ଝିଅମାନଙ୍କ ବିବାହ ବୟସ ବୃଦ୍ଧି ପ୍ରସଙ୍ଗ: ୩୧ ଜଣିଆ ପ୍ୟାନେଲରେ ଅଛନ୍ତି ଜଣେ ମହିଳା

ନୂଆଦିଲ୍ଲୀ: ଝିଅମାନଙ୍କର ବିବାହ ପାଇଁ ବୟସ ବୃଦ୍ଧି ପ୍ରସଙ୍ଗରେ ଏକ ସଂସଦୀୟ ପ୍ୟାନେଲ ଗଠନ ହୋଇଛି। ୩୧ ଜଣିଆ ସଦସ୍ୟକୁ ନେଇ ଗଠିତ ହୋଇଥିବା ଏହି ପ୍ୟାନେଲରେ ଜଣେ ମାତ୍ର ମହିଳା ଭାବେ ତ୍ରୁଣମୂଳ କଂଗ୍ରେସ ଏମପି ସୁଶ୍ମିତା ଦେବ ଅଛନ୍ତି। ଅର୍ଥାତ ଏଥିରେ ୩୦ ଜଣ ପୁରୁଷ ଏମପି ଅଛନ୍ତି। ଝିଅମାନଙ୍କର ବିବାହ ଲାଗି ଆଇନଗତ ବୟସ ବୃଦ୍ଧି ସଂକ୍ରାନ୍ତରେ ତିଆରି ହୋଇଥିବା ବିଲକୁ ପରୀକ୍ଷା କରିବ ଏହି ପ୍ୟାନେଲ । ଲୋକସଭାରେ  ଶୀତକାଳିନ ସେସନର […]

Child-Marriage

Child-Marriage

Tapas Behera
  • Published: Sunday, 02 January 2022
  • Updated: 02 January 2022, 09:44 PM IST

ନୂଆଦିଲ୍ଲୀ: ଝିଅମାନଙ୍କର ବିବାହ ପାଇଁ ବୟସ ବୃଦ୍ଧି ପ୍ରସଙ୍ଗରେ ଏକ ସଂସଦୀୟ ପ୍ୟାନେଲ ଗଠନ ହୋଇଛି। ୩୧ ଜଣିଆ ସଦସ୍ୟକୁ ନେଇ ଗଠିତ ହୋଇଥିବା ଏହି ପ୍ୟାନେଲରେ ଜଣେ ମାତ୍ର ମହିଳା ଭାବେ ତ୍ରୁଣମୂଳ କଂଗ୍ରେସ ଏମପି ସୁଶ୍ମିତା ଦେବ ଅଛନ୍ତି। ଅର୍ଥାତ ଏଥିରେ ୩୦ ଜଣ ପୁରୁଷ ଏମପି ଅଛନ୍ତି। ଝିଅମାନଙ୍କର ବିବାହ ଲାଗି ଆଇନଗତ ବୟସ ବୃଦ୍ଧି ସଂକ୍ରାନ୍ତରେ ତିଆରି ହୋଇଥିବା ବିଲକୁ ପରୀକ୍ଷା କରିବ ଏହି ପ୍ୟାନେଲ । ଲୋକସଭାରେ  ଶୀତକାଳିନ ସେସନର ଶିଶୁ ବିବାହ ନିରୋଧ ଆଇନ (ସଂଶୋଧନ) ବିଲ ଉପସ୍ଥାପନ କରାଯାଇଛି। ଏହି ବିଲକୁ ଶିକ୍ଷା, ମହିଳା, ଶିଶୁ, ଯୁବ ଓ କ୍ରୀଡ଼ା ସଂକ୍ରାନ୍ତୀୟ ଷ୍ଟାଣ୍ଡି କମିଟିକୁ ଯାଞ୍ଚ ପାଇଁ ପଠାଯାଇଥିଲା। ମହିଳାଙ୍କ ଆଇନଗତ ବିବାହ ବୟସ ୧୮ରୁ ୨୧କୁ ବୃଦ୍ଧି ପାଇଁ ଏହି ବିଲରେ ପ୍ରସ୍ତାବ ରହିଛି।

ତେବେ ଏହି ବିଲକୁ ନେଇ ଗଠିତ ହୋଇଥିବା ସଂସଦୀୟ ପ୍ୟାନେଲର ସଦସ୍ୟଙ୍କ ନାମ ରାଜ୍ୟ ସଭା ୱେବସାଟରେ ପ୍ରକାଶ ପାଇଛି। ବିଜେପିର ବରିଷ୍ଠ ନେତା ବିନୟ ସହସ୍ରବୁଦ୍ଧେଙ୍କ ନେତୃତ୍ୱରେ ଗଠିତ ହୋଇଥିବା ଏହି ପ୍ୟାନେଲରେ ଟିଏମସିର ଏକମାତ୍ର ମହିଳା ଏମପି ସୁଶ୍ମିତା ଦେବ ଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ ସୁଷ୍ମିତା ଦେବ କହିଛନ୍ତି ଯେ,  ଏହି ପ୍ୟାନେଲେରେ ଅଧିକ ମହିଳା ଥିଲେ ନିଶ୍ଚିତ ଭଲ ହୋଇଥାନ୍ତା। ସୂଚନା ଅନୁଯାୟୀ, ଝିଅମାନଙ୍କ ବିବାହ ବୟସ ୧୮ ରୁ ୨୧ ବର୍ଷ ବୃଦ୍ଧି ପ୍ରସ୍ତାବକୁ ଗତ କିଛି ଦିନ ପୂର୍ବେ  କ୍ୟାବିନେଟ୍‍ ଅନୁମୋଦନ କରିଛି। ୧୫ ଅଗଷ୍ଟ ୨୦୨୦ ରେ ଲାଲ କିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝିଅ ମାନଙ୍କର ବିବାହ ବୟସକୁ ୨୧ ବର୍ଷକୁ ବୃଦ୍ଧି କରିବା ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଝିଅମାନଙ୍କୁ କୁପୋଷଣରୁ ରକ୍ଷା କରିବା ପାଇଁ ସେମାନେ ଠିକ୍ ସମୟରେ ବିବାହ କରିବା ଆବଶ୍ୟକ ।

ପ୍ରଚଳିତ ନିୟମ ଅନୁଯାୟୀ, ଦେଶରେ ପୁରୁଷଙ୍କ ପାଇଁ ସର୍ବନିମ୍ନ ବୟସ ୨୧ ଏବଂ ମହିଳାମାନଙ୍କ ପାଇଁ ୧୮ ବର୍ଷ ଥିଲା  । କିନ୍ତୁ ସରକାର ବର୍ତ୍ତମାନ ମହିଳାଙ୍କୁ ସଶକ୍ତିକରଣ ପାଇଁ ବିବାହ ବୟସ ବୃଦ୍ଧି କରିବା ପାଇଁ ଚିନ୍ତା କରୁଛନ୍ତି। ବାଲ୍ୟ ବିବାହ ନିଷେଧ ଆଇନ, ସ୍ୱତନ୍ତ୍ର ବିବାହ ଆଇନ ଏବଂ ହିନ୍ଦୁ ବିବାହ ଆଇନରେ ସରକାର ସଂଶୋଧନ କରିବେ।
ଜୁନ୍ ୨୦୨୦ ରେ, ସରକାର ମଧ୍ୟ ଏହି ବିଷୟରେ ଏକ ଟାସ୍କଫୋର୍ସ ଗଠନ କରିଥିଲେ । ବିବାହର ବୟସ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଉପରେ ଟାସ୍କଫୋର୍ସ ଏହାର ରିପୋର୍ଟ ଦାଖଲ କରିଥିଲେ। ସମତା ପାର୍ଟିର ପୂର୍ବତନ ସଦସ୍ୟ ତଥା ଟାସ୍କଫୋର୍ସର ମୁଖ୍ୟ ଜୟା ଜେଟଲୀ ଏହାକୁ ସୁପାରିଶ କରିଥିଲେ। ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଏହି ପଦକ୍ଷେପ ଥିଲା ।
ଟାସ୍କଫୋର୍ସ କହିବା ଅନୁଯାୟୀ ପ୍ରଥମ ସନ୍ତାନ ପ୍ରସବ କରିବା ସମୟରେ ଝିଅ ମାନଙ୍କର ବୟସ ୨୧ ବର୍ଷ ହେବା ଉଚିତ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos