ନାଗାଲାଣ୍ଡରୁ ହଟିବ ବିବାଦୀୟ ଆଫସ୍ପା ଆଇନ୍‌ !

କୋହିମା: ନାଗାଲାଣ୍ଡରେ ବିବାଦୀୟ ଆଇନ୍ ତଥା ସଶସ୍ତ୍ର ବାହିନୀ ସ୍ୱତନ୍ତ୍ର କ୍ଷମତା ଆଇନ (ଆଫସ୍ପା)କୁ ପ୍ରତ୍ୟାହାର ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଏ ସଂକ୍ରାନ୍ତରେ  ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଇଫ୍ୟୁ ରିଓଙ୍କ ଅଧ୍ୟକ୍ଷତାରେ  ଆଜି ଏକ ମିଟି ଗଠନ ହୋଇଛି।  କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା ପରେ ଟଟ୍ୱିଟ୍ କରି  ମୁଖ୍ୟମନ୍ତ୍ରୀ ନେପହ୍ୟୁ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଗତ ମାସରେ ସେନା ଦ୍ୱାରା ଗୁଳି ମାଡ଼ରେ ନାଗାଲାଣ୍ଡର ୧୪ ଜଣ ସାଧାରଣ ନାଗରିକ […]

Nagaland armed-forces

Nagaland armed-forces

Tapas Behera
  • Published: Sunday, 26 December 2021
  • Updated: 26 December 2021, 03:51 PM IST

Sports

Latest News

କୋହିମା: ନାଗାଲାଣ୍ଡରେ ବିବାଦୀୟ ଆଇନ୍ ତଥା ସଶସ୍ତ୍ର ବାହିନୀ ସ୍ୱତନ୍ତ୍ର କ୍ଷମତା ଆଇନ (ଆଫସ୍ପା)କୁ ପ୍ରତ୍ୟାହାର ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଏ ସଂକ୍ରାନ୍ତରେ  ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଇଫ୍ୟୁ ରିଓଙ୍କ ଅଧ୍ୟକ୍ଷତାରେ  ଆଜି ଏକ ମିଟି ଗଠନ ହୋଇଛି।  କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା ପରେ ଟଟ୍ୱିଟ୍ କରି  ମୁଖ୍ୟମନ୍ତ୍ରୀ ନେପହ୍ୟୁ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଗତ ମାସରେ ସେନା ଦ୍ୱାରା ଗୁଳି ମାଡ଼ରେ ନାଗାଲାଣ୍ଡର ୧୪ ଜଣ ସାଧାରଣ ନାଗରିକ ନିହତ ହୋଇ ଥିଲେ। ସେବେଠାରୁ ନାଗାଲାଣ୍ଡରୁ  ଆଫସ୍ପା ଆଇନକୁ ହଟାଇବା ପାଇଁ ଜୋଦାର ଦାବମି ହୋଇ ଆସୁଛି। ଏନେଇ ଗତ ଡିସେମ୍ବର ୨୩ରେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନେଇଫ୍ୟୁ ରିଓ କେନ୍ଦ୍ର ଗୃହମନ୍ତ୍ରୀଘଙ୍କ ସହ ଆଲୋଚନା କରିଥିଲେ। ଆଫସ୍ପା ଆଇନକୁ ଅମିତ ଶାହ ଗୁରୁତର ସହ ନେଇଥିବାରୁ  ସେ କୃତଜ୍ଞତା ଜଣାଚନ୍ତି।

ଏଥିସୈହ ରାଜ୍ୟ ଶାନ୍ତି ବଜାୟ ରଖିବା ପାଇଁ ସ ଜନସାଣରଣଙ୍କୁ ଅଫିଲ କରଇଚନ୍ତି।  ଆଫସ୍ପା ଆଇନକୁ ରଦ୍ଦ ପାଇଁ ଗତ ସ୍ତପାହରେ ନାଗାଲାଣ୍ଡ ବିଧାନ ସଭାରେ  ସମ୍ମୈସମ୍ମତିକ୍ରମେ ଏକ ପ୍ରସ୍ତାବ ପାଣୀତତ ହୋଇଥିଲା। ନାଗା ଲୋକମାନେ ଏହି ଆଇନକୁ ଲଗାତାରି ବିତରୋଧ କରି ଆସୁଛନ୍ତି।  ଏହାକୁ ରଦ୍ଦ କରାଯିବା ଉଚିତ" ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନା ଅନୁଯାୟୀ, ନାଗାଲାଣ୍ଡ ଗଣହତ୍ୟା ଘଟଣାକୁ ନେଇ ଆଫସ୍ପାକୁ ହଟାଇବାକୁ ଜୋର ଧରିଛି ଦାବି । ଏହି ଆଇନକୁ ହଟାଇବା ଦାବିରେ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଇଫ୍ୟୁ ରିଓଙ୍କ ସହ ସ୍ୱରର ମିଳାଇଛନ୍ତି ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା । ହତ୍ୟା ଘଟଣା ଘଟିବା ପରେ ବିଭିନ୍ନ ନାଗା ସଙ୍ଗଠନକୁ ନେଇ ଗଠିତ କୋନ୍ୟକ ୟୁନିଅନ ୫ ଦଫା ଦାବିରେ ଅଟଳ ରହିଛି । ବିବାଦୀୟ ଆଫସ୍ପାକୁ ହଟାଇବା ଲାଗି ସଙ୍ଗଠନ ଦାବି କରିଛି । ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ସଂସ୍ଥା ଜରିଆରେ ହତ୍ୟା ଘଟଣାର ମୁକ୍ତ ଓ ସ୍ୱାଧୀନ ତଦନ୍ତ ସହ ରାଜ୍ୟ ସରକାର ଗଠନ କରିଥିବା ଦାବି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos