ଭାରତରେ ରେଳଧାରଣା ଉଡାଇବାକୁ ISIର ଯୋଜନା

ନୂଆଦିଲ୍ଲୀ: ଭାରତରେ ବଡ ଧରଣର ଆତଙ୍କ ଖେଳାଇବାକୁ ଯୋଜନା କରୁଛି ପାକିସ୍ତାନ। ପଞ୍ଜାବ ତା’ ଆଖପାଖରେ ଥିବା ରେଳଧାରାଣା ଉଡାଇ ଦେବାକୁ ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌ଆଇ ଯୋଜନା କରୁଛି। ଏନେଇ ଭାରତୀୟ ଗୁଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଜାରି ସତର୍କ ସୂଚନାରେ କୁହାଯାଇଛି, ‘ଆଇଏସ୍‌ଆଇ’ ଗୁଇନ୍ଦାମାନେ ପଞ୍ଜାବ ଏବଂ ତା’ ସହ ଲାଗିକି ଥିବା ରାଜ୍ୟଗୁଡ଼ିକରେ ବିସ୍ଫୋରଣ କରି ରେଳଧାରଣା ଉଡ଼ାଇ ଦେବାକୁ ଯୋଜନା କରିଛନ୍ତି। ମାଲ୍‌ବାହୀ ଟ୍ରେନ୍‌ ଯାଉଥିବା ଧାରଣାଗୁଡ଼ିକୁ […]

Pakistan's ISI planning

Pakistan's ISI planning

Madhupriya Mistry
  • Published: Monday, 23 May 2022
  • Updated: 23 May 2022, 11:48 AM IST

Sports

Latest News

ନୂଆଦିଲ୍ଲୀ: ଭାରତରେ ବଡ ଧରଣର ଆତଙ୍କ ଖେଳାଇବାକୁ ଯୋଜନା କରୁଛି ପାକିସ୍ତାନ। ପଞ୍ଜାବ ତା' ଆଖପାଖରେ ଥିବା ରେଳଧାରାଣା ଉଡାଇ ଦେବାକୁ ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌ଆଇ ଯୋଜନା କରୁଛି। ଏନେଇ ଭାରତୀୟ ଗୁଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଜାରି ସତର୍କ ସୂଚନାରେ କୁହାଯାଇଛି, ‘ଆଇଏସ୍‌ଆଇ’ ଗୁଇନ୍ଦାମାନେ ପଞ୍ଜାବ ଏବଂ ତା' ସହ ଲାଗିକି ଥିବା ରାଜ୍ୟଗୁଡ଼ିକରେ ବିସ୍ଫୋରଣ କରି ରେଳଧାରଣା ଉଡ଼ାଇ ଦେବାକୁ ଯୋଜନା କରିଛନ୍ତି। ମାଲ୍‌ବାହୀ ଟ୍ରେନ୍‌ ଯାଉଥିବା ଧାରଣାଗୁଡ଼ିକୁ ବିସ୍ଫୋରଣ କରି ଉଡ଼ାଇ ଦେବାକୁ ଯୋଜନା କରାଯାଇଛି।

ଭରାତୀୟ ଗୁଇନ୍ଦା ଏଜେନ୍ସି ଆହୁରି କହିଛି ଯେ, ରେଳଧାରଣା ଉଡ଼ାଇ ଦେବା ଲାଗି ଭାରତରେ ଥିବା ତା’ର ଗୁଇନ୍ଦାମାନଙ୍କୁ ‘ଆଇଏସ୍‌ଆଇ’ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଯୋଗାଉଛି। ଏହାଛଡ଼ା, ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ାଇବା ଲାଗି ଭାରତରେ ଥିବା ପାକିସ୍ତାନର ସ୍ଲିପରସେଲ୍‌ଙ୍କୁ ବିପୁଳ ପରିମାଣରେ ଟଙ୍କା ମଧ୍ୟ ଦିଆଯାଉଛି।

ଗୁଇନ୍ଦା ବିଭାଗ ପକ୍ଷରୁ ଏହି ସତର୍କ ସୂଚନା ଜାରି ହେବା ପରେ ଚାରିଆଡେ ହାଇଅଲର୍ଟ କରାଯାଇଛି। ସମସ୍ତ ସେନା ଓ ପୁଲିସକୁ ଅଲର୍ଟ ରହିବାକୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos