କମିଲା ପେଟ୍ରୋଲ ଓ ଡିଜେଲ୍ ଦର

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ହୁ ହୁ ବଢ଼ି ଚାଲିଥିବା ପେଟ୍ରୋଲ ଓ ଡିଜେଲ୍ ଦରରେ କ୍ରମାଗତ ଦ୍ୱିତୀୟ ଦିନରେ ହ୍ରାସ ପାଇଛି। ଗୁରୁବାର ପେଟ୍ରୋଲ ଲିଟର୍ ପିଛା ୨୧ ପଇସା ଓ ଡିଜେଲ୍‌ ଲିଟର୍ ପିଛା ୨୦ ପଇସା ହ୍ରାସ ହୋଇଛି। ଏଥିସହ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର୍ ପିଛା ୯୦.୭୮ ପଇସା ଓ ଡିଜେଲ୍ ଲିଟର୍ ପିଛା ୮୧.୧୦ ପଇସା ହୋଇଛି। ଅନ୍ତର୍ଜାତୀୟ ମାର୍କେଟରେ ଅଶୋଧିତ ତୈଳ ଦର ଲଗାତର ହ୍ରାସ ପାଇଥିବାରୁ ଦେଶରେ ପେଟ୍ରୋଲ […]

petrol-and-diesel

petrol-and-diesel

Ranjit Kumar Jena
  • Published: Thursday, 25 March 2021
  • Updated: 25 March 2021, 02:53 PM IST

Sports

Latest News

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ହୁ ହୁ ବଢ଼ି ଚାଲିଥିବା ପେଟ୍ରୋଲ ଓ ଡିଜେଲ୍ ଦରରେ କ୍ରମାଗତ ଦ୍ୱିତୀୟ ଦିନରେ ହ୍ରାସ ପାଇଛି। ଗୁରୁବାର ପେଟ୍ରୋଲ ଲିଟର୍ ପିଛା ୨୧ ପଇସା ଓ ଡିଜେଲ୍‌ ଲିଟର୍ ପିଛା ୨୦ ପଇସା ହ୍ରାସ ହୋଇଛି। ଏଥିସହ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର୍ ପିଛା ୯୦.୭୮ ପଇସା ଓ ଡିଜେଲ୍ ଲିଟର୍ ପିଛା ୮୧.୧୦ ପଇସା ହୋଇଛି। ଅନ୍ତର୍ଜାତୀୟ ମାର୍କେଟରେ ଅଶୋଧିତ ତୈଳ ଦର ଲଗାତର ହ୍ରାସ ପାଇଥିବାରୁ ଦେଶରେ ପେଟ୍ରୋଲ ଓ ଡିଜେଲ୍ ଦର କମିଛି।

ଦୀର୍ଘ ୬ ମାସ ପରେ ପ୍ରଥମଥର ଲାଗି ବୁଧବାର ତୈଳ ଦର ହ୍ରାସ ପାଇଥିଲା। ବୁଧବାର ପେଟ୍ରୋଲ ଲିଟର୍ ପିଛା ୧୮ ପଇସା ଓ ଡିଜେଲ୍ ଲିଟର୍ ପିଛା ୧୭ ପଇସା କମିଥିଲା। ଗତବର୍ଷ ମାର୍ଚ୍ଚ ମାସ ଠାରୁ କେନ୍ଦ୍ର ସରକାର ଉଭୟ ପେଟ୍ରୋଲ ଓ ଡିଜେଲରେ ଏକ୍ସସାଇଜ୍ ଡ୍ୟୁଟି ବଢ଼ାଇଥିଲେ। ଏହିକ୍ରମରେ ପେଟ୍ରୋଲରେ ୨୧.୫୮ ଟଙ୍କା ଓ ଡିଜେଲରେ ୧୯.୧୮ ଟଙ୍କା ବୃଦ୍ଧି ପାଇଥିଲା। ଲଗାତର ତୈଳ ଦର ବୃଦ୍ଧି ହେତୁ ସାଧାରଣ ଲୋକ ବହୁ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା। ଏବେ ପେଟ୍ରୋଲ ଓ ଡିଜେଲ୍ ଦର ହ୍ରାସ ପାଇଥିବାରୁ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ହେବ।

ଗତ ମାସରେ ରାଜସ୍ଥାନ, ମହାରାଷ୍ଟ୍ର ଓ ମଧ୍ୟ ପ୍ରଦେଶ ଭଳି ରାଜ୍ୟର କିଛି ସହରରେ ପେଟ୍ରୋଲ ଦର ଲିଟର୍ ପିଛା ୧୦୦ ଛୁଇଁଥିଲା। ମୁମ୍ବାଇରେ ଗୁରୁବାର ପେଟ୍ରୋଲ ଦର ୯୭.୪୦ ଟଙ୍କାରୁ ୯୭.୧୯ ଟଙ୍କା ହୋଇଥିବା ବେଳେ ଡିଜେଲ୍ ଦର ୮୮.୪୨ ଟଙ୍କାରୁ ୮୮.୨୦ ଟଙ୍କା ହୋଇଛି। ସେହିପରି ଚେନ୍ନାଇରେ ପେଟ୍ରୋଲ୍ ଲିଟର୍ ପିଛା ୯୨.୭୭ ଟଙ୍କା ଓ ଡିଜେଲ୍ ଦର ଲିଟର ପିଛା ୮୬.୧୦ ଟଙ୍କା ହୋଇଛି। କୋଲକାତାରେ ପେଟ୍ରୋଲ୍ ଲିଟର୍ ପିଛା ୯୦.୯୮ ଟଙ୍କା ଓ ଡିଜେଲ୍ ଲିଟର୍ ପିଛା ୮୩.୯୮ ଟଙ୍କାରେ ବିକ୍ରି ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos