ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି: ତଦନ୍ତ ଲାଗି ଉଚ୍ଚସ୍ତରୀୟ କମିଟି ଗଠନ

ନୂଆଦିଲ୍ଲୀ: ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ପ୍ରସଙ୍ଗକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି  ହୋଇଛି। ପଞ୍ଜାବ ସରକାର ଓ କଂଗ୍ରେସକୁ ବିଜେପି ଟାର୍ଗେଟ କରିଥିବା ବେଳେ ଏହା ଡ୍ରାମା ବୋଲି ପାଲଟା ଆକ୍ରମଣ କରିଛି କଂଗ୍ରେସ । ତେବେ ପ୍ରଧାନମନ୍ତ୍ରୀ ସଡ଼କ ପଥରେ ଆସୁଥିବା ପୁଲିସ ସୂଚନା ଦେଇଥିଲା ଓ ଉଦ୍ଦେଶ୍ୟମୂଳକ ଭାବେ ସେମାନେ ତାଙ୍କ କାରକେଡ୍ ଅବରୋଧ କରିଥିବା ଭାରତୀୟ କୃଷକ ୟୁନିୟନ-କେ ପକ୍ଷରୁ ଦାବି କରାଯିବା ପରେ ବଢିଛି ବିବାଦ । ସେପଟେ ପ୍ରଧାନମନ୍ତ୍ରୀ […]

Modi

Modi

Tapas Behera
  • Published: Thursday, 06 January 2022
  • Updated: 06 January 2022, 09:11 PM IST

ନୂଆଦିଲ୍ଲୀ: ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ପ୍ରସଙ୍ଗକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି  ହୋଇଛି। ପଞ୍ଜାବ ସରକାର ଓ କଂଗ୍ରେସକୁ ବିଜେପି ଟାର୍ଗେଟ କରିଥିବା ବେଳେ ଏହା ଡ୍ରାମା ବୋଲି ପାଲଟା ଆକ୍ରମଣ କରିଛି କଂଗ୍ରେସ । ତେବେ ପ୍ରଧାନମନ୍ତ୍ରୀ ସଡ଼କ ପଥରେ ଆସୁଥିବା ପୁଲିସ ସୂଚନା ଦେଇଥିଲା ଓ ଉଦ୍ଦେଶ୍ୟମୂଳକ ଭାବେ ସେମାନେ ତାଙ୍କ କାରକେଡ୍ ଅବରୋଧ କରିଥିବା ଭାରତୀୟ କୃଷକ ୟୁନିୟନ-କେ ପକ୍ଷରୁ ଦାବି କରାଯିବା ପରେ ବଢିଛି ବିବାଦ । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କୁ ଭେଟି ଗତକାଲିର ଘଟଣା ସଂପର୍କରେ ଜଣାଇଥିବା ବେଳେ , ଆସନ୍ତାକାଲି ସୁପ୍ରିମକୋର୍ଟରେ ଏସଂପର୍କିତ ଏକ ମାମଲାର ଶୁଣାଣି ହେବ। ଗତକାଲିର ଘଟଣାକୁ ନେଇ ରାଷ୍ଟ୍ରପତି କୋବିନ୍ଦ ଗଭୀର ଉଦ୍‌ବେଗ ପ୍ରକାଶ କରିଥିବା ରାଷ୍ଟ୍ରପତି ଭବନ ତରଫରୁ ଟ୍ୱିଟ୍‌ କରାଯାଇଛି ।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟିର ତଦନ୍ତ ଲାଗି ପଞ୍ଜାବ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି।  ଅବସରପ୍ରାପ୍ତ ବିଚାରପତି ମେହତାବ ସିଂହ ଗିଲ୍ ଓ ଗୃହ ଓ ନ୍ୟାୟ ବିଭାଗର ପ୍ରମୁଖ ସଚିବ  ଅନୁରାଗ ବର୍ମାଙ୍କୁ ନେଇ ଗଠିତ କମିଟି ତଦନ୍ତ ସାରି ୩ ଦିନରେ ରିପୋର୍ଟ ଦେବ। ଏସବୁ ଭିତରେ ପ୍ରଧାନମନ୍ତ୍ରୀଙ୍କ କାରକେଡ୍‌ ଅବରୋଧ ପଛରେ ନିଜ ଭୂମିକା ଥିବା ଦାବି କରିଛି  ଭାରତୀୟ କିଷାନ ୟୁନିୟନ କ୍ରାନ୍ତିକାରୀ ଗୋଷ୍ଠୀ । ମାତ୍ର ସହାନୁଭୂତି ସାଉଣ୍ଟିବାକୁ ଏକ ପ୍ରଧାନମନ୍ତ୍ରୀଙ୍କର ଏହା ବୃଥା ପ୍ରୟାସ ବୋଲି କହିଛନ୍ତି ବିକେୟୁ ନେତା ରାକେଶ ଟିକାୟତ।

ସେହିପରି ପ୍ରଧାନମନ୍ତ୍ରୀଙ୍କ ସଭାରେ ଲୋକ ହୋଇନଥିବାରୁ ସେ କାର୍ଯ୍ୟକ୍ରମ ବାତିଲ କରି ଫେରିଯିବାକୁ ବାଧ୍ୟ ହୋଇଥିବା କହିଛନ୍ତି ପଞ୍ଜାବ କଂଗ୍ରେସ ସଭାପତି ନବଜୋତ୍ ସିଂହ ସିଦ୍ଧୁ। ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଗତକାଲି ଭାରତ-ପାକିସ୍ତାନ ସୀମା ହୁସେନିଓ୍ୱାଲାରେ ଥିବା ଜାତୀୟ ସହିଦ୍ ମେମୋରିଆଲକୁ ଯାଉଥିବା ବେଳେ ଏକ ଓଭରବ୍ରିଜ୍ ଉପରେ ତାଙ୍କ କାରକୁ ୧୫ରୁ ୨୦ ମିନିଟ ଅଟକିବାକୁ ପଡିଥିଲା ଚାଷୀଙ୍କ ଆନ୍ଦୋଳନକୁ ନେଇ ରାସ୍ତା ଜାମ୍ ଥିବାରୁ ପ୍ରଧାନମନ୍ତ୍ରୀଙ୍କ କାରେକଡ୍‌ ଆଗକୁ ବଢିପାରିନଥିଲା । ଫଳରେ ପ୍ରଧାନମନ୍ତ୍ରୀ ତାଙ୍କ ଫିରୋଜପୁର କାର୍ଯ୍ୟକ୍ରମକୁ ବାତିଲ କରି ନୂଆ ଦିଲ୍ଲୀ ଫେରି ଯାଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos