କୋଭିଡ-୧୯ ଯୋଦ୍ଧାଙ୍କ ପାଇଁ କ୍ରାଶ କୋର୍ସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ଜରିଆରେ ‘କୋଭିଡ-୧୯ ଫ୍ରଣ୍ଟ ଲାଇନ୍ ଯୋଦ୍ଧାଙ୍କ ପାଇଁ କ୍ରାଶ କୋର୍ସ’ର ଶୁଭାରମ୍ଭ କରିଛନ୍ତି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୨୬ଟି ରାଜ୍ୟର ୧୧୧ଟି କେନ୍ଦ୍ରରେ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମ ଅଧୀନରେ ପାଖାପାଖି ୧ ଲକ୍ଷ କୋଭିଡ ଯୋଦ୍ଧାଙ୍କୁ ପ୍ରଶିକ୍ଷଣ ଦିଆଯିବ। ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରୋନା ବିରୋଧୀ ଲଢ଼େଇରେ ଏକ ଗୁରୁତ୍ଵପୂର୍ଣ୍ଣ ପରବର୍ତ୍ତୀ ପଦକ୍ଷେପ। ଭୂତାଣୁର ଉପସ୍ଥିତ […]

Modi

Modi

Subhransu Sekhar
  • Published: Friday, 18 June 2021
  • Updated: 18 June 2021, 09:08 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ଜରିଆରେ ‘କୋଭିଡ-୧୯ ଫ୍ରଣ୍ଟ ଲାଇନ୍ ଯୋଦ୍ଧାଙ୍କ ପାଇଁ କ୍ରାଶ କୋର୍ସ’ର ଶୁଭାରମ୍ଭ କରିଛନ୍ତି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୨୬ଟି ରାଜ୍ୟର ୧୧୧ଟି କେନ୍ଦ୍ରରେ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମ ଅଧୀନରେ ପାଖାପାଖି ୧ ଲକ୍ଷ କୋଭିଡ ଯୋଦ୍ଧାଙ୍କୁ ପ୍ରଶିକ୍ଷଣ ଦିଆଯିବ। ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରୋନା ବିରୋଧୀ ଲଢ଼େଇରେ ଏକ ଗୁରୁତ୍ଵପୂର୍ଣ୍ଣ ପରବର୍ତ୍ତୀ ପଦକ୍ଷେପ। ଭୂତାଣୁର ଉପସ୍ଥିତ ରହିଛି ଏବଂ ଏହା ରୂପ ବଦଳାଇବାର ସମ୍ଭାବନା ଅଛି, ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଛନ୍ତି।

ମହାମାରୀର ଦ୍ଵିତୀୟ ଲହର ଆମକୁ ଏହା ଦର୍ଶାଇ ଦେଇଛି ଯେ ଏହି ଭୂତାଣୁ ଆମ ସାମ୍ନାରେ କିଭଳି ସମସ୍ୟା ଛିଡ଼ା କରାଇପାରେ। ଦେଶ ଏହି ସବୁ ସମସ୍ୟାର ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବା ଆବଶ୍ୟକ। ଲକ୍ଷେରୁ ଅଧିକ ସମ୍ମୁଖ ଯୋଦ୍ଧାମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ଏ ଦିଗରେ ଏକ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

କୋଭିଡ ଆକ୍ରାନ୍ତଙ୍କର ଚିକିତ୍ସା ପାଇଁ ଡାକ୍ତରଖାନାଗୁଡ଼ିକୁ ଭେଣ୍ଟିଲେଟର ଓ ଅକ୍ସିଜେନ କନସେଣ୍ଟ୍ରେଟର ଯୋଗାଇ ଦିଆଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ୧୫୦୦ରୁ ଅଧିକ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରାଯାଇଛି। ଏ ସମସ୍ତ ପ୍ରୟାସ ମଧ୍ୟରେ, ଦକ୍ଷ ମାନବ ସମ୍ବଳ ଗୁରୁତ୍ଵ ରହିଛି। ଏଥିପାଇଁ ଏବଂ କରୋନା ଯୋଦ୍ଧାମାନଙ୍କର ବର୍ତ୍ତମାନର ସାମର୍ଥ୍ୟକୁ ବଢ଼ାଇବା ଲାଗି ଏକ ଲକ୍ଷରୁ ଊର୍ଦ୍ଧ୍ବ ଯୁବକଯୁବତୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଏହି ପ୍ରଶିକ୍ଷଣ ଦୁଇରୁ ତିନି ମାସ ମଧ୍ୟରେ ଶେଷ ହୋଇଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଆଜିଠାରୁ ଆରମ୍ଭ ହୋଇଥିବା ୬ଟି ପ୍ରଶିକ୍ଷଣ କୋର୍ସ, ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକର ଦାବି ମୁତାବକ ଦେଶର ଶୀର୍ଷ ବିଶେଷଜ୍ଞମାନେ ଡିଜାଇନ୍ କରିଛନ୍ତି। ଛଅଟି ଅନୁକୂଳ କର୍ତ୍ତବ୍ୟ ଭୂମିକା ଯଥା ଗୃହ ଚିକିତ୍ସା ସହାୟତା, ମୌଳିକ ଚିକିତ୍ସା ସହାୟତା, ଅତ୍ୟାଧୁନିକ ଚିକିତ୍ସା ସୁବିଧା, ଜରୁରିକାଳୀନ ଚିକିତ୍ସା ସହାୟତା, ନମୁନା ସଂଗ୍ରହ ସହାୟତା ଏବଂ ଚିକିତ୍ସା ସରଞ୍ଜାମ ପରିଚାଳନା ସହାୟତା ନିମନ୍ତେ ଏହି ପ୍ରଶିକ୍ଷଣ ଦିଆଯିବ। ଏଥିରେ ନୂଆ କୌଶଳ ପ୍ରଶିକ୍ଷଣ ଦିଆଯିବ ଏବଂ ଏପରି କାର୍ଯ୍ୟରେ ପୂର୍ବରୁ କିଛି ପ୍ରଶିକ୍ଷଣ ପାଇଥିବା ଯୋଦ୍ଧାମାନଙ୍କୁ ଅତିରିକ୍ତ ପ୍ରଶିକ୍ଷଣ ମିଳିପାରିବ। ସ୍ଵାସ୍ଥ୍ୟ କ୍ଷେତ୍ରରେ ଫ୍ରଣ୍ଟ ଲାଇନ୍ ଯୋଦ୍ଧାମାନଙ୍କୁ ଏହି ଅଭିଯାନ ଏକ ନୂତନ ଉତ୍ସାହ ପ୍ରଦାନ କରିବ ଏବଂ ଆମର ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ଯୋଗାଇ ଦେବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ନିୟୋଜିତ ଆଶା, ଏଏନଏମ, ଅଙ୍ଗନଓ୍ବାଡ଼ି ଓ ସ୍ବାସ୍ଥ୍ୟ କର୍ମୀମାନେ ଆମ ସ୍ବାସ୍ଥ୍ୟ କ୍ଷେତ୍ରର ଦୃଢ଼ ସ୍ତମ୍ଭ ଏବଂ ସେମାନଙ୍କୁ ସାଧାରଣତଃ ଆଲୋଚନା ପରିସରକୁ ଅଣାଯାଏ ନାହିଁ। ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନରେ ସହାୟତା କରିବା ଲାଗି ସଂକ୍ରମଣ ନିରାକରଣ କରିବା ଦିଗରେ ସେମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ପ୍ରତ୍ୟେକ ଓ ସମସ୍ତ ଦେଶବାସୀଙ୍କ ସୁରକ୍ଷା ପାଇଁ ସମସ୍ତ ବାଧାବିଘ୍ନ ସତ୍ତ୍ବେ କାର୍ଯ୍ୟ କରୁଥିବାରୁ ପ୍ରଧାନମନ୍ତ୍ରୀ ଏହି ସ୍ବାସ୍ଥ୍ୟକର୍ମୀମାନଙ୍କୁ ପ୍ରଶଂସା କରିଥିଲେ। ଗ୍ରାମାଞ୍ଚଳ, ଉପାନ୍ତ ଅଞ୍ଚଳ, ପାର୍ବତ୍ୟ ଓ ଆଦିବାସୀ ଅଞ୍ଚଳରେ ସଂକ୍ରମଣ ପ୍ରତିହତ କରିବା ଲାଗି ସେମାନେ ବହୁତ ବଡ଼ ଭୂମିକା ଗ୍ରହଣ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos