‘PM CARES ପାଣ୍ଠି ସରକାରୀ ନୁହେଁ’

ନୂଆଦିଲ୍ଲୀ: ପିଏମ୍‌ କେଆର୍ସ ପାଣ୍ଠି ଉପରେ ରହିଛି କାହାର ଅଧିକାର? ଏନେଇ ଆଜି ଦିଲ୍ଲୀ ହାଇକୋର୍ଟରେ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର। ପିଏମଓ ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାରଙ୍କ ଏହା ଉପରେ କୌଣସି ନିୟନ୍ତ୍ରଣ ନାହିଁ। ଏହି ପାଣ୍ଠି ଭାରତ ସରକାରଙ୍କ ସହ ନୁହେଁ, ବରଂ ଚାରିଟେବୁଲ ଟ୍ରଷ୍ଟ ସହିତ ଜଡିତ। ଏହି ପାଣ୍ଠିକୁ ଆସୁଥିବା ଟଙ୍କା ଭାରତ ସରକାରଙ୍କ ଏକତ୍ରିତ ପାଣ୍ଠିକୁ ଯାଏ ନାହିଁ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି […]

PM Cares Fund

PM Cares Fund

Madhupriya Mistry
  • Published: Thursday, 23 September 2021
  • Updated: 23 September 2021, 05:17 PM IST

Sports

Latest News

ନୂଆଦିଲ୍ଲୀ: ପିଏମ୍‌ କେଆର୍ସ ପାଣ୍ଠି ଉପରେ ରହିଛି କାହାର ଅଧିକାର? ଏନେଇ ଆଜି ଦିଲ୍ଲୀ ହାଇକୋର୍ଟରେ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର। ପିଏମଓ ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାରଙ୍କ ଏହା ଉପରେ କୌଣସି ନିୟନ୍ତ୍ରଣ ନାହିଁ। ଏହି ପାଣ୍ଠି ଭାରତ ସରକାରଙ୍କ ସହ ନୁହେଁ, ବରଂ ଚାରିଟେବୁଲ ଟ୍ରଷ୍ଟ ସହିତ ଜଡିତ। ଏହି ପାଣ୍ଠିକୁ ଆସୁଥିବା ଟଙ୍କା ଭାରତ ସରକାରଙ୍କ ଏକତ୍ରିତ ପାଣ୍ଠିକୁ ଯାଏ ନାହିଁ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, PM CARES ପାଣ୍ଠିକୁ ସୂଚନା ଅଧିକାର ଅଧିକାର (ଆରଟିଆଇ) ଅଧିନିୟମ ଅଧୀନରେ ଅଣାଯାଇପାରିବ ନାହିଁ କିମ୍ବା ଏହାକୁ ଏକ 'ପବ୍ଲିକ ଅଥରିଟି' ଭାବରେ ତାଲିକାଭୁକ୍ତ କରାଯାଇପାରିବ ନାହିଁ।

ଓକିଲ ସମ୍ୟକ ଗାଙ୍ଗୱାଲ ନିକଟରେ ଏହି ପାଣ୍ଠି ସମ୍ପର୍କରେ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ପିଏମ କେୟାର୍ସ ପାଣ୍ଠିକୁ ରାଜ୍ୟ ପାଣ୍ଠି  ଭାବେ ଘୋଷଣା କରାଯିବା ଏବଂ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଏହାକୁ ଆରଟିଆଇ ଅଧୀନରେ ଆଣିବା ଉଚିତ୍ ବୋଲି ଦାବି କରିଥିଲେ।

ଏହି ଆବେଦନର ଉତ୍ତରରେ ଆଜି ପିଏମ୍‌ଓ ପକ୍ଷରୁ କୋର୍ଟଙ୍କୁ ସୂଚନା ଦେଇ କୁହାଯାଇଛି ଯେ, ଏହି ଟ୍ରଷ୍ଟ ସମ୍ପୂର୍ଣ୍ଣ ସ୍ୱଚ୍ଛତା ସହ କାର୍ଯ୍ୟ କରେ ଏବଂ ଏହି ପାଣ୍ଠିର ଅଡିଟ୍‌ ଜଣେ ଅଡିଟରଙ୍କ ଦ୍ୱାରା କରାଯାଏ। ପାଣ୍ଠିର ସ୍ୱଚ୍ଛତା ବଜାୟ ରଖିବା ପାଇଁ, ଏହି ଟ୍ରଷ୍ଟକୁ ମିଳୁଥିବା ସମସ୍ତ ଧନ ଏବଂ ଏହାର ସମସ୍ତ ବିବରଣୀ ସରକାରୀ ୱେବସାଇଟରେ ରଖାଯାଇଛି। ଟ୍ରଷ୍ଟ ଯାହା ଦାନ ଗ୍ରହଣ କରେ, ତାହା ଚେକ୍ କିମ୍ବା ଡିମାଣ୍ଡ ଡ୍ରାଫ୍ଟ ମାଧ୍ୟମରେ ଅନଲାଇନରେ ଗ୍ରହଣ କରାଯାଇଛି। ଟ୍ରଷ୍ଟ ୱେବସାଇଟରେ ଏହି ପାଣ୍ଠିର ସମସ୍ତ ଖର୍ଚ୍ଚର ବିବରଣୀ ଅପଡେଟ୍ କରେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

ଓକିଲ ସମ୍ୟକ ଗାଙ୍ଗୱାଲ କୋର୍ଟରେ ଯେଉଁ ଆବେଦନ କରିଥିଲେ ସେଥିରେ କୁହାଯାଇଥିଲା ଯେ, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମାର୍ଚ୍ଚ ୨୦୨୦ରେ କୋଭିଡ-୧୯କୁ ଦୃଷ୍ଟିରେ ରଖି ଦେଶର ନାଗରିକଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଏକ ମହତ ଉଦ୍ଦେଶ୍ୟ ନେଇ PM CARES ପାଣ୍ଠି ଗଠନ କରାଯାଇଥିଲା। ଏହି ପାଣ୍ଠିକୁ ଅଧିକ ମାତ୍ରାରେ ଦାନ ମିଳିଛି।

ଡିସେମ୍ବର ୨୦୨୦ରେ PM-Cares ପାଣ୍ଠିର ୱେବସାଇଟରେ ଟ୍ରଷ୍ଟ ସମ୍ପର୍କରେ ସୂଚନା ଦିଆଯାଇଥିଲା ଯେ ଏହା ସମ୍ବିଧାନ କିମ୍ବା ସଂସଦ ଦ୍ୱାରା ପ୍ରଣୀତ କୌଣସି ଆଇନ ଅନୁଯାୟୀ ସୃଷ୍ଟି ହୋଇନାହିଁ। PM CARES ପାଣ୍ଠିକୁ ଏହାର ୱେବସାଇଟର ଡୋମେନରେ 'gov' ବ୍ୟବହାର କରିବା ବନ୍ଦ କରାଯିବା ଉଚିତ୍ ବୋଲି ଆବେଦନରେ କୁହାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos