ଜଣ ଦୋଷୀ ୨୦୧୭ରେ ଆଜାଦୀ କୁଚ୍ ରାଲି କରିଥିଲେ। ଉନାରେ ଦଳିତଙ୍କୁ ମାଡ଼ ମରାଯିବା ଘଟଣାରେ ଜୁଲାଇ ୧୨, ୨୦୧୭ରେ ‘ଆଜାଦୁ କୁଚ’ ନାମକ ଆନ୍ଦୋଳନ କରାଯାଇଥିଲା।  ତେବେ ବିନା ଅନୁମତିରେ ଏହି ରାଲି କରାଯାଇଥିବା ସେମାନଙ୍କ ଉପରେ ଆରୋପ ଲାଗିଥିଲା । ବିଧାୟକ ଜିଗ୍ନେଶ ମେୱାନୀ, ଏନସିପି ନେତା ରେଶମା ପଟେଲ, ସୁବୋଧ ପରମାର ଏହି ରାଲି କରି ସରକାରଙ୍କ ବିଜ୍ଞପ୍ତିକୁ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା।

ଏବେ ଏହି ମାମଲାର ଶୁଣାଣି କରି ମହେସାଣା କୋର୍ଟ ୧୨ ଜଣଙ୍କୁ ୩ ମାସ ଜେଲଦଣ୍ଡ ଶୁଣାଇଛନ୍ତି। ନିଟକରେ ଦୁଇଟି ମାମଲାରେ  ଜିଗ୍ନେଶ ଜାମିନରେ ଆସିଛନ୍ତି। ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିବାଦୀୟ ଟ୍ୱିଟ୍‌ ପାଇଁ ମେୱାନୀଙ୍କୁ ଆସାମ ପୁଲିସ ଗିରଫ କରିଥିଲା। ପରେ ତାଙ୍କୁ ଜାମିନ ମିଳିଥିଲା । ହେଲେ ଜେଲରୁ ବାହାରିବା ପରେ ଜଣେ ମହିଳା କନଷ୍ଟେବଳଙ୍କୁ ଦୁର୍ବ୍ୟବହାର ପାଇଁ ଜିଗ୍ନେଶଙ୍କୁ ପୁଣି ଗିରଫ କରାଯାଇଥି‌ବା ବେଳେ ଏବେ ତାଙ୍କୁ ଜାମିନ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos