ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୋଭିଡ୍‌ ସମୀକ୍ଷା

ନୂଆଦିଲ୍ଲୀ: ଦେଶରେ ଦୃତ ଗତିରେ ବୃଦ୍ଧି ପାଉଥିବା କରୋନାଭାଇରସକୁ ନେଇ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ସ୍ଥିତି ସମୀକ୍ଷା କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର  ବରିଷ୍ଠ ଅଧିକାରୀ ଏବଂ କୋଭିଡ୍ ସମ୍ଭନ୍ଧୀୟ ଅନ୍ୟ ଏଜେନ୍ସିର ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ। ବୈଠରେ ଦେଶରେ ସମ୍ପ୍ରତି ସୃଷ୍ଟି ହୋଇଥିବା ତୃତୀୟ ଲହରରୁ ଦେଶକୁ ମୁକୁଳାଇବା ପାଇଁ ବୈଠକରେ ଆଲୋଚନା ହୋଇଛି ।  ପୂର୍ବରୁ ୨୪  ଡିସେମ୍ବରରେ ପ୍ରଧାନମନ୍ତ୍ରୀ ମଧ୍ୟ ସମାନ ବୈଠକ  କରିଥିଲେ। ଲୋକଙ୍କୁ ସତର୍କ ରହିବାକୁ ପ୍ରଧାନମନ୍ତ୍ରୀ […]

Modi2

Modi2

Tapas Behera
  • Published: Sunday, 09 January 2022
  • Updated: 09 January 2022, 06:23 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ଦୃତ ଗତିରେ ବୃଦ୍ଧି ପାଉଥିବା କରୋନାଭାଇରସକୁ ନେଇ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ସ୍ଥିତି ସମୀକ୍ଷା କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର  ବରିଷ୍ଠ ଅଧିକାରୀ ଏବଂ କୋଭିଡ୍ ସମ୍ଭନ୍ଧୀୟ ଅନ୍ୟ ଏଜେନ୍ସିର ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ। ବୈଠରେ ଦେଶରେ ସମ୍ପ୍ରତି ସୃଷ୍ଟି ହୋଇଥିବା ତୃତୀୟ ଲହରରୁ ଦେଶକୁ ମୁକୁଳାଇବା ପାଇଁ ବୈଠକରେ ଆଲୋଚନା ହୋଇଛି ।  ପୂର୍ବରୁ ୨୪  ଡିସେମ୍ବରରେ ପ୍ରଧାନମନ୍ତ୍ରୀ ମଧ୍ୟ ସମାନ ବୈଠକ  କରିଥିଲେ। ଲୋକଙ୍କୁ ସତର୍କ ରହିବାକୁ ପ୍ରଧାନମନ୍ତ୍ରୀ ମୋଦୀ ନିବେଦନ କରିଛନ୍ତି।

ଗତ ୧୫ ଦିନ ମଧ୍ୟରେ ଦିଲ୍ଲୀ, ମୁମ୍ବାଇ ଏବଂ ତାମିଲନାଡୁ ଏବଂ କର୍ଣ୍ଣାଟକ ଭଳି ବଡ ବଡ଼ ମେଟ୍ରୋ ସହରରେ କରୋନା ସ୍ଥିତି ସାଂଘାତିକ ହୋଇଛି। ଏହାରି ଭିତରେ ନିର୍ବାଚନ ଆୟୋଗ ମଧ୍ୟ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଘୋଷଣା କରିଛନ୍ତି। ଏସବୁ ଦୃଷ୍ଟିରେ ରଖି  କୋଭିଡ ସଂକ୍ରାନ୍ତୀୟ ବୈଠକ କରିଛନ୍ତି ମୋଦି।   ରବିବାର ଦେଶରେ ପ୍ରାୟ ୧.୬ ଲକ୍ଷ ନୂତନ କରୋନା ରିପୋର୍ଟ ହୋଇଛି।

ଯାହାକି ଗତ ୨୨୪ଦିନ ମଧ୍ୟରେ ସର୍ବାଧିକ।  ସକ୍ରିୟ ରୋଗୀଙ୍କ ସଂଖ୍ୟା ପ୍ରାୟ ୬ ଲକ୍ଷରେ ପହଞ୍ଚିଥିବା ବେଳେ ପ୍ରାୟ ୧୯୭ ଦିନ ମଧ୍ୟରେ ଏହା ହେଉଛି ସର୍ବାଧିକ । ଗତ ୨୪ଘଣ୍ଟା ରେ ଦେଶରେ ୩୨୭ଜଣଙ୍କ ମୃତ୍ୟୁ  ଘଟିଛି।  ଏତିସହ ସମୁଦାୟ ମୃତ୍ୟୁ ସଂଖ୍ୟା ୪୮୩୭୯୦କୁ ବୃଦ୍ଧି ପାଇଛି। ଓମିକ୍ରନରେ ୩୬୨୩ ଜଣଙ୍କ ମଧ୍ୟରୁ ୧୪୦୯ ଜଣ  ଦେଶ ବାହାରକୁ ଯାଇଛନ୍ତି କିମ୍ବା ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ରରେ ଓମିକ୍ରନ୍‌ର ସର୍ବାଧିକ ୧୦୦୯ ମାମଲା ରହିଛି। ଦିଲ୍ଲୀରେ ୫୧୩, କର୍ଣ୍ଣାଟକରେ ୪୪୧, ରାଜସ୍ଥାନରେ ୩୭୩, କେରଳରେ ୩୩୩ ଏବଂ ଗୁଜୁରାଟରେ ୨୦୪ ଟି ମାମଲା ରେକର୍ଡ଼ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos